ପ୍ରକୃତି ଓ ଜୀବର ଜୈବ ପ୍ରକ୍ରିୟା

ବିଶ୍ୱ ବ୍ରହ୍ମାଣ୍ଡରେ ପୃଥିବୀ ଏକ ଗ୍ରହ ଯେଉଁଠି ଜୀବଜଗତ ବଞ୍ଚିତ ରହିବା ପାଇଁ ପାଣି, ପବନ, ମାଟି ଓ ଜଳବାୟୁ ଅନୁକୂଳ ଅଟେ। ପୃଥିବୀ ଗର୍ଭରେ ଥିବା ଖଣିଜ ପଦାର୍ଥ ଇତ୍ୟାଦିରେ ମହଜୁଦ ରହିଅଛି ଯେପରି କମ୍ପାନୀ ଯାନଟି ବାହାର କରିବା ପରେ ତାହାର ପାଟର୍‌ସଗୁଡ଼ିକ ବଜାରରେ ମହଜୁଦ କରିଥାଏ। ଏହା ସହ ସୌରଜଗତର ବିଭିନ୍ନ ଗ୍ରହ, ଉପଗ୍ରହ, ନକ୍ଷତ୍ର, ସୂର୍ଯ୍ୟ, ଚନ୍ଦ୍ରଙ୍କ ସୁପ୍ରଭାବ ଉଦ୍ଭିଦ ଓ ଜୀବଜଗତ ଉପରେ ରହିଅଛି।
ପ୍ରକୃତିର ୨୪ ତତ୍ତ୍ୱାତ୍ମକ ତତ୍ତ୍ୱ ଦ୍ୱାରା ଜୀବଜଗତ ସୃଷ୍ଟି ହୋଇଅଛି। ତେଣୁ ଏହି ୨୪ ତତ୍ତ୍ୱ ପ୍ରତିଟି ଜୀବ ମଧ୍ୟରେ ବିଦ୍ୟମାନ। ସେଗୁଡ଼ିକ ହେଉଛି ପଞ୍ଚ ଜ୍ଞାନେନ୍ଦ୍ରିୟ- ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା ଓ ତ୍ୱଚା। ପଞ୍ଚ କର୍ମେନ୍ଦ୍ରିୟ- ବାକ୍‌, ଯାଦ, ପାଣି, ପାୟୁ (ଗୁଦମାର୍ଗ) ଓ ଉପସ୍ଥ (ଜନନ୍ଦ୍ରିୟ), ତିନି ଗୁଣ ଅବ୍ୟକ୍ତ, ମହାନ ଓ ଅହଂକାରରୁ ସତ୍ତ୍ୱ, ରଜ ଓ ତମ, ପଞ୍ଚ ମହାଭୂତ- ପୃଥିବୀ, ଜଳ, ତେଜ, ବାୟୁ ଓ ଆକାଶ, ପାଞ୍ଚ ତନ୍ମାତ୍ରା- ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଓ ମନ ।
ବାୟୁ ଦ୍ୱାରା ସମସ୍ତ କାର୍ଯ୍ୟ ହୋଇଥାଏ। ଚଳପ୍ରଚଳ, ପାଣି ବୋହିବା, ବୀଜ ରୋପଣ, ଶୁଦ୍ଧ ଅମ୍ଳଜାନ ବାୟୁ ଦ୍ୱାରା ଜୀବ ବଞ୍ଚତ୍ବା ଏବଂ ଅଙ୍ଗାରକାମ୍ଳକୁ ବୃକ୍ଷ ଶୋଷଣ କରି ଅମ୍ଳଜାନ ବାୟୁ ମଣ୍ଡଳରେ ପ୍ରସାରଣ କରେ। ରୌଦ୍ରତାପ ଦ୍ୱାରା ପାକ ହୋଇ ଚନ୍ଦ୍ରମା ଦ୍ୱାରା ଶୀତଳତା ହେବା, ବାୟୁ ଶରୀର ମଧ୍ୟରେ ରସ, ରକ୍ତାଦି ଧାତୁକୁ ପ୍ରବାହିତ କରିଥାଏ। ଯଦି ବାୟୁ ସମ୍ୟତା ନ ରହେ ତେବେ ବାତ୍ୟା, ଘୂର୍ଣ୍ଣିଝଡ଼ ସୃଷ୍ଟି କରିବା ପରି ଶରୀରରେ ବାତ ପ୍ରକୋପଜନିତ ରୋଗ ସୃଷ୍ଟି ହୋଇଥାଏ।
ସେହିପରି ରୌଦ୍ରତାପ ଅଧିକ ହେଲେ ଜ୍ୱଳନ ପ୍ରକୃତି ଯୋଗୁଁ ଚାରିଆଡ଼େ ଶୁଷ୍କ, ଜଳିଯିବା ପରି ଲାଗିବା ସହ ପୃଥିବୀରେ ଜୀବଜଗତ ବଞ୍ଚତ୍ବା କଷ୍ଟକର ହୋଇପଡ଼େ। ସେହିପରି ମଣିଷ ଶରୀରରେ ପୈଭିକ ରୋଗମାନ- ଅମ୍ଳ, ଅଜୀର୍ଣ୍ଣ, ଜ୍ୱାଳା, ପାଟି ଶୁଷ୍କତା ଇତ୍ୟାଦି ଦେଖାଯାଏ।
ପୃଥିବୀରେ ଜଳାଧିକ ହେଲେ ବନ୍ୟା ହୋଇ ଜୀବଜଗତ ପ୍ରଭାବିତ ହୋଇଥାଆନ୍ତି। ତେଣୁ ‘ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ’ ବୋଲି କୁହାଯାଇଥାଏ। ସେହିପରି ଶରୀରରେ ଜଳତତ୍ତ୍ୱ ଅଧିକ ହେଲେ କଫଜନିତ ରୋଗ, ଅଗ୍ନିମାନ୍ଦ୍ୟ, ଥଣ୍ଡାଜ୍ୱର, ଜଳୋଦରୀ, ଶରୀର ଭାରି ଲାଗିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ତେଣୁ ପ୍ରକୃତି ସମତୁଲ ରହିଲେ ଯାଇ ଜୀବ ଜଗତ ତିଷ୍ଠିବ। ଏହି ତ୍ରିଦୋଷ- ବାତ (ବାୟୁ), ପିତ୍ତ (ଅଗ୍ନି) ଓ କଫ (ଜଳ) ଶରୀରରେ ସାମ୍ୟବସ୍ଥାକୁ ଆଣିବା ପାଇଁ ପ୍ରକୃତି ତାହାର ବ୍ୟବସ୍ଥା କରି ରଖିଛି। ବିଭିନ୍ନ ଋତୁରେ ହେଉଥିବା ରୋଗର ପ୍ରତିକାରାତ୍ମକ ପଦକ୍ଷେପ ପାଇଁ ସବୁ ଔଷଧ ଓ ଖାଦ୍ୟ ମହଜୁଦ କରି ରଖିଛି। ସେହିଗୁଡ଼ିକୁ ଚିହ୍ନି ବ୍ୟବହାର କଲେ ଆମେ ସୁସ୍ଥ ରହିପାରିବା। ଏହା ପ୍ରାକୃତିକ ହୋଇଥିବାରୁ ପ୍ରକୃତିରୁ ସୃଷ୍ଟି ଜୀବକୋଷ ସହ ମିଶି ପାରୁଥିବା ଦ୍ରବ୍ୟ ହେବା କାରଣରୁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନ ଥାଏ। ବରଂ ରୁଗ୍‌ଣ କୋଷକୁ ସତେଜ ଓ ବଳ ପ୍ରଦାନ କରିଥାଏ।
ବାତ ରୋଗର ଖାଦ୍ୟ ରୂପେ ପୁରାତନ ଚାଉଳର ଭାତ, କୋଳଥ, ମାଂସ, ପୋଟଳ, ବାଇଗଣ, ସଜନା, ରସୁଣ, ହେଙ୍ଗୁ ଖାଇପାରନ୍ତି। ପିତ୍ତଜ ରୋଗରୁ ଉପଶମ ପାଇବା ପାଇଁ ପୋଟଳ, କାକୁଡ଼ି, ପିତା ଶାଗ, ସଜନା ଶାଗ, ଶୁନଶୁନିଆ ଶାଗ, ଲାଉ, ପାଣିକଖାରୁ, ଜହ୍ନି, କୁନ୍ଦୁରୀ, ପାଣି ଓ ମାଟି ତଳେ ହେଉଥିବା ଜିନିଷ ଖାଇପାରନ୍ତି। କଫଜ ରୋଗ ପାଇଁ ଅଦା, ରସୁଣ, ପିଆଜ, ଲଙ୍କା, ଗୋଲମରିଚ, ତୁଳସୀ, ବାସଙ୍ଗ ଖାଇଲେ ତାହା ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରଖେ ଓ ଜୀବାଣୁ ଏବଂ ଭୂତାଣୁକୁ ପ୍ରତିହତ କରେ। ପ୍ରକୃତି ତ୍ରିଦୋଷକୁ ସାମ୍ୟାବସ୍ଥାକୁ ଆଣିବା ପାଇଁ ପ୍ରାକୃତିକ କାର୍ମିନେଟିଭ ମିକ୍ସଚର ରୂପେ ତ୍ରିଫଳା (କସା ଫଳ, ବାହାଡ଼ା, ଅଁଳା)କୁ ଦେଇଅଛି। ଏହା ଶୀତଋତୁରେ ସର୍ବତ୍ର ମିଳେ।
ଏହିପରି ପୃଥିବୀ ପୃଷ୍ଠରେ ଥିବା ଗୁଳ୍ମ, ଲତା ଓ ଏହାର ମୂଳ, ଫଳ, ମାଟି ଭିତରେ ଥିବା ଧାତୁ, ଉପଧାତୁ, ରତ୍ନ, ଉପରତ୍ନ ଇତ୍ୟାଦି ପ୍ରକୃତିରୁ ମିଳୁଥିବା ଜିନିଷରେ ଜୀବାଣୁ, ଭୂତାଣୁଜନିତ ରୋଗ ପାଇଁ ଭରି ରହିଅଛି ଦୁର୍ଲଭ ମହୌଷଧି। ସେହିପରି ଶିଶୁର ପୋଷଣ ପାଇଁ ସେ ଜନ୍ମ ହେବା ପୂର୍ବରୁ ମାତା ବକ୍ଷରେ ଅମୃତଧାରା ଗଚ୍ଛିତ କରି ପ୍ରକୃତି ରଖିଥାଏ। ଏହା ଶିଶୁ ପାଇଁ ସର୍ବୋତ୍ତମ ଆହାର। ସେଥିରେ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ପରିପୂର୍ଣ୍ଣ କରି ତାହାର ବ୍ୟାଧି ପ୍ରତିରୋଧକ ଶକ୍ତିକୁ ବଢ଼ାଏ। ସେହିପରି ପ୍ରକୃତି ତାହାର ସନ୍ତାନ ପାଇଁ ସେପରି ସୁବ୍ୟବସ୍ଥା ସ୍ବତଃପ୍ରବୃତ୍ତ ଭାବେ ହୋଇଚାଲିଥାଏ। ଆମେ ସେଗୁଡ଼ିକର ସଦ୍‌ ଉପଯୋଗ ପାଇଁ ଜ୍ଞାନ ଉପଲବ୍ଧି କରି ଏବଂ ଉନ୍ନତ ଗବେଷଣା କରି କାର୍ଯ୍ୟରେ ଲଗାଇ ପାରିଲେ ତାହା ଜୀବଜଗତର ମୃତ ସଞ୍ଜିବନୀ ହୋଇ କ୍ଷୀଣ, ନିର୍ବଳ, ଜୀବନକୁ ସୁସ୍ଥ ନୀରୋଗ ଓ ଦୀର୍ଘାୟୁ ପ୍ରଦାନ କରିପାରିବ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ,ମୟୂରଭଞ୍ଜ
ମୋ : ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri