Posted inଜାତୀୟ

ଜାତୀୟତାବାଦ ଦ୍ୱାରା ଜାଲିଆତିକୁ ଢଙ୍କାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩୧।୧(ପି.ଟି.): ଆମେରିକାର ଶର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଭାରତର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ର ଜାଲିଆତି ପଦାରେ ପକାଇବା ପରେ ଏହାର ତାଲିକାଭୁକ୍ତ କମ୍ପାନୀଗୁଡ଼ିକ ଜାନୁୟାରୀ ୨୪ରୁ ଇତିମଧ୍ୟରେ ୭୦ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ କ୍ଷତି ସହିଲେଣି। ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ଅଭିଯୋଗକୁ ଆଦାନୀ ଗ୍ରୁପ୍‌ ଖଣ୍ଡନ କରି ଏହାକୁ ଭାରତ ଓ ଏହାର ଅନୁଷ୍ଠାନଗୁଡ଼ିକ ଏବଂ ଗ୍ରୋଥ୍‌ ଷ୍ଟୋରି ଉପରେ ଯୋଜନାବଦ୍ଧ ଆକ୍ରମଣ ବୋଲି ଅଭିହିତ କରିଥିଲା। ହିଣ୍ଡେନ୍‌ବର୍ଗ ପକ୍ଷରୁ ଅଣାଯାଇଥିବା ସମସ୍ତ ଅଭିଯୋଗ ‘ମିଛ ଛଡ଼ା କିଛି ନୁହେଁ’ ବୋଲି ଏହି ଗ୍ରୁପ୍‌ ରବିବାର ଦାଖଲ କରିଥିବା ୪୧୩ ପୃଷ୍ଠାର ରିପୋର୍ଟରେ ଉଲ୍ଲେଖ କରିଥିଲା। ଆଦାନୀ ଗ୍ରୁପ୍‌ର ଏହି ଅଭିଯୋଗକୁ ହିଣ୍ଡେନ୍‌ବର୍ଗ ପ୍ରତ୍ୟାଖ୍ୟାନ କରିଦେଇଛି। ଜାତୀୟତାବାଦ ଦ୍ୱାରା କିମ୍ବା ମୁଖ୍ୟ ଅଭିଯୋଗକୁ ବାଦ୍‌ ଦେଇ ଅନାବଶ୍ୟକ ବିସ୍ତୃତ ଜବାବ ଦାଖଲ କରିବା ଦ୍ୱାରା ଜାଲିଆତିକୁ ଢଙ୍କାଯାଇପାରିବ ନାହିଁ ବୋଲି ହିଣ୍ଡେନ୍‌ବର୍ଗ କହିଛି।
ହିଣ୍ଡେନ୍‌ବର୍ଗ ପକ୍ଷରୁ କରାଯାଇଥିବା ୮୮ ପ୍ରଶ୍ନ ମଧ୍ୟରୁ ଆଦାନୀ ଗ୍ରୁପ୍‌ ୬୫ଟିର ଉତ୍ତର ଦେଇଥିବାବେଳେ ଅବଶିଷ୍ଟ ୨୩କୁ ଏଡ଼ାଇ ଯାଇଥିଲା। ସେଥିରୁ ୧୮ଟି ଅଂଶୀଦାରମାନଙ୍କ ସମ୍ପର୍କିତ ହୋଇଥିବାବେଳେ ୫ଟି ଅଭିଯୋଗ କାଳ୍ପନିକ ଓ ଭିତ୍ତିହୀନ ବୋଲି ଆଦାନୀଙ୍କ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଶେୟାର ହୋଲ୍ଡର୍ସଙ୍କ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ପ୍ରତିକାର ନିମନ୍ତେ ଆଦାନୀ ସମୂହ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ନିଜ ଅଧିକାର ପ୍ରୟୋଗ କରିବ ବୋଲି ଏହି ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଥିଲା।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ନ୍ୟୁୟର୍କଭିତ୍ତିକ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଆଦାନୀ ଗ୍ରୁପ୍‌ ୧୭.୮ ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଥିବା ଏଥିରେ ଦର୍ଶାଯାଇଥିଲା। ଗୌତମ ଆଦାନୀ ଅନେକ ଦଶନ୍ଧି ଧରି ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇବା ସହ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଛନ୍ତି। ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିବା ଆଦାନୀ ସମୂହର ୭ ମୁଖ୍ୟ କମ୍ପାନୀ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଛି। ୨ ବର୍ଷର ଖୋଳତାଡ଼ ପରେ ପ୍ରମାଣ ମିଳିଥିବା ହିଣ୍ଡେନ୍‌ବର୍ଗ ନିଜ ରିପୋର୍ଟରେ ଦର୍ଶାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ୍‌ ଅଧୀନ କମ୍ପାନୀଗୁଡ଼ିକର ବଜାର ପୁଞ୍ଜି ଗତ ବୁଧବାର ୯୭,୦୦୦ କୋଟି ଟଙ୍କା ହ୍ରାସ ପାଇଥିବାବେଳେ ଶୁକ୍ରବାର ଏହି କ୍ଷତିର ପରିମାଣ ୨.୮୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଏଥିସହ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୨ ବିଲିୟନ୍‌ ଡଲାର ହ୍ରାସ ପାଇବା ପରେ ସେ ବିଶ୍ୱର ତୃତୀୟ ଧନୀରୁ ସପ୍ତମ ସ୍ଥାନକୁ ଖସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri