ଦେଶୀ ଧାନ ସଂରକ୍ଷକ ରାଇମତି

କୁନ୍ଦୁରା,୧୦ା୧୦ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ଲିମା ପଞ୍ଚାୟତ ଅନ୍ତର୍ଗତ ନୂଆଁଗୁଡା ଗ୍ରାମର ଆଦିବାସୀ ମହିଳା ରାଇମତି ଘିଉରିଆ। ୧୩୬ କିସମର ଦେଶୀ ଧାନ ସଂଗ୍ରହ କରି ସେ ସଂରକ୍ଷିତ ରଖିଛନ୍ତି। ସେଥିମଧ୍ୟରୁ ୭୦ଟି କିସମର ଜୈବିକ ପଦ୍ଧତିରେ ଚାଷ କରିଛନ୍ତି। ୧୯୯୮ରେ ବିବାହ କରିବା ପରେ ସେ ଦେଶୀ ଧାନ ସଂଗ୍ରହ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏକ୍ଷେତ୍ରରେ ବଡ଼ ମାଉସୀ ପଦ୍ମଶ୍ରୀ କମଳା ପୂଜାରୀ ତାଙ୍କୁ ପ୍ରେରଣା ଦେଇଥିଲେ। ତେବେ ଏହି କାର୍ଯ୍ୟ ପାଇଁ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁ ନ ଥିଲେ ମଧ୍ୟ କେତେକ ବେସରକାରୀ ସଂସ୍ଥାର ସହଯୋଗ ତାଙ୍କ ଜୈବିକ ଗବେଷଣାକୁ ଜାରି ରଖିବାରେ ବେଶ୍‌ ସହାୟକ ହୋଇଛି। ଏମ୍‌ଏସ୍‌ ସ୍ବାମୀନାଥନ ପକ୍ଷରୁ ନିର୍ମିତ ଫାର୍ମ ସ୍କୁଲରେ ଦେଶୀ ଧାନ ସଂରକ୍ଷିତ କରି ରଖି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ମାଧ୍ୟମରେ ଦେଶୀ ଧାନ ଚାଷ ପ୍ରତି ସଚେତନ କରୁଛନ୍ତି। ପ୍ରଶାସନିକ ସହଯୋଗ ମିଳିଲେ, ଏହି ପ୍ରଚେଷ୍ଟା ଆଗକୁ ନେବା ସହଜ ଓ ସରଳ ହୋଇପାରିବ ବୋଲି ରାଇମତି କହିଛନ୍ତି।
୫୦ ବର୍ଷ ତଳେ ଚାଷ ହେଉଥିବା ଦେଶୀ ଧାନର ଦର ଏବେ ଆକାଶ ଛୁଆଁ ହେଲାଣି। ଚାଷୀ ଉନ୍ନତ କିସମର ଧାନ ଚାଷ କରିବାରେ ଆଗ୍ରହୀ ଥିବାବେଳେ ଦେଶୀ ଧାନ ପ୍ରତି ଅଣଦେଖା କରାଯାଉଛି। ମାତ୍ର ରାଇମତି ଅନେକ ଚାଷୀଙ୍କୁ ଜୈବିକ କୃଷି ପଦ୍ଧତିରେ ଧାନ ଚାଷ କରି ଅଧିକ ଅମଳ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏନେଇ ଫାର୍ମ ସ୍କୁଲରେ ତାଲିମ ମଧ୍ୟ ଦେଉଛନ୍ତି। ଉନ୍ନତ କିସମର ଧାନ ଅମଳ ହେବା ପାଇଁ ଅତି କମ୍‌ରେ ୮୦ରୁ ୯୦ ଦିନ ଲାଗୁଥିବାବେଳେ ଦେଶୀଧାନ ୧୨୦ରୁ ୧୩୦ ଦିନ ଲାଗିଥାଏ। ବିଶେଷ କରି କଳାଜିରା, ମାଛ କଣ୍ଟା, ପାଠାନଗଡ଼ା ଏବଂ କଳା ଧାନ ଅମଳ କରିବା ଲାଗି ଅଧିକ ସମୟ ଲାଗିଥାଏ। ଦୀର୍ଘ ସମୟ ବ୍ୟବଧାନରେ ଦେଶୀ ଧାନ ଅମଳ ହେଉଥିବାରୁ ଚାଷୀ ଉନ୍ନତ କିସମର ଧାନ ଚାଷ କରିବା ପାଇଁ କମ୍‌ ଆଗ୍ରହ ପ୍ରକାଶ କରୁଥିବା ରାଇମତି କହିଛନ୍ତି। ରାଇମତି ପ୍ରାୟ ୧୩୬ ପ୍ରକାରର ଧାନ ସଂଗ୍ରହ କରିଥିବାବେଳେ ଏଥିରୁ ୭୦ ପ୍ରକାରର ଧାନ ଜୈବିକ ପଦ୍ଧତିରେ ଚାଷ କରିବା ସମ୍ଭବ ହୋଇପାରୁଛି। ସେଗୁଡିକ ହେଲା ବାସୁମତି, ନବାବୀ, ସୁପୁରି, ଦେବରାଜ, ଆସାମ ଚୁଡ଼ି, ଗଡ଼ାକୁଟା, ପାଠାନଗଡ଼ା, ଲକଟି ମାଛି, କଳାଜିରା, ବଡ଼ିକାବରି, ଗଟିଆ, ଟିକି ଚୁଡି, ଉମୁରିଆ ଚୁଡ଼ି, ହଳଦୀ ଚୁଡ଼ି, ପକିଆ, ପାଣ୍ଡକାଗୁରା, ମେଏର, କନକ ଚୁଡ଼ି, ତୁଳସୀଗଣ୍ଠି, ଓଷାଗଣ୍ଠିଆଳି, ବାରମାସି, ସୁନା ଖଡ଼ିକା, ଝୁମ୍ପା ଚୁଡ଼ି, ଗଙ୍ଗାବଳି, ବାସନମୁଣ୍ଡି, ଚିପିଟି, କେରାଣ୍ଡି, ମୁକ୍ତାବାଲି, ମହୁଲକୁଞ୍ଚତ୍, ବାଉଁଶଗଣ୍ଠି, ଭଟ୍ଟାଗୁଣ୍ଡା, ଦୁବରାଜ, ମେରୋଲୋ, ମସୁରି, ଡଙ୍ଗରଚୁଡ଼ି, ଲାସର, ଡକରାମେଛା, ସୁନାସେରି, ମାଲଗୋରଣ୍ଡ, ଗଡ଼ାବତୀ, ସୁରୁଡାକା, ଗୁରୁଜି, ଲେଡେର, ବୋଦେବରିଙ୍ଗ, ମାଣ୍ଡାଗଣ୍ଡେଇ। ଧୋବକୁଜି, କଷିକମଲ, ରସକଦମ, କନେଇ, କରକୋଳି, ଭୁଦେଇ, ମୁଗୁଡ଼ି, ଭୁଟକି ଚୁଡି, ରାଣୀଚେତେକା, ଯଯାତି, ବଡ଼ଲୋଚେଇ, ବାସୁଭୋଗ, ଭାତଚୁଡ଼ି, ବାୟାଗୁଣ୍ଠା, ଧୋବକାଳି କୁଜି, ବେଡ଼ାମାକେଡା, ଗୁଡ଼ିକାବରି, ବଡ଼ଧାନ, ମାଳି ମକଡ଼, ଜୋକସାରୁ, ବସ୍ତା, କିସିକେରି, ନଡ଼ିଆରସ, ଖୁଜି, ଚିକିଲାକୋଳି ଭଳି ଧାନ ଚଳିତ ବର୍ଷ ଚାଷ ହୋଇଛି। ଗୋଟିଏ କିଆରିରେ ପ୍ରାୟ ୭୦ ପ୍ରକାରର ଧାନ ଚାଷ କରି ସଫଳ ହୋଇଥିବା ରାଇମତି ଏବଂ ତାଙ୍କ ସ୍ବାମୀ ଗୋବିନ୍ଦ କହିଛନ୍ତି। ଆର୍ଥିକ ସଙ୍କଟ ଯୋଗୁ ଏକ୍ଷେତ୍ରରେ ଅଧିକ ଅଗ୍ରଗତି ସହଜ ହୋଇ ପାରୁ ନ ଥିବା କହନ୍ତି ରାଇମତି। ରାଇମତିଙ୍କ ପାଖରେ ଏମିତି ଏକ କିସମର ଧାନ ରହିଛି, ଯାହାର ଆକାର ଲମ୍ବା ଓ ସରୁ ହୋଇଥିବା ବେଳେ ସେଥିରୁ କଳା ଚାଉଳ ବାହାରୁଛି। ନିଜର ନିଷ୍ଠା ଓ ପରିଶ୍ରମ ପାଇଁ ରାଇମତି ରାଜ୍ୟ ସମେତ ରାଜ୍ୟ ବାହାରେ ଚେନ୍ନାଇ, ଦିଲ୍ଲୀ, ଝାଡ଼ଖଣ୍ଡ, ଟାଟା ଭଳି ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି। ହେଲେ ତାଙ୍କ କାର୍ଯ୍ୟକୁ ସରକାରୀ ପ୍ରୋତ୍ସାହନ ନ ମିଳିବା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସମ୍ପର୍କରେ ଜିଲା କୃଷି ଅଧିକାରୀ ପ୍ରଭାତ କୁମାର ସାମଲଙ୍କୁ ପଚାରିବାରେ ସେ ଘଟଣାକୁ ସ୍ବୀକାର କରିବା ସହ ଖୁବ୍‌ଶୀଘ୍ର ଏବିଷୟରେ ରାଜ୍ୟସ୍ତରରେ ଆଲୋଚନା କରିବା ସହ ପ୍ରଶାସନିକ ସାହାଯ୍ୟ ପାଇଁ ବ୍ୟବସ୍ଥା କରାଯିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ସନ୍ତୋଷ ପ୍ରହରାଜ


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri