ପ୍ରକୃତି ଆମର ସଂସ୍କୃତିର ପରିଚୟ: ରାମଦେବ

ନୂଆଦିଲ୍ଲୀ,୩ା୮: ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ ଏବଂ ପତଞ୍ଜଳି ବିଶ୍ୱବିଦ୍ୟାଳୟ ହରିଦ୍ୱାରର ମିଳିତ ପ୍ରୟାସରେ ୪ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ୨ୟ ଦିନରେ ପାରମ୍ପରିକ ଭାରତୀୟ ଚିକିତ୍ସାର ଆଧୁନିକୀକରଣ, ଜନସ୍ବାସ୍ଥ୍ୟ ଏବଂ ଶିଳ୍ପ ଦୃଷ୍ଟିକୋଣ ଶୀର୍ଷିକ ଉପରେ ଏକ ବିସ୍ତୃତ ଆଲୋଚନା ବହୁ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକ ତଥା ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତକରି ପତଞ୍ଜଳି ବିଶ୍ୱବିଦ୍ୟାଳୟର କୁଳପତି ସ୍ବାମୀ ରାମଦେବ କହିଛନ୍ତି, ପ୍ରକୃତି ଆମର ସଂସ୍କୃତିର ପରିଚୟ ଏବଂ ଏହା ଆମକୁ ସମୃଦ୍ଧତା ଏବଂ ସ୍ବାସ୍ଥ୍ୟ ମଧ୍ୟ ଦେଇଥାଏ। ଆଜି ଲକ୍ଷ ଲକ୍ଷ ଲୋକ ନିଜ ଘର ବଗିଚାରେ ତୁଳସୀ, ଆଲୋଭେରା ଏବଂ ଗିଲୋୟକୁ ଯତ୍ନ ସହକାରେ ଲଗାଇଛନ୍ତି। ସେହିଭଳି ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ସଭାପତି ଆଚାର୍ଯ୍ୟ ବାଲକ୍ରିଷ୍ଣା ଆୟୁର୍ବେଦ କ୍ଷେତ୍ରରେ ପତଞ୍ଜଳିର ବିପୁଳ ଅବଦାନ ବିଷୟରେ ବର୍ଣ୍ଣନା କରି କହିଛନ୍ତି, ପତଞ୍ଜଳି ଅନୁସନ୍ଧାନ ଏବଂ ଆୟୁର୍ବେଦିକ ଔଷଧ ବିଶ୍ୱରେ ଗ୍ରହଣୀୟ ହୋଇଛି। ସେହିପରି ଆୟୋଜକ କମିଟିର ଅଧ୍ୟକ୍ଷ ଡ. ବେଦ ପ୍ରିୟା ସଫଳତାର ସହ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ୨୧ଟି ଦେଶର ୫୦ରୁ ଅଧିକ ଶିକ୍ଷାନୁଷ୍ଠାନରୁ ହଜାର ହଜାର ଅଂଶଗ୍ରହଣକାରୀ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ହୋଇଥିଲେ। ଅପରପକ୍ଷରେ ଅତିଥିମାନଙ୍କ ଦ୍ୱାରା ମୋଟ ୫୯ଟି ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପତଞ୍ଜଳି ବିଶ୍ୱବିଦ୍ୟାଳୟ, ପତଞ୍ଜଳି ଆୟୁର୍ବେଦ କଲେଜ, ବୈଦିକ ଗୁରୁକୁଲମ୍‌ ଏବଂ ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକ ଏବଂ ଛାତୀଛାତ୍ରାମାନେ ଅତିଥି ତଥା ଅଂଶଗ୍ରହଣକାରୀଙ୍କ ସମ୍ମାନାର୍ଥେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଯେଉଁଥିରେ ଗ୍ରୁପ୍‌ ନୃତ୍ୟ, ଗୀତ ଏବଂ ଯୋଗ ମଧ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri