ପ୍ରକୃତିର କୋପ ନା ଆଶୀର୍ବାଦ! ସୌଦି ଆରବ ମରୁଭୂମିରେ ବରଫର ଚାଦର

ରିୟାଦ,୭।୧୧: ଗରମ ବାଲି ପାଇଁ ପ୍ରସିଦ୍ଧ ସୌଦି ଆରବର ମରୁଭୁମିରେ ଆପଣ କେବେ କଳ୍ପନା କରିଛନ୍ତି କି ହଠାତ୍‌ ପ୍ରବଳ ବର୍ଷା, କୁଆପଥର, ପ୍ରବଳ ଥଣ୍ଡା ଏବଂ ମରୁଭୂମିରେ ତୁଷାରପାତ, ନା! କିନ୍ତଏହା ସତ୍ୟ। ସୌଦି ଆରବର ଏକ ମରୁଭୂମିରେ ଠିକ ସେହିଭଳି ଘଟଣା ଘଟିଛି। ଏଠାରେ ଏତେ ତୁଷାରପାତ ହୋଇଥିଲା ଯେ ନାଲି ବାଲି ପର୍ଯ୍ୟଟକଙ୍କ ପାଇଁ ଧଳା ବରଫଣ ଚାଦର ଭଳି ଦେଖାଗଲା।
ସୌଦି ଗଣମାଧ୍ୟମ ଅନୁଯାୟୀ, ତୁଷାରପାତ ଯୋଗୁଁ ଏଠାକାର ଅଲ-ଜାଫର ମରୁଭୂମି ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସୌଦି ଆରବରେ ପ୍ରଥମ ଥର ପାଇଁ ଏହି ପ୍ରକାରର ପାଣିପାଗ ଦେଖାଯାଇଛି, ଯାହାକୁ କେତେକ ଲୋକେ ପ୍ରକୃତିର ଚମତ୍କାର ବୋଲି କହୁଥିବାବେଳେ କେତେକ ପରିବେଶ ବିଶେଷଜ୍ଞ ଏହି ଘଟଣାକୁ ପ୍ରକୃତିର ବିପଦ ବୋଲି କହୁଛନ୍ତି।
ସୌଦି ଆରବରେ ପାଣିପାଗ ଢାଞ୍ଚା ଗତ ଏକ ସପ୍ତାହ ଧରି ଅତ୍ୟନ୍ତ ଖରାପ ଥିଲା ଏବଂ ଏଠାରେ ଥିବା ପାଗଠାରୁ ବହୁତ ଭିନ୍ନ। ଗତ ସପ୍ତାହରେ ବୁଧବାର (୩୦ ଅକ୍ଟୋବର) ଅଲ-ଜୋଫରେ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ କୁଆପଥର ମାଡ ହୋଇଥିଲା। ଏହା ପରେ ଏଠାରେ କିଛି ଅଂଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଗୋଟିଏ ସପ୍ତାହ ପରେ, ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଛି। ଏକ ଧଳା ଚାଦର ସମଗ୍ର ଅଞ୍ଚଳରେ ବ୍ୟାପିଛି। ଲୋକମାନେ ଏହାକୁ ସୋସିଆଲ ମିଡିଆରେ ଆଲୋଚନା କରୁଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ଏହି ସ୍ଥାନର ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।
ସଂଯୁକ୍ତ ଆରବ ଏମିରେଟ୍ସର ପାଣିପାଗ କେନ୍ଦ୍ର (ଏନସିଏମ) ଅନୁଯାୟୀ, ଏହାର କାରଣ ହେଉଛି ଆରବ ସାଗରରୁ ଓମାନ ପର୍ଯ୍ୟନ୍ତ ବ୍ୟାପିଥିବା ନିମ୍ନ ଚାପ ପ୍ରଣାଳୀ। କମ ଚାପ ହେତୁ ଆର୍ଦ୍ରତା ଭରପୂର ପବନ ଏକ ଅଞ୍ଚଳକୁ ଆସିଲା ଯାହା ସାଧାରଣତଃ ଶୁଖିଲା।
ସୌଦି ଆରବ ଏବଂ ପଡୋଶୀ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ମେଘ ବଜ୍ରପାତ, ପ୍ରବଳ ବର୍ଷା ଏବଂ ପ୍ରବଳ ତୁଷାରପାତ ହେବାର ଏହି କାରଣ। ୟୁଏଇ ପାଣିପାଗ ବିଭାଗ ଆଗାମୀ ଦିନରେ ଅଲ-ଜୋଫରେ ପ୍ରବଳ ବର୍ଷା ହେବାର ଚେତାବନୀ ବି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri