Posted inଜାତୀୟ

ଦେଶବ୍ୟାପୀ ବିକ୍ଷୋଭ, ପ୍ରତିବାଦ

ନୂଆଦିଲ୍ଲୀ,୪।୧୦: ଉତ୍ତରପ୍ରଦେଶର ହାଥ୍‌ରସରେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ, ପ୍ରତିବାଦ ଜାରି ରହିଛି।
କୋଲକାତା ରାଲିରେ ଭାଜପା ବିରୋଧରେ ବର୍ଷିଲେ ମମତା
ଶନିବାର କୋଲକାତାରେ ଘଟଣାକୁ ନେଇ ଟିଏମ୍‌ସି ପକ୍ଷରୁ ବିକ୍ଷୋଭ ରାଲି କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମର୍ଥକମାନେ କୋଲକାତାର ବିର୍ଲା ପ୍ଲାନେଟାରିୟମ୍‌ଠାରୁ ଗାନ୍ଧୀ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରି ପ୍ରତିବାଦ କରିଥିଲେ। ମମତା ଭାଜପା ଓ ଯୋଗୀ ସରକାରଙ୍କୁ ସମାଲୋଚନା କରିବା ସହ ଦଳିତ ଭାଇ ଭଉଣୀଙ୍କ ସହ ଆମେ ଅଛୁ ବୋଲି କହିଛନ୍ତି। ଏକଚ୍ଛତ୍ରବାଦ ବିରୋଧରେ ସ୍ବର ଉଠାଯିବ ବୋଲି ରାଲିକୁ ସମ୍ବୋଧନ କରି ମମତା ପ୍ରକାଶ କରିଛନ୍ତି।
ମାୟାବତୀଙ୍କ ସିବିଆଇ ତଦନ୍ତ ଦାବି
ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣାରେ ବିଏସ୍‌ପି ଅଧ୍ୟକ୍ଷ ମାୟାବତୀ ସିବିଆଇ ତଦନ୍ତ ଲାଗି ଶନିବାର ଦାବି କରିଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଦାକରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରିକରିବା ଲାଗି ସେ ଦାବି କରିଥିଲେ। ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଲୋକମାନେ ସନ୍ତୁଷ୍ଟ ନ ଥିବାରୁ ଏହାର ତଦନ୍ତ ସିବିଆଇ କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଗଲେ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସେ ଟୁଇଟ୍‌ କରି କହିଛନ୍ତି।
ସ୍ମୃତି ଇରାନିଙ୍କ ଗାଡ଼ି ଅଟକାଇ କଂଗ୍ରେସର ବିକ୍ଷୋଭ
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ବାରାଣସୀ ଯିବା ବାଟରେ କଂଗ୍ରେସ କର୍ମକର୍ତ୍ତାମାନେ ତାଙ୍କ ଗାଡ଼ି ଅଟକାଇ ବିକ୍ଷୋଭ କରିଛନ୍ତି। ହାଥ୍‌ରାସ ଗଣବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସେମାନେ ସରକାରୀ ବିରୋଧୀ ସ୍ଳୋଗାନ ଦେବା ସହ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଓ ମହିଳାଙ୍କୁ ସୁରକ୍ଷା ଦେବା ଲାଗି ଦାବି କରିଛନ୍ତି।
ପୁଣି ଯୁବତୀଙ୍କୁ ବଳାତ୍କାର
ଉତ୍ତରପ୍ରଦେଶର ବାଲିଆ ଅନ୍ତର୍ଗତ ସିକନ୍ଦରପୁର ଥାନା ଅଞ୍ଚଳରେ ଜଣେ ଯୁବତୀ (୧୫)ଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଶନିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି। ପୀଡ଼ିତାଙ୍କୁ ରସ୍‌ରା ବସ୍‌ଷ୍ଟାଣ୍ଡ ନିକଟରୁ ଉଦ୍ଧାର କରାଯାଇ ଜିଲା ହସ୍ପିଟାଲକୁ ପଠାଯାଇଛି। ଏହି ଘଟଣାରେ ୨୩ ବର୍ଷୀୟ ଆସିଫ୍‌ଙ୍କୁ ଗିରଫ କରାଯାଇଥିବା ସିକନ୍ଦରପୁର ଏସ୍‌ଏଚ୍‌ଓ ଅମରଜିତ୍‌ ଯାଦବ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ପ୍ରକାଶ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri