ପ୍ରକୃତି ଭରିଛି ରଙ୍ଗ

ପ୍ରକୃତି ଯେତିକି ସୁନ୍ଦର, ସେତିକି ବିସ୍ମୟରେ ଭରା। ଠିକ୍‌ ଯେମିତି ଏହିସବୁ ହ୍ରଦ ଓ ନଦୀ। ଏସବୁକୁ ଦେଖିଲେ ଲାଗେ ସତେଯେମିତି ପ୍ରକୃତି ଏହା ମଧ୍ୟରେ ଭରିଦେଇଛି ରଙ୍ଗ । ଆଉ ଏସବୁ ପାଲଟିଯାଇଛି ରଙ୍ଗିନ…

ଲେକ ହିଲର୍‌- ଅଷ୍ଟ୍ରେଲିଆର ଲେକ୍‌ ହିଲର୍‌ ସାରା ପୃଥିବୀରେ ଏହାର ଗୋଲାପୀ ରଙ୍ଗର ପାଣି ପାଇଁ ପରିଚିତ। ଏହି ହ୍ରଦ ବେଶ୍‌ ଛୋଟ। କ୍ଷେତ୍ରଫଳ ମାତ୍ର ୬୦୦ ମିଟର। ଏହା ଏକ ଲବଣାକ୍ତ ହ୍ରଦ। ହ୍ରଦର ଚତୁଃପାର୍ଶ୍ୱରେ ପେପରବାର୍କ ଗଛ ଓ ୟୁକାଲିପଟାସ୍‌ ଗଛ ଘେରି ରହିଛି। ତଥାପି ଏହି ଗୋଲାପୀ ହ୍ରଦକୁ ଦେଖିବା ପାଇଁ ପର୍ଯ୍ୟଟକ ଏଠାକୁ ଆସନ୍ତି। ଏହାର ରଙ୍ଗ ଏଭଳି ହେବା ପଛର କାରଣ ହେଉଛି ଏକ ପ୍ରକାରର ଶୈବାଳ ଓ ବ୍ୟାକ୍ଟେରିଆ। ଏହି ଶୈବାଳ ଓ ବ୍ୟାକ୍ଟେରିଆ ଥାଇ ବି ଏମାନେ ମଣିଷ ଓ ବନ୍ୟ ଜୀବଜନ୍ତୁଙ୍କର କୌଣସି କ୍ଷତି କରନ୍ତି ନାହିଁ। ଡେଡ୍‌ ସି’ ଭଳି ହିଲର୍‌ ଲେକ୍‌ରେ ବି ଲୁଣର ମାତ୍ରା ଅଧିକ। ତଥାପି ପହଁରାଳିଙ୍କ ପାଇଁ ଏହା ସୁରକ୍ଷିତ। କୁହାଯାଏ ଅଷ୍ଟ୍ରେଲିଆର ନାଭିଗେଟର୍‌ ମାଥ୍ୟୁ ଫ୍ଲିଣ୍ଡର୍ସଙ୍କ ଜର୍ନାଲରୁ ପ୍ରଥମକରି ଏହି ହ୍ରଦ ଲୋକଲୋଚନକୁ ଆସିଥିଲା।

ଡେଭିଲ୍ସ ବାଥ୍‌ ପୁଲ୍‌- ନ୍ୟୁଜିଲାଣ୍ଡରେ ଥିବା ଏହି ହ୍ରଦ ଏକ ପ୍ରାକୃତିକ ବିସ୍ମୟ। ଏହାର ଜଳ ସବୁଜ ରଙ୍ଗର। ଏହି ହ୍ରଦରେ ସଲଫର୍‌୍‌ ପ୍ରଚୁର ମାତ୍ରାରେ ରହିଛି, ଯାହାକି ଜଳର ଉପରିଭାଗରେ ଭାସିଥାଏ। ତେଣୁ ଏହାର ଜଳ ଔଜ୍ଜ୍ୱଲ୍ୟମାନ ସବୁଜ ରଙ୍ଗର ଦେଖାଯାଏ।

ଲଗୁନା ଭର୍ଡ- ବଲିଭିଆର ଏହି ହ୍ରଦ ମଧ୍ୟ ଏକ ଲବଣାକ୍ତ ହ୍ରଦ। ଏହାର କ୍ଷେତ୍ରଫଳ ୭.୫ ବର୍ଗ କି.ମି. ଓ ଗଭୀରତା ୧୮ ଫୁଟ୍‌। ଏକ ସରୁ ସ୍ଥଳ ଭାଗ ଏହାକୁ ଦୁଇ ଭାଗରେ ବିଭକ୍ତ କରେ। ଏଥିରେ ପ୍ରଚୁର ମାତ୍ରାରେ ଆର୍ସେନିକ ଓ ଅନ୍ୟାନ୍ୟ ମିନେରାଲ ଅଛି। ତେଣୁ ଏହାର ଜଳର ରଙ୍ଗ ନୀଳ । ଏହାର ପରିବେଶର ସ୍ଥିତିକୁ ମଙ୍ଗଳ ଗ୍ରହ ସହ ତୁଳନା କରାଯାଏ। ଏମିତି ବି କୁହାଯାଏ ଯଦି ମଙ୍ଗଳ ଗ୍ରହରେ ହ୍ରଦ ଥାଆନ୍ତା ତେବେ ଏହିଭଳି ହୋଇଥାନ୍ତା। ତେବେ ସେ ଯାହା ବି ହେଉ ଏବେ ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ପାଲଟିଛି।

ହେଲ୍ସ ଅଫ୍‌ ବେପୁ- ଜାପାନର ଏହି ହ୍ରଦ ଏତେ ଉତ୍ତପ୍ତ ଯେ, ଏଥିରେ ନ ଗାଧୋଇ ରୋଷେଇ କରିହେବ। ଏହାର ଜଳ ନୀଳ, କିନ୍ତୁ ସର୍ବଦା ଏଥିରୁ ବାଷ୍ପ ନିର୍ଗତ ହେଉଥାଏ। ଏଠାରେ ଥିବା ଏକ ଜୀବନ୍ତ ଆଗ୍ନେୟଗିରି ହେଉଛି ଏଭଳି ବାଷ୍ପ ନିର୍ଗତ ହେବାର ଏକ ପ୍ରମୁଖ କାରଣ।

ବ୍ଲୁ ଲାଗୁନ- ଦକ୍ଷିଣ ପଶ୍ଚିମ ଆଇସ୍‌ଲାଣ୍ଡରେ ଥିବା ବ୍ଲୁ ଲାଗୁନ୍‌ ହେଉଛି ଏକ ଜିଓଥର୍ମାଲ ବା ଭୂତାପୀୟ ପୁଲ୍‌। ଏହାର ଉଷ୍ମ ଜଳରେ ସ୍ନାନ କରି ସ୍ପାର ମଜା ଉଠାଇବାକୁ ଅନେକ ପର୍ଯ୍ୟଟକ ଆସିଥାଆନ୍ତି। ଏହି ପୁଲ୍‌ଗୁଡିକର ଜଳର ରଙ୍ଗ ଇମେରାଲ୍ଡ ବା ଓଜ୍ଜଲ୍ୟମାନ ସବୁଜ ରଙ୍ଗର। ଜଳରେ ଥିବା ସିଲିକା, ଶୈବାଳ ଓ ମିନେରାଲ୍ସ ହେଉଛି ସବୁଜ ରଙ୍ଗ ହେବାର ମୁଖ୍ୟ କାରଣ।

ଚଟ୍‌ ଏଲ୍‌ ଜେରିଦ୍‌- ସାହାରାର ଚରମ ଉଷ୍ମତା ମଧ୍ୟରେ ଚଟ୍‌ ଏଲ୍‌ ଜେରିଦ୍‌ ହ୍ରଦରେ ଏକ ପ୍ରକାର ବ୍ୟାକ୍ଟେରିଆର ବିକାଶ ଘଟିଥାଏ। ଆଉ ଏହି ବ୍ୟାକ୍ଟେରିଆ ହ୍ରଦର ପାଣିକୁ କେବେ ବାଇଗଣୀ, କେବେ ଗୋଲାପୀ ତ କେବେ ଲାଲ ରଙ୍ଗରେ ରୂପାନ୍ତରିତ କରିଥାଆନ୍ତି।

ବେତଶିବୋକା ରିଭର୍‌- ହ୍ରଦ ଭଳି କିଛି ନଦୀ ବି ତା’ର ରଙ୍ଗିନ ଜଳ ପାଇଁ ପରିଚିତ। ସେଥିମଧ୍ୟରୁ ମାଡାଗାସ୍କରର ବେତଶିବୋକା ନଦୀ ଅନ୍ୟତମ। ଏହା କଳଙ୍କି ପରି ଲାଲ ରଙ୍ଗର ଅଟେ। ୫୨୫ କି.ମି. ଲମ୍ବ ଏହି ନଦୀ ଗ୍ରୀଷ୍ମମଣ୍ଡଳୀୟ ଗୁଳ୍ମ ଦ୍ୱାରା ପରିବେଷ୍ଟିତ। ନଦୀରେ ଜମା ହୋଇଥିବା ପଟୁମାଟି ଏହାର ଜଳକୁ ଲାଲ ରଙ୍ଗର କରିଥାଏ।

ଗ୍ରାଣ୍ଡ ପ୍ରିଜ୍‌ମାଟିକ୍‌ ସ୍ପ୍ରିଙ୍ଗ- ଆମେରିକାର ୟେଲୋଷ୍ଟୋନ ନ୍ୟାଶନାଲ ପାର୍କରେ ଥିବା ଗ୍ରାଣ୍ଡ ପ୍ରିଜ୍‌ମାଟିକ ସ୍ପ୍ରିଙ୍ଗ ହେଉଛି ପୃଥିବୀର ସବୁଠାରୁ ବଡ଼ ହଟ୍‌ ପୁଲ୍‌। ଏହାର ଜଳ ଲାଲ, କମଳା, ହଳଦିଆ, ସବୁଜ ଓ ନୀଳ ଭଳି ଔଜ୍ଜ୍ୱଲ୍ୟମାନ ରଙ୍ଗରେ ଦେଖାଯାଏ ବେଶ୍‌ ରଙ୍ଗିନ। ଲାଗେ ସତେ ଯେମିତି ଏହା ଏକ ହଟ୍‌ ପୁଲ୍‌ ନୁହେଁ ବରଂ ଇନ୍ଦ୍ରଧନୁର ସାତ ରଙ୍ଗ ଭୂପୃଷ୍ଠକୁ ଚାଲି ଆସିଛି। କିଛି ମାଇକ୍ରୋଅର୍ଗାନିଜ୍‌ମ ପାଇଁ ଏହାର ଜଳ ଏଭଳି ରଙ୍ଗିନ ପାଲଟିଛି। ତେବେ ପୁଲ୍‌ର ମଝି ଅଂଶ ବେଶ୍‌ ଉତ୍ତପ୍ତ।

ଲଗୁନା କଲୋରାଡୋ- ବଲିଭିଆର ଦକ୍ଷିଣ ପଶ୍ଚିମରେ ଲଗୁନା କଲୋରାଡୋ ହ୍ରଦ ଅବସ୍ଥିତ। ଏହା ଏକ ଅଗଭୀର ଲବଣାକ୍ତ ହ୍ରଦ। ଏହାର ଜଳମଧ୍ୟସ୍ଥ ଭୂମିରେ ସୋଡିୟମ ବୋରେଟ୍‌ ପ୍ରଚୁର ଥାଏ, ଯାହାକି ତାକୁ ଧଳାରଙ୍ଗର କରିଥାଏ। ତା’ସହ ଜଳର ଉପରିଭାଗର ଲାଲ ରଙ୍ଗ ଏଥିରେ ଥିବା ପଟୁ ମାଟି ଓ କିଛି ଶୈବାଳଙ୍କ ପିଗ୍‌ମେଣ୍ଟେଶନ୍‌ ପାଇଁ ହୋଇଥାଏ। ଧଳାମାଟି ଉପରେ ଲାଲ ପାଣି ଏକ ମନଲୋଭା ଦୃଶ୍ୟ ସୃଷ୍ଟି କରିଥାଏ।

କାନୋ କ୍ରିଷ୍ଟାଲ- କଲମ୍ବିଆର କାନୋ କ୍ରିଷ୍ଟାଲ ନଦୀ ‘ରିଭର୍‌ ଅଫ୍‌ ଫାଇଭ୍‌ କଲର୍ସ’ ସହ ‘ଲିକୁଇଡ୍‌ ରେନ୍‌ବୋ’ ନାମରେ ପରିଚିତ। ଏହି ନଦୀର ଶଯ୍ୟା ଜୁଲାଇ ମାସ ଶେଷଠାରୁ ନଭେମ୍ବର ପର୍ଯ୍ୟନ୍ତ ହଳଦିଆ, ସବୁଜ, ନୀଳ, କଳା ଓ ଖାସ୍‌ କରି ଲାଲ ରଙ୍ଗର ଦେଖାଯାଏ। ଲାଗେ ସତେ ଯେମିତି ନଦୀ ଇନ୍ଦ୍ରଧନୁ ପାଲଟିଯାଇଛି। ତେବେ ନଦୀ ଶଯ୍ୟାରେ ବଢୁଥିବା ମାକାରେନିଆ କ୍ଲାଭିଗେରା ନାମକ ଗୁଳ୍ମ ଲାଗି ଏହାର ଜଳ ଲାଲ ରଙ୍ଗର ଦେଖାଯାଏ। ଏହି ରଙ୍ଗିନ ନଦୀକୁ ଅନେକେ ‘ଦ ଗାର୍ଡେନ୍‌ ଅଫ୍‌ ଇଡେନ୍‌’ ବୋଲି ମଧ୍ୟ କହନ୍ତି।

ଚାଇନାର ୟେଲୋ ରିଭର୍‌- ଚାଇନାର ଦ୍ୱିତୀୟ ଲମ୍ବା ନଦୀ ‘ହୁଆଙ୍ଗ ହୋ’ ବେଶ୍‌ ପରିଚିତ ‘ୟେଲୋ ନଦୀ’ ନାମରେ। କାରଣ ଏହାର ଜଳରାଶି ହଳଦିଆ ରଙ୍ଗର ଦେଖାଯାଏ। ପ୍ରତିବର୍ଷ ଏହି ନଦୀର ଜଳ ୧.୬ ବିଲିୟନ୍‌ ଟନ୍‌ ପଟୁମାଟି ନିଜ ସହ ବୋହି ନେଇଥାଏ। ତେଣୁ ଦୂରରୁ ଏହାର ଜଳ ସୁନ୍ଦର ହଳଦିଆ ରଙ୍ଗର ଦେଖାଯାଏ। ହେଲେ ପାଖରେ ଏହା କାଦୁଅଭରା ଓ ଅନ୍ଧକାରମୟ ଲାଗେ।

କିଲୋଟୋଆ- ଏହା ଏକ କ୍ରେଟର୍‌ ଲେକ୍‌ ବା ଜ୍ୱାଳାମୁଖୀର ମୁଖରେ ଥିବା ହ୍ରଦ। ଅଗ୍ନି ଉଦ୍‌ଗିରଣ ପରେ ସୃଷ୍ଟି ହୋଇଥିବା ବିରାଟକାୟ ଗାତରେ ପାଣି ଭର୍ତ୍ତି ହେବା ପରେ ଏହି ଲେକ୍‌ ତିଆରି ହୋଇଛି। ଜଳରେ ମିଶି ରହିଥିବା ମିନେରାଲ୍‌ ପାଇଁ ଏହି ହ୍ରଦର ଜଳ ସବୁଜ ରଙ୍ଗର ଦେଖାଯାଏ।

ଲେକ୍‌ ରେତ୍‌ବା- ଲେକ୍‌ ରବ୍‌ତାର ଅର୍ଥ ହେଉଛି ‘ପିଙ୍କ ଲେକ୍‌’ ବା ଗୋଲାପୀ ହ୍ରଦ। ଉତ୍ତର ପଶ୍ଚିମ ଆଫ୍ରିକାର ସେନେଗାଲରେ ଏହା ଅଛି। ଏହା ଏକ ଲବଣାକ୍ତ ହ୍ରଦ। ହ୍ରଦର ଜଳ ଗୋଲାପୀ ରଙ୍ଗର ହୋଇଥିବାରୁ ଏହାର ନାମକରଣ ଏହିଭଳି ହୋଇଛି। ଦୁନାଲିଏଲା ସାଲିନା ନାମକ ଶୈବାଳ ହେଉଛନ୍ତି ଗୋଲାପୀ ଜଳ ପଛର କାରଣ।

କେଲିମୁଟୁ- ଇଣ୍ଡୋନେସିଆର କେଲିମୁଟୁ ହେଉଛି ଏକ ଆଗ୍ନେୟଗିରି। ଏହା ମଧ୍ୟରେ ଅଛି ତିନୋଟି କ୍ରେଟର ଲେକ୍‌। ତେବେ ଆଶ୍ଚର୍ଯ୍ୟର କଥା ତିନୋଟି ଯାକ ହ୍ରଦର ଜଳର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ବିଜ୍ଞାନ କହେ ଅମ୍ଳଜାନ ଗ୍ରହଣ ଓ ହ୍ରାସ ଅନୁସାରେ ଏବଂ ହ୍ରଦରେ ଥିବା ଆଇରନ୍‌ ଓ ମାଙ୍ଗାନିଜ ଲାଗି ଏହାର ଜଳର ରଙ୍ଗ ଏଭଳି ହୋଇଛି।

ଇମେରାଲ୍ଡ ଲେକ୍‌- ନ୍ୟୁଜିଲାଣ୍ଡର ଟୋଙ୍ଗାରିରୋ ପର୍ବତରେ ଅଛି ଏହି କ୍ରେଟର୍‌ ଲେକ୍‌। ଏହା ମଧ୍ୟ ବେଶ୍‌ ରଙ୍ଗିନ। ଏହାର ଜଳ ସବୁଜ। ପାଣିରେ ଥିବା ମିନେରାଲ୍‌ ଏହାର ରଙ୍ଗକୁ ଏଭଳି କରିଥାଏ।

-ଶିବାନୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ…

ବରୀ,୪ା୩(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ବ୍ଲକ ସ୍ବାଇଁଖଣ୍ଡ ପଞ୍ଚାୟତ ଯଅଁପଡ଼ା ଗ୍ରାମର ହିରଣ୍ୟ ବେଉରିଆ ନଦୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ, ରଙ୍ଗ ଖେଳ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri