Posted inଫୁରସତ

ଦମ୍ପତିଙ୍କ ପ୍ରକୃତି ଅନୁକୂଳ ଘର

ଜୟପୁର: ପ୍ରତ୍ୟେକ ବ୍ୟକ୍ତି ତାଙ୍କ ସ୍ବପ୍ନର ଘରେ ରହିବାକୁ ଚାହାନ୍ତି, ଯେଉଁଠାରେ ସେ ନିଜ ପରିବାର ସହ ସୁଖରେ ରହିପାରିବ। କିନ୍ତୁ ଏପରି ଏକ ପରିବାର, ଯିଏ ସ୍ବପ୍ନ ସହିତ ପରିବେଶର ମଧ୍ୟ ଧ୍ୟାନ ରଖିଥିବା ଦେଖିବାକୁ ମିଳିଛି। ଏହାସହ ପ୍ରକୃତିକୁ ସୁହାଇଲା ଭଳି ଘର ନିର୍ମାଣ କରିଛନ୍ତି। ରାଜସ୍ଥାନ ଡୁଙ୍ଗରପୁର ସହରର ସିଭିଲ ଇଞ୍ଜିନିୟର ଆଶିଷ ପଣ୍ଡା ଏବଂ ତାଙ୍କ ସ୍ତ୍ରୀ ମଧୁଲିକା ପରିବେଶ ଅନୁକୂଳ ଘର ନିର୍ମାଣ କରିଛନ୍ତି। ମଧୁଲିକା ପେସାରେ ଜଣେ ସଫ୍ଟୱେୟର ଡେଭେଲପର ହୋଇଥିବାବେଳେ ସମାଜସେବା ମଧ୍ୟ କରିଥା’ନ୍ତି। ତାଙ୍କ ଘରର ସମସ୍ତ ଅଂଶ ପରିବେଶ ଅନୁକୂଳ ଅଟେ। ଆଶିଷଙ୍କ ପାଠପଢ଼ା ମାଡ୍ରାସରେ ସରିଥିଲା। ପରେ ସେ ସିଭିଲ ଇଞ୍ଜିନିୟର ରୂପେ ଚାକିରି କଲେ। ସେ ଦେଶର ବିଭିନ୍ନ ଜାଗାକୁ କାମ କରିବାକୁ ଯାଉଥିଲେ। ସେହିଭଳି ମଧୁଲିକା ଇଞ୍ଜିନିୟରିଂ କରିବା ପରେ ବିଦେଶ ଯାଇ ବର୍ଷେ କାମକଲେ। ସେମାନେ ବିଭିନ୍ନ ଜାଗା ବୁଲିବା ପରେ ୨୦୦୮ରେ ବିବାହ କରିଥିଲେ। ସେତେବେଳୁ ଇଟା କି ସିମେଣ୍ଟ ଘରେ ରହିବେନି ବୋଲି ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସେମାନେ ଭିନ୍ନ ଭିନ୍ନ ଗ୍ରାମରେ ଯାଇ ରହିବାକୁ ଲାଗିଲେ। ହେଲେ ତାଙ୍କୁ ଭଲ ଲାଗିଲାନି। ସେମାନେ ଏପରି ଜାଗାରେ ରହିବାକୁ ଚାହୁଁଥିଲେ, ଯେଉଁଠାରେ କମ୍‌ ସୁବିଧା ଉପଲବ୍ଧ ଥିବ ଏବଂ ନିଜ କାମ ମଧ୍ୟ ଆରାମରେ ହୋଇପାରୁଥିବ। ୨୦୧୦ରେ ଡୁଙ୍ଗରପୁରରେ ସେମାନଙ୍କର ଏକ ଝିଅ ଜନ୍ମହେଲା। ସେଥିପାଇଁ ସେମାନେ ସେହିଠାରେ ହିଁ ରହିବାକୁ ନିଷ୍ପତ୍ତି ନେଲେ। ଦୁହେଁ ମିଶି ସ୍ଥାନୀୟ ଜିନିଷ ବ୍ୟବହାର କରି ଏକ ଘର ନିର୍ମାଣ କଲେ, ଯେଉଁଥିରେ ସିମେଣ୍ଟ କି ଇଟାର ବ୍ୟବହାର ନ କରି ସେମାନେ ପ୍ରକୃତି ଅନୁକୂଳ ସାମଗ୍ରୀ ବ୍ୟବହାର କଲେ। ବିଭିନ୍ନ ପ୍ରକାର ପଥର, ମାଟିର ବ୍ୟବହାର କଲେ। ଘରର କବାଟ ଓ ଝରକା ତିଆରି ସମୟରେ ଘରକୁ କିପରି ସୂର୍ଯ୍ୟକିରଣ ପହଞ୍ଚିପାରିବ ସେଥିପ୍ରତି ଧ୍ୟାନଦେଲେ। ତେବେ ୨୦୧୭ରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲା। ତାଙ୍କ ଘରେ ଏବେ ଏସି କି ଫ୍ୟାନ୍‌ର ଆବଶ୍ୟକତା ପଡ଼େନି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri