Posted inଖେଳ

ସେପ୍ଟେମ୍ବର ୧ରୁ ଜାତୀୟ ରେସ୍‌ଲିଂ କ୍ୟାମ୍ପ୍‌

ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ରେସ୍‌ଲିଂ କ୍ୟାମ୍ପ ହେବ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ତରଫରୁ ଘୋଷଣା କରାଯାଇଛି। ପୁରୁଷ କୁସ୍ତି ଯୋଦ୍ଧାଙ୍କ କ୍ୟାମ୍ପ୍‌ ସାଇ ସୋନେପତଠାରେ ହେବାକୁଥିବା ବେଳେ ମହିଳାମାନଙ୍କର ଲକ୍ଷ୍ନୌଠାରେ ହେବ। ଏହା ଏକମାସ ଧରି ଚାଲିବ। ଯେଉଁ କୁସ୍ତି ଯୋଦ୍ଧାମାନେ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି ଅବା ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛନ୍ତି ସେମାନେ ଅନ୍‌ ଫିଲ୍ଡ ଟ୍ରେନିଂ ଆରମ୍ଭ କରିପାରିବେ। ଉଭୟ କ୍ୟାମ୍ପ ସେପ୍ଟେମ୍ବର ୩୦ରେ ଶେଷ ହେବ। ପୁରୁଷ କ୍ୟାମ୍ପରେ ୮ଟି ଓଜନ କାଟେଗୋରିରେ ମୋଟ ୨୬ଜଣ ରେସ୍‌ଲର ଅଂଶଗ୍ରହଣ କରିବେ। ୫ଜଣ ଫ୍ରିଷ୍ଟାଇଲ (୫୭, ୬୫, ୭୪, ୮୬, ୧୨୫ କେଜି) ଏବଂ ୩ ଗ୍ରୀକୋ ରୋମାନ (୬୦, ୭୭, ୮୭କେଜି) ରେସ୍‌ଲରଙ୍କ ସମେତ ୬ ସପୋର୍ଟ ଷ୍ଟାଫ୍‌ ଏଥିରେ ଯୋଗଦେବେ। ସେହିପରି ମହିଳା କ୍ୟାମ୍ପରେ ୪ ସପୋର୍ଟ ଷ୍ଟାଫ୍‌ ବ୍ୟତୀତ ୫ ଓଜନ ଶ୍ରେଶୀ (୫୦, ୫୩, ୫୭, ୬୨, ୬୮କେଜି)ର ୧୫ ରେସ୍‌ଲର ଭାଗ ନେବେ। କ୍ୟାମ୍ପରେ ଅଂଶଗ୍ରହଣ କରିବାକୁ ଥିବା ବିଶିଷ୍ଟ ରେସ୍‌ଲରମାନଙ୍କ ମଧ୍ୟରେ ରହିଛନ୍ତି ରବି କୁମାର, ବଜରଙ୍ଗ ପୁନିଆ, ନରସିଂହ ଯାଦବ, ଦୀପକ ପୁନିଆ, ସୁମିତ ଜ୍ଞାନେନ୍ଦର, ସଜନ, ସୁନୀଲ କୁମାର, ନିର୍ମଳା ଦେବୀ, ଭିନେଶ ଫୋଗତ, ପୂଜା ଧଣ୍ଡା, ସାକ୍ଷୀ ମଲିକ ଓ ଦିବ୍ୟା କିରନ। ସୋନେପତ ଓ ଲକ୍ଷ୍ନୌସ୍ଥିତ ସାଇରେ ଯୋଗଦାନ କରିବାକୁ ଥିବା ସମସ୍ତ ଆଥଲେଟ, କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପହଞ୍ଚତ୍ବା ମାତ୍ରେ କୋଭିଡ୍‌-୧୯ ଟେଷ୍ଟ ବାଧ୍ୟତାମୂଳକ। ସେମାନଙ୍କୁ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଏବଂ ସାଇ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)କୁ କଡାକଡ଼ି ଭାବେ ମାନି ଚଳିବାକୁ ହେବ। ୨୦୨୧କୁ ଘୁଞ୍ଚାଇ ଦିଆଯାଇଥିବା ଅଲିମ୍ପିକ୍ସ ପାଇଁ ବର୍ତ୍ତମାନ ସୁଦ୍ଧା ୪ଜଣ ରେସ୍‌ଲର ଭିନେଶ (ମହିଳା ୫୩କେଜି), ରବି କୁମାର ଡାହିୟା (ପୁରୁଷ ୫୭କେଜି ଫ୍ରିଷ୍ଟାଇଳ) ବଜରଙ୍ଗ (ପୁରୁଷ ୬୫କେଜି ଫ୍ରିଷ୍ଟାଇଲ) ଏବଂ ଦୀପକ (ପୁରୁଷ ୮୬କେଜି ଫ୍ରିଷ୍ଟାଇଲ) ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri