Posted inଖେଳ

ରେଲଓ୍ବେକୁ ଜାତୀୟ ମହିଳା ଦିନିକିଆ ଟାଇଟଲ

ରାଜକୋଟ, ୫ା୪ (ପି.ଟି.)-ଝାଡ଼ଖଣ୍ଡକୁ ୭ ଉଇକେଟରେ ପରାସ୍ତ କରି ଭାରତୀୟ ରେଲଓ୍ବେ ଦଳ ପୁଣି ଥରେ ଜାତୀୟ ମହିଳା ଦିନିକିଆ କ୍ରିକେଟ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଛି। ଏ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ଦିନିକିଆ ଟୁର୍ନାମେଣ୍ଟର ୧୪ଟି ସଂସ୍କରଣ ମଧ୍ୟରୁ ରେଲଓ୍ବେ ଦଳ ୧୨ଥର ଚାମ୍ପିୟନ ହୋଇପାରିଛିି। ରେଲଓ୍ବେ ୩୭ ଓଭରରେ ୧୬୮ ରନର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳର ଅଧିନାୟିକା ତଥା ଶ୍ରେଷ୍ଠ ବ୍ୟାଟ୍ସଓମ୍ୟାନ ମିଥାଲି ରାଜଙ୍କୁ ବ୍ୟାଟିଂ କରିବା ଲାଗି ଆସିବାକୁ ପଡ଼ି ନ ଥିଲା। ଭାରତର ଅନ୍ତର୍ଜାତୀୟ ଖେଳାଳି ପୁନମ ରାଉତ ୯୪ ବଲ୍‌ରୁ ଧୈର୍ଯ୍ୟପୂର୍ଣ୍ଣ ୫୯ରନ କରି ଅଲରାଉଣ୍ଡର ସ୍ନେହା ରାଣାଙ୍କ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ସେ ୨୨ ବଲ୍‌ରୁ ୩୪ରନ କରି ଅପରାଜିତ ରହିବା ସହ ବିଜୟ ଲକ୍ଷ୍ୟକୁ ଅତିକ୍ରମ କରାଇଥିଲେ। ବିସ୍ଫୋରକ ବ୍ୟାଟିଂ ପରେ ରାଣା ରେଲଓ୍ବେ ତରଫରୁ ସବୁଠାରୁ ସଫଳ ବୋଲର ଭାବେ ତାଙ୍କ ଅଫ୍‌-ବ୍ରେକ୍‌ ବୋଲିଂରେ ୩୪ ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ। ଝାଡ଼ଖଣ୍ଡ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୫୦ ଓଭରରେ ୧୬୭ ରନ କରିଥିଲା। ହେଲେ ରେଲଓ୍ବେ ଦଳ ସମସ୍ତ ବିଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ ସହ ମ୍ୟାଚକୁ ସହଜରେ ଜିତିନେଇଥିଲା। ଝାଡ଼ଖଣ୍ଡର ୬ଜଣ ବ୍ୟାଟ୍ସଓମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଟପ୍‌ ସ୍କୋରର ଇନ୍ଦ୍ରାଣୀ ରୟ ୭୭ ବଲ୍‌ରୁ ୩ ଚୌକା ସହ ୪୯ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା ମୁର୍ମୁ ୩୧ ଓ ଅଧିନାୟିକା ମାନି ନିହାରିକା ୩୯ରନ କରି ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ଝାଡ଼ଖଣ୍ଡ: ୫୦ ଓଭରରେ ୧୬୭/ଅଲଆଉଟ ( ଇନ୍ଦ୍ରାଣୀ ରୟ-୪୯; ସ୍ନେହା ରାଣା-୩/୩୩, ଏକତା ବିସ୍ତ-୨/୩୩, ପୁନମ ଯାଦବ-୧/୨୬)।
ରେଲଓ୍ବେ: ୩୭ ଓଭରରେ ୧୬୯/୩ (ପୁନମ ରାଉତ-୫୯, ଏସ୍‌. ମେଘନା-୫୩, ସ୍ନେହା ରାଣା-୩୪*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri