Posted inଫୁରସତ

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ମନ୍ମଥ କୁମାର ଶତପଥୀ

ଭଞ୍ଜନଗରର ବାସୁଦେବପୁର ଗାଁରେ ମୋ ଜନ୍ମ। ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରିବା ପରେ ଘରର ଦୁର୍ବଳ ଆର୍ଥିକାବସ୍ଥା ପାଇଁ ମୁଁ ଚାକିରି କରିବାକୁ ଲାଗିଲି। କାରଣ ମୋ ନନା ଥିଲେ ଜଣେ ଜ୍ୟୋତିର୍ବିଦ୍‌ ତଥା କର୍ମକାଣ୍ଡବିଦ୍‌। ସାହିତ୍ୟ କ୍ଷେତ୍ରରେ ବି ଥିଲା ତାଙ୍କର ବେଶ୍‌ ଆଗ୍ରହ। କିନ୍ତୁ ଏଥିରୁ ତାଙ୍କର ସେମିତି ଆଖିଦୃଶିଆ ରୋଜଗାର ହେଉ ନ ଥିଲା। ଏପଟେ ଆମେ ୬ ଭାଇଭଉଣୀ (୪ ଭାଇ ଓ ୨ ଭଉଣୀ)। ପୁଅଙ୍କ ଭିତରେ ଯେହେତୁ ବଡ଼ ଥିଲି ତେଣୁ ଘରର ସବୁ ଦାୟିତ୍ୱ ମୋ ଉପରେ ଥିଲା। ସେଥିପାଇଁ ରେଭେନ୍ୟୁ ଡିଭିଜନାଲ୍‌ ଅଫିସ୍‌ରେ କ୍ଲରିକାଲ୍‌ ପୋଷ୍ଟରେ କାମ କଲି। ଏହା ଥିଲା ୧୯୬୨ ମସିହାର କଥା। ସେତେବେଳେ ୮୦ ଟଙ୍କା ଥିଲା ଦରମା ଆଉ ଡି.ଏ. ବାବଦରେ ୧୦ ଟଙ୍କା ମିଳୁଥିଲା। ପ୍ରଥମ ଦରମାକୁ ନେଇ ବୋଉ ହାତରେ ଦେଲି, ସେ ବହୁତ ଖୁସି ହୋଇଥିଲା। ଚାକିରି କରିବା ସହ ପ୍ରାଇଭେଟ୍‌ରେ ପରୀକ୍ଷା ଦେଇ ବି.ଏ. ଓ ଆକାଉଣ୍ଟ୍‌ସ ଏକଜାମିନେଶନ୍‌ ପାସ୍‌ କରିଥିବାରୁ ମୋତେ ପରବର୍ତ୍ତୀ ସମୟରେ ସେକ୍ରେଟେରିଏଟ୍‌ କ୍ୟାଡର୍‌ରେ ଜୁନିୟର ଅଡିଟର୍‌ ଭାବେ ନିଯୁକ୍ତି ମିଳିଥିଲା। ପାଖାପାଖି ୨୬ବର୍ଷ ମୁଁ ଏହି ଅଡିଟ୍‌ ଲାଇନ୍‌ରେ କଟେଇଥିଲି। ପ୍ରଥମେ ମୁଁ ଲୋକାଲ୍‌ ଫଣ୍ଡ୍‌ ଅଡିଟ୍‌ ଫାଇନାନ୍ସ ଡିପାର୍ଟମେଣ୍ଟରେ ଜଏନ୍‌ କରିଥିଲି। ତା’ପରେ ପ୍ରମୋଶନ ପାଇ ୧୯୭୪ରେ ଗଲି ହେଲଥ୍‌ ଡିପାର୍ଟମେଣ୍ଟକୁ। ସେଠାରେ ମୁଁ ଅଡିଟର୍‌ ଭାବେ ୧୯୯୨ ଯାଏ କାମ କଲି। ଏହି ସମୟକାଳ ଭିତରେ ଓଡ଼ିଶାର ପ୍ରାୟ ସବୁ ଜିଲାକୁ ଯାଇ କାମ କରିବା ସହ ସେଠାକାର କଳା, ସଂସ୍କୃତି ତଥା ସ୍ଥାନୀୟ ଲୋକଙ୍କର ଜୀବନଶୈଳୀକୁ ଅତି ନିକଟରୁ ବୁଝିବାକୁ ଚେଷ୍ଟା କରିଥିଲି। ଏହାପରେ ମୋତେ ପୁଣି ପ୍ରମୋଶନ ମିଳିଥିଲା ଆଉ ମୁଁ ଓଡ଼ିଶା ଫାଇନାନ୍ସ ସର୍ଭିସ୍‌ରେ ଫାଇନାନ୍ସ ଅଫିସର୍‌ ଭାବେ ଜଏନ୍‌ କରିଥିଲି ଏବଂ ଶେଷରେ ୨୦୦୨ରେ ଚାକିରିରୁ ଅବସର ନେଇଥିଲି। ତେବେ ପିଲାଟି ଦିନରୁ ଯେହେତୁ ମୋର କଳା, ସାହିତ୍ୟ ଓ ନାଟକ(ବିଶେଷ କରି ଲୋକ ନାଟକ) ପ୍ରତି ଦୁର୍ବଳତା ରହିଥିଲା, ତେଣୁ ଚାକିରି କ୍ଷେତ୍ରରେ ବିଭିନ୍ନ ସ୍ଥାନରୁ ଅନୁଭୂତି ସାଉଁଟି ମୁଁ ଅନେକ ବାସ୍ତବଧର୍ମୀ ନାଟକ ଲେଖିବା ଆରମ୍ଭ କରିଥିଲି; ଯେଉଁଧାରା ମୋର ଏବେ ବି ଜାରି ରହିଛି। ୟା’ଭିତରେ ମୁଁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ନାଟକ ଲେଖି ସାରିଲିଣି, ତନ୍ମଧ୍ୟରୁ ପ୍ରାୟ ୨୨ଟି ନାଟକ ଛପା ମଧ୍ୟ ସରିଲାଣି। ତା’ଛଡା ମୋ ଲିଖିତ ଅନେକ ନାଟକ ବିଭିନ୍ନ ଅନୁଷ୍ଠାନ ତରଫରୁ ବହୁବାର ମଞ୍ଚସ୍ଥ ବି ହୋଇସାରିଲାଣି। ଆଜିର ମଣିଷ, ଜିଅନ୍ତା ଶବ, ଯୌବନର ତୀର୍ଥ, କାହାଣୀ ନୁହେଁ ନାଟକ, ବୁଭୁକ୍ଷିତଃ କିମ୍‌ ନ କରୋତି ପାପଂ, ମଣିଷ ଗଛ, ଉଠ କଙ୍କାଳ, ମୁଁ ଚକରା କହୁଛି (ଯେଉଁ ନାଟକଟି ବିପ୍ଳବୀ ଚକରା ବିଶୋଇଙ୍କୁ ଲୋକଲୋଚନକୁ ଆଣିଥିଲା)ଇତ୍ୟାଦି ହେଉଛି ମୋ ଲିଖିତ କେତୋଟି ପ୍ରମୁଖ ନାଟକ। ‘ବୁଭୁକ୍ଷିତଃ କିମ୍‌ ନ କରୋତି ପାପଂ’ ପାଇଁ ମୋତେ ନ୍ୟାଶନାଲ ଆଓ୍ବାର୍ଡ ବି ମିଳିସାରିଛି। କେବଳ ନାଟକ ଲେଖେ ତାହା ନୁହେଁ, ଅନେକ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ବି ଦେଇଛି। ତା’ସହିତ ବିଭିନ୍ନ ଅଞ୍ଚଳର କଳା, ସଂସ୍କୃତି ଓ ଅଲୌକିକ କାହାଣୀକୁ ନେଇ ମୁଁ ଲେଖିଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପ୍ରବନ୍ଧ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ବି ହୋଇସାରିଛି। ଏଥିସହିତ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସେକ୍ରେଟାରୀ ଭାବେ ମଧ୍ୟ ମୁଁ ଦାୟିତ୍ୱ ତୁଲାଇସାରିଛି। ଏହାଛଡ଼ା ଫୋକ୍‌ ଥିଏଟର୍‌ ଅଫ୍‌ ଓଡ଼ିଶା ଉପରେ ରିସର୍ଚ୍ଚ କରିବା ପାଇଁ ୨୦୧୦ରେ ମୋତେ ସିନିୟର ଫେଲୋଶିପ୍‌ ବି ମିଳିସାରିଛି। ‘ଫେଷ୍ଟିଭାଲ୍‌ ଆଣ୍ଡ୍‌ ଫୋକ୍‌ ଥିଏଟର୍‌ ଅଫ୍‌ ଓଡ଼ିଶା’ ନାମରେ ଏକ ବହି ବି ମୋର ପ୍ରକାଶ ପାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ଖ୍ୟାତି ଅର୍ଜନ କରିସାରିଛି। ଆଉ ଏବେ ମୁଁ ଇନ୍‌ଫୋସିସ୍‌ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆୟୋଜିତ ଲୁପ୍ତପ୍ରାୟ ଲୋକକଳାର ପୁନରୁଦ୍ଧାର କ୍ଷେତ୍ରରେ ଓଡ଼ିଶା ଦାୟିତ୍ୱରେ ରହିଛି; ଯେଉଁ କାର୍ଯ୍ୟରୁ ମୋତେ ବେଶ୍‌ ଆତ୍ମତୃପ୍ତି ବି ମିଳିପାରୁଛି। ତେବେ ମୁଁ ମୋ ଜୀବନରେ ଅନେକ ପୁରସ୍କାର ମଧ୍ୟ ପାଇଛି; ତନ୍ମଧ୍ୟରୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ଇତ୍ୟାଦି ହେଉଛି ପ୍ରମୁଖ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri