ପ୍ରକୃତିର କୋପ ନା ଆଶୀର୍ବାଦ! ସୌଦି ଆରବ ମରୁଭୂମିରେ ବରଫର ଚାଦର

ରିୟାଦ,୭।୧୧: ଗରମ ବାଲି ପାଇଁ ପ୍ରସିଦ୍ଧ ସୌଦି ଆରବର ମରୁଭୁମିରେ ଆପଣ କେବେ କଳ୍ପନା କରିଛନ୍ତି କି ହଠାତ୍‌ ପ୍ରବଳ ବର୍ଷା, କୁଆପଥର, ପ୍ରବଳ ଥଣ୍ଡା ଏବଂ ମରୁଭୂମିରେ ତୁଷାରପାତ, ନା! କିନ୍ତଏହା ସତ୍ୟ। ସୌଦି ଆରବର ଏକ ମରୁଭୂମିରେ ଠିକ ସେହିଭଳି ଘଟଣା ଘଟିଛି। ଏଠାରେ ଏତେ ତୁଷାରପାତ ହୋଇଥିଲା ଯେ ନାଲି ବାଲି ପର୍ଯ୍ୟଟକଙ୍କ ପାଇଁ ଧଳା ବରଫଣ ଚାଦର ଭଳି ଦେଖାଗଲା।
ସୌଦି ଗଣମାଧ୍ୟମ ଅନୁଯାୟୀ, ତୁଷାରପାତ ଯୋଗୁଁ ଏଠାକାର ଅଲ-ଜାଫର ମରୁଭୂମି ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସୌଦି ଆରବରେ ପ୍ରଥମ ଥର ପାଇଁ ଏହି ପ୍ରକାରର ପାଣିପାଗ ଦେଖାଯାଇଛି, ଯାହାକୁ କେତେକ ଲୋକେ ପ୍ରକୃତିର ଚମତ୍କାର ବୋଲି କହୁଥିବାବେଳେ କେତେକ ପରିବେଶ ବିଶେଷଜ୍ଞ ଏହି ଘଟଣାକୁ ପ୍ରକୃତିର ବିପଦ ବୋଲି କହୁଛନ୍ତି।
ସୌଦି ଆରବରେ ପାଣିପାଗ ଢାଞ୍ଚା ଗତ ଏକ ସପ୍ତାହ ଧରି ଅତ୍ୟନ୍ତ ଖରାପ ଥିଲା ଏବଂ ଏଠାରେ ଥିବା ପାଗଠାରୁ ବହୁତ ଭିନ୍ନ। ଗତ ସପ୍ତାହରେ ବୁଧବାର (୩୦ ଅକ୍ଟୋବର) ଅଲ-ଜୋଫରେ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ କୁଆପଥର ମାଡ ହୋଇଥିଲା। ଏହା ପରେ ଏଠାରେ କିଛି ଅଂଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଗୋଟିଏ ସପ୍ତାହ ପରେ, ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଛି। ଏକ ଧଳା ଚାଦର ସମଗ୍ର ଅଞ୍ଚଳରେ ବ୍ୟାପିଛି। ଲୋକମାନେ ଏହାକୁ ସୋସିଆଲ ମିଡିଆରେ ଆଲୋଚନା କରୁଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ଏହି ସ୍ଥାନର ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।
ସଂଯୁକ୍ତ ଆରବ ଏମିରେଟ୍ସର ପାଣିପାଗ କେନ୍ଦ୍ର (ଏନସିଏମ) ଅନୁଯାୟୀ, ଏହାର କାରଣ ହେଉଛି ଆରବ ସାଗରରୁ ଓମାନ ପର୍ଯ୍ୟନ୍ତ ବ୍ୟାପିଥିବା ନିମ୍ନ ଚାପ ପ୍ରଣାଳୀ। କମ ଚାପ ହେତୁ ଆର୍ଦ୍ରତା ଭରପୂର ପବନ ଏକ ଅଞ୍ଚଳକୁ ଆସିଲା ଯାହା ସାଧାରଣତଃ ଶୁଖିଲା।
ସୌଦି ଆରବ ଏବଂ ପଡୋଶୀ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ମେଘ ବଜ୍ରପାତ, ପ୍ରବଳ ବର୍ଷା ଏବଂ ପ୍ରବଳ ତୁଷାରପାତ ହେବାର ଏହି କାରଣ। ୟୁଏଇ ପାଣିପାଗ ବିଭାଗ ଆଗାମୀ ଦିନରେ ଅଲ-ଜୋଫରେ ପ୍ରବଳ ବର୍ଷା ହେବାର ଚେତାବନୀ ବି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri