Posted inଫୁରସତ

National Youth Day 2025: ସ୍ବାମୀ ବିବେକାନନ୍ଦ ଜୟନ୍ତୀକୁ କାହିଁକି ଜାତୀୟ ଯୁବ ଦିବସ ଭାବେ କରାଯାଏ ପାଳନ, ଜାଣନ୍ତୁ ଏହାର ମହତ୍ୱ, ଇତିହାସ

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ମନେ ପକାଇବା ପାଇଁ ସାରା ଦେଶରେ ପ୍ରତିବର୍ଷ ଜାନୁଆରୀ ୧୨କୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ। ବିବେକାନନ୍ଦଙ୍କ ଚିନ୍ତାଧାରା, ମୂଲ୍ୟବୋଧ ଏବଂ ଆଦର୍ଶକୁ ଯୁବପିଢ଼ିଙ୍କ ମଧ୍ୟରେ ପ୍ରସାର କରିବା ହେଉଛି ଏହାର ଉଦ୍ଦେଶ୍ୟ, ଯାହା ଦ୍ୱାରା ଯୁବପିଢ଼ି ଦେଶର ବିକାଶରେ ସକ୍ରିୟ ଅଂଶଗ୍ରହଣ କରିପାରିବେ। ଏହି ଦିନରେ ଦେଶର ବିଭିନ୍ନ ସ୍କୁଲ, କଲେଜ ସମେତ ବିଭିନ୍ନ ଅନୁଷ୍ଠାନରେ ଅନେକ କାର୍ଯ୍ୟକ୍ରମ, ବକ୍ତୃତା ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରାଯାଏ। ଏଥିସହ ସହରଗୁଡ଼ିକରେ ରାଲି ଇତ୍ୟାଦିର ମଧ୍ୟ ଆୟୋଜନ କରାଯାଏ।

ଚଳିତ ବର୍ଷ ଜାତୀୟ ଯୁବ ଦିବସର ବିଷୟବସ୍ତୁ ହେଉଛି”ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ସଶକ୍ତିକରଣ”। ଏହି ବର୍ଷ ଏହାର ଥିମ୍‌ ରହିଛି “ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯୁବପିଢ଼ି: ସ୍ଥିରତା ଏବଂ ଦାୟିତ୍ୱ ସହିତ ରାଷ୍ଟ୍ରକୁ ଗଠନ କରିବା”।

୧୯୮୪ ମସିହାରେ ଏହି ଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରିବାକୁ ଭାରତ ସରକାର ସ୍ବୀକୃତି ଦେଇଥିଲେ। ଏହା ପରଠାରୁ ପ୍ରତିବର୍ଷ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଜାନୁଆରୀ ୧୨ ତାରିଖକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଉଛି।

ଜେଲ ନୁହେଁ ନର୍କ! ଆମେରିକାର ଏହି ଜେଲ୍‌କୁ ଯିବାକୁ ଭୟ କରନ୍ତି କଏଦୀ, ମିଳେ କଳାପାଣିଠାରୁ ଅଧିକ ଦଣ୍ଡ

କହିରଖୁଛୁ,ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ୧୨ ଜାନୁଆରୀ ୧୮୬୩ ରେ କୋଲକାତାରେ ହୋଇଥିଲା। ତାଙ୍କ ପିଲାଦିନର ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ତାଙ୍କ ପିତାଙ୍କ ନାମ ବିଶ୍ୱନାଥ ଦତ୍ତ ଏବଂ ମାତାଙ୍କ ନାମ ଭୁବନେଶ୍ୱରୀ ଦେବୀ ଥିଲା। ତାଙ୍କ ପିତା ବିଶ୍ୱନାଥ କଲିକତା ହାଇକୋର୍ଟର ଜଣେ ପ୍ରସିଦ୍ଧ ଓକିଲ ଥିଲେ। ପିଲାଦିନରୁ ନରେନ୍ଦ୍ର ପ୍ରତିଭାର ଅଧିକାରୀ ଥିଲେ। ମାତା ସରସ୍ବତୀ ତାଙ୍କୁ ଆଶୀର୍ବାଦ କରିଥିଲେ। ତାଙ୍କର ଭଗବାନଙ୍କ ପ୍ରତି ଅପାର ପ୍ରେମ ଥିଲା। ୧୮୬୯ ମସିହାରେ ୧୬ ବର୍ଷ ବୟସରେ ସେ କଲିକତା ବିଶ୍ୱବିଦ୍ୟାଳୟର ପ୍ରବେଶ ପରୀକ୍ଷା ଦେଇଥିଲେ ଏବଂ ଏହି ପରୀକ୍ଷାରେ ସଫଳ ହୋଇଥିଲେ। ଏହା ପରେ ସେ ସେହି ବିଶ୍ୱବିଦ୍ୟାଳୟରୁ ନିଜର ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହି ସମୟ ମଧ୍ୟରେ ସେ ପରମହଂସ ମହାରାଜଙ୍କୁ ଭେଟିଥିଲେ। ପରେ ସେ ବ୍ରହ୍ମ ସମାଜରେ ଯୋଗଦେଇଥିଲେ।

 

ଦୁବାଇରେ କେତେ ହିନ୍ଦୁ ରୁହନ୍ତି? ଉତ୍ତର ଜାଣିଲେ ଚକିତ ହେବେ…


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଥରିଲା ରାଜଧାନୀ, ଭୂକମ୍ପର ତୀବ୍ରତା ଥିଲା…

ନୂଆଦିଲ୍ଲୀ,୨।୮: ରାଜଧାନୀ ଦିଲ୍ଲୀରେ ରବିବାର (୨ ଅଗଷ୍ଟ) ଭୋର ପ୍ରାୟ ୪ଟା୧୪ ସମୟରେ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ୨.୯ ତୀବ୍ରତାର ଭୂମିକମ୍ପର ପ୍ରଭାବ…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri