Posted inଫୁରସତ

ପ୍ରକୃତି ଦେଇଛି ପ୍ରେରଣା

ଶିଳ୍ପୀ କେବଳ ଯେ, କଳାକୃତି ନିର୍ମାଣ କରେ ତା’ ନୁହେଁ ବରଂ କଳାକୃତି ମାଧ୍ୟମରେ ନିଜମନର ଭାବନାକୁ ବ୍ୟକ୍ତ କରିପାରେ। ସମାଜକୁ ସଚେତନ କରିଥାଏ। ସେମିତି ଜଣେ ଶିଳ୍ପୀ ଯେ କି ପ୍ରକୃତିର ମାଧୁର୍ଯ୍ୟକୁ ନେଇ ପ୍ରସ୍ତୁତ କରିଥାନ୍ତି କଳାକୃତୀ। ସେ ପୁଷ୍ପର ସୁଗନ୍ଧ ହେଉକି ଝରଣାର କଳକଳ ନାଦ, ପକ୍ଷୀର କାକଳି, ପବନର ମୃଦୁମନ୍ଦ ହିଲ୍ଲୋଳ ଅବା ଭିଜାମାଟିର ବାସ୍ନା ଆଦିର ଅନୁଭବକୁ ସେ ଚିତ୍ରରେ ପରିପ୍ରକାଶ କରିବାର ପ୍ରୟାସ କରିଥାନ୍ତି। ଏମିତିରେ ସେ ଦୀର୍ଘ ୨୨ବର୍ଷ ଧରି ସାଧନା ଜାରି ରଖିଛନ୍ତି। ଏହାଛଡା ଓଡ଼ିଶାର କଳା, ସଂସ୍କୃତି ଓ ବିଭିନ୍ନ ପ୍ରଥା ପରମ୍ପରାକୁ ନେଇ ସୃଷ୍ଟି କରନ୍ତି ତାଙ୍କର କଳାକାରିଗରି ଦୁନିଆ। ନିଜ ରାଜ୍ୟରୁ ଆରମ୍ଭକରି ଦେଶବିଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇସାରିଛି ତାଙ୍କର ଅନେକ କଳାକୃତି। ଏଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ଶିଳ୍ପୀ ଶୁଭ୍ରା ଚାନ୍ଦ। ଜନ୍ମ ୧୯୭୬ ମସିହା, ଏକ ବଙ୍ଗୀୟ ପରିବାରରେ। ପିତା ମଧୁସୂଦନ ଦାସ, ମାତା ଆଲୋକଲତା ଦାସ। ସେ କୁହନ୍ତି, ମୋ ବାପା କଲିକତାରୁ ଆସି ମଧ୍ୟପ୍ରଦେଶର କଟନୀସ୍ଥିତ ଆୟୁଧ ନିର୍ମାଣ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ବାପାଙ୍କ ସରକାରୀ ଆବାସଟି ଏକ ପ୍ରାକୃତି ପରିବେଶ ଘେରା ନିଛାଟିଆ ସ୍ଥାନରେ ଥିଲା। ନିକଟରେ ପାହାଡ଼ିଆ ରାସ୍ତା, ପାଖରେ ଝରଣା ବହୁଥିଲା। ଚାରିପାଖରେ ପିଜୁଳି, ମହୁଲ ଓ ଶାଳଗଛର ବଣଥିଲା । ଏମିତି ପରିବେଶରେ ବାପା, ମା ଓ ଭାଇଙ୍କ ସହିତ ରହୁଥିଲୁ। କିନ୍ତୁ ପିଲାଟି ଦିନରୁ ମୋ ମା’ ମୋତେ କଳାସଂସ୍କୃତି ପ୍ରତି ଉତ୍ସାହିତ କରୁଥିଲେ। ଫଳରେ ସ୍କୁଲ ବୟସରୁ ନୃତ୍ୟ, ଅଭିନୟ ଓ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲି। ସେଥିପାଇଁ ଘରେ ଏକ ଚିତ୍ରକଳା ସଂସ୍ଥାକୁ ମତେ ଶିକ୍ଷା ପାଇଁ ପଠାଇଥିଲେ। ସେତେବେଳେ କଟ୍‌ନୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଦୁର୍ଗା ଓ କାଳୀପୂଜା ଅବସରରେ ଆୟୋଜିତ ନୃତ୍ୟ ଓ ଅଭିନୟରେ ଭାଗ ନେଉଥିଲି। କେତେକ ସଂସ୍ଥାରୁ ପୁରସ୍କୃତ ହୋଇଥିଲି। ବିଶେଷକରି ଚିତ୍ରକଳା ପ୍ରତି ମୋର ଅଧିକ ଆଗ୍ରହ ବଢିଯାଇଥିଲା। ଏପରି କି ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ତିଆରି ହେଉଥିବା ସରସ୍ବତୀ ପୂଜା, ଗଣେଶ ପୂଜା ଓ ଲକ୍ଷ୍ମୀ ପୂଜା ମଣ୍ଡପଗୁଡ଼ିକୁ ସାଜସଜ୍ଜା କରୁଥିଲି। କେନ୍ଦ୍ରୀୟ ବିଦ୍ୟାଳୟ କଟନୀରେ ପାଠପଢା ବେଳେ ସେଠାର କଳା ଓ ସାହିତ୍ୟ ଶିକ୍ଷକ ମତେ ସର୍ବଦା ଉତ୍ସାହିତ କରୁଥିଲେ। ୧୯୯୧ ମସିହାରେ କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ସ୍କାଉଟ ଓ ଗାଇଡ଼ କ୍ୟାମ୍ପରେ ଭୁବନେଶ୍ୱର ଯାଇଥିଲି। ଏଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲୁ। ଅବଶ୍ୟ ଏହା ପୂର୍ବରୁ ୧୯୮୮ରେ ବାପା, ମା ଓ ବଡ଼ଭାଇଙ୍କ ସହିତ ପୁରୀ ଯାଇଥିଲି। ପୁରୀରେ ମହାପ୍ରଭୁଙ୍କର ମୂର୍ତ୍ତି, ପିପିଲି ଚାନ୍ଦୁଆ ବିଭିନ୍ନ ପାରମ୍ପରିକ କଳାକୃତି ଦେଖି ଖୁସୀ ହୋଇଯାଇଥିଲି। ମୋର କଳା ପ୍ରତି ଆଗ୍ରହ ଦେଖି ବାପା ମୋତେ ଉଚ୍ଚଶିକ୍ଷା ପାଇଁ ଜବଲପୁର ଫାଇନ ଆର୍ଟ କଲେଜକୁ ପଠାଇଥିଲେ । ଏଠାରେ ଚିତ୍ରକଳାରେ ଏମ୍‌ଏ କଲି। ଜବଲପୁରର ଅନିତ ଦୂରରେ ଥିଲା ଭେଡ଼ାଘାଟ ଓ ଧୂଆଁଧାର ଜଳପ୍ରପାତ । ପାଖରେ ମାର୍ବଲ ମୂର୍ତ୍ତି ନିର୍ମାଣ ହୁଏ ଓ ପର୍ଯ୍ୟଟକଙ୍କୁ ବିକ୍ରି କରାଯାଏ। ଜବଲପୁର ରହଣି କାଳରେ ମାର୍ବଲ ପଥର ଖୋଦେଇକରି ମୂର୍ତ୍ତି ନିର୍ମାଣ କାମ ଶିଖିଲି। ଚିତ୍ରାଙ୍କନ ସହ ମୂର୍ତ୍ତି ନିର୍ମାଣ ମୋତେ ଅଧିକ ଉତ୍ସାହିତ କରୁଥିଲା। ସେତେବେଳେ ଏଠାରେ ଯେଉଁଠି କଳାକୃତି ପ୍ରଦର୍ଶନୀ ହେଉଥିଲା ସେଥିରେ ଭାଗନେଉଥିଲି। ଏମିତି କଳାକାରିଗରିର ଅଭ୍ୟାସ ଜାରି ରହିଥାଏ। ପୁଣି ପିଲାଦିନର ଅନେକ ସ୍ମୃତିକୁ ଆବୋରି ଚିତ୍ରାଙ୍କନ ସହ କବିତା ଓ ଗଳ୍ପରଚନା କରୁଥିଲି। ମୋ ଚିତ୍ରାଙ୍କନରେ ପ୍ରକୃତିର ବିଭିନ୍ନ ଚିତ୍ରକୁ ସ୍ଥାନ ଦେଇଥାଏ। ଚିତ୍ରରେ ମୋର ଅନ୍ତର୍ନିହିତ ଭାବନା ଏବଂ ମାନସିକତାକୁ ଅଭିବ୍ୟକ୍ତ କରିବାକୁ ପ୍ରୟାସ କରିଥାଏ। ଏମିତି ବି ଚେଷ୍ଟାକରେ- ପବନ, ତାପମାତ୍ରା, କମ୍ପନ, ଧ୍ୱନି, ତରଙ୍ଗ ଆଦିକୁ ଅନୁଭବକରି ତାହାକୁ ଚିତ୍ରରେ ରୂପ ଦେବାକୁ । ଭାରତର ଦିଲ୍ଲୀ, ମୁମ୍ବାଇ, କଲିକତା, ଭୁବନେଶ୍ୱର, ଚଣ୍ଡିଗଡ଼, ପାଟନା, ବେଙ୍ଗାଲୁର, ରାୟପୁର, ହାଇଦ୍ରାବାଦ, ଗୋଆ, ଜାମ୍ମୁ ଆଦି ସହରରେ ଅନେକଥର ମୋ ଦ୍ୱାରା ଅଙ୍କିତ ଚିତ୍ର ଗୁଡ଼ିକ ପ୍ରଦର୍ଶନୀରେ ସ୍ଥାନ ପାଇବା ସହ ସମ୍ମାନିତ ହୋଇପାରିଛି। ୨୦୧୧ରେ ଆମେରିକାରେ ଆୟୋଜିତ ହୋଇଥିବା ଏକ ଛୋଟ ଚିତ୍ରପ୍ରଦର୍ଶନୀରେ ମୋର ସ୍ଥାନ ପାଇଥିବା ଚିତ୍ର ଆଧାରରେ ଆମେରିକାର ବିଶିଷ୍ଟ କବି କେଣ୍ଡଲ ମରିୟମ୍‌ ଅନେକ କବିତା ରଚନା କରିଥିଲେ। ପ୍ରାୟ ୫୧ଟି କବିତାକୁ ନେଇ ସେ ୨୦୧୨ରେ ଏକ କବିତା ସଂକଳନ ‘ଦି ଲାଇଟ ରିଲିଜିୟସ ଇନ୍‌-ଟୁ ଇଭିନିଂ’ପ୍ରକାଶ କରିଥିଲେ। ଏହି ପୁସ୍ତକଟିକୁ ସେ ମୋତେ ଉତ୍ସର୍ଗ କରିଥିଲେ। ଏହି ବହିଟିର ପ୍ରଚ୍ଛଦରେ ମୋର ଏକ କାଳ୍ପନିକ ଆକୃତି ସ୍ଥାନ ପାଇଥିଲା। ଯାହାକୁ ଚିତ୍ରକର ଷ୍ଟିଫେନ ପେଟ୍ରୋଫ ଅଙ୍କନ କରିଥିଲେ। ଏହି ବହିଟି ଆମେରିକାରେ ଖୁବ୍‌ ଆଦୃତ ମଧ୍ୟ ହୋଇଥିଲା। ସମୟକ୍ରମେ ୧୯୯୯ରେ ଛତିଶଗଡ଼ର ଖଇରାଗଡ଼ସ୍ଥିତ ଇନ୍ଦିରା କଳାସଂଗୀତ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି ପାଇଁ ଯାଇଥିଲି। ସେଠାକାର ପ୍ରାକୃତିକ ପରିବେଶ ମୋତେ ଅତ୍ୟନ୍ତ ଆକୃଷ୍ଟ କରୁଥିଲା। ଚିତ୍ରାଙ୍କନ ଛାଡ଼ି ଭାବନାତ୍ମକ ଏବଷ୍ଟ୍ରାକ୍ଟ ଚିତ୍ରାଙ୍କନ ଆରମ୍ଭ କଲି। ମଧ୍ୟପ୍ରଦେଶର ଲୋକକଳା, ଆଦିବାସୀ କଳା ସମ୍ପର୍କରେ ଗବେଷଣା କରିଲି। ପିଏଚଡି କରୁଥିବା ଅବସରରେ ଅନୁପ କୁମାର ମୋତେ ଚିତ୍ର ରଚନା ଓ ପିଏଚଡିରେ ବହୁ ସାହାଯ୍ୟ ଓ ସହଯୋଗ କରିଛନ୍ତି। ସମୟକ୍ରମେ ୨୦୦୦ ମସିହାରେ ତାଙ୍କ ସହିତ ମୋର ବିବାହ ହୋଇଥିଲା। ଓଡ଼ିଆଘରର ବୋହୁ ହେବାସହ ଓଡ଼ିଶାର କଳାକାରିଗରିକୁ କାମ କରିବାରେ ମୁଁ ବେଶ୍‌ ସନ୍ତୁଷ୍ଟ।

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri