ସପ୍ତମ ଶ୍ରେଣୀ ବହିରେ ଜାତୀୟ ଯୁଦ୍ଧ ସ୍ମାରକୀ

ଭୁବନେଶ୍ୱର, ୨୯।୮(ଅସମାପିକା ସାହୁ): ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ(ଏନ୍‌ସିଇଆର୍‌ଟି)ର ସପ୍ତମ ଶ୍ରେଣୀ ଇଂଲିଶ ବହି ‘ହନିକମ୍ବ’ରେ ଜାତୀୟ ଯୁଦ୍ଧ ସ୍ମାରକୀ(ନ୍ୟାଶନାଲ ଓ୍ବାର୍‌ ମେମୋରିଆଲ) ସମ୍ପର୍କିତ ବିଷୟବସ୍ତୁ ସାମିଲ ହୋଇଛି। ବିଷୟର ନାଁ ରହିଛି ‘ଏ ହୋମେଜ୍‌ ଟୁ ଆୱାର ବ୍ରେଭ୍‌ ସୋଲଜର୍ସ’। ଉକ୍ତ ବହିର ଶେଷ ବିଷୟ ଭାବେ ଛାତ୍ରୀଛାତ୍ର ଏହାକୁ ପଢ଼ିବେ। ଏବେ ଏହି ବହିର ଇ-ସଂସ୍କରଣ କାଉନ୍‌ସିଲର ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। ସ୍କୁଲ ଛାତ୍ରୀଛାତ୍ରଙ୍କ ଭିତରେ ଦେଶପ୍ରେମ, ଦେଶଭକ୍ତି ଓ ସାହସ ଜଗାଇବା ଉଦ୍ଦେଶ୍ୟରେ ଜାତୀୟ ଯୁଦ୍ଧ ସ୍ମାରକୀକୁ ପାଠ୍ୟକ୍ରମରେ ସାମିଲ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶ ନିର୍ମାଣ କ୍ଷେତ୍ରରେ ଯୁବପିଢ଼ିଙ୍କୁ ଉଦ୍‌ବୁଧ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟ ସହ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଥିଲା ପ୍ରତିରକ୍ଷା ମନ୍ତ୍ରଣାଳୟ। ଏହି ବିଷୟରେ ଯୁଦ୍ଧ ସ୍ମାରକୀର ଇତିହାସ, ତାତ୍ପର୍ଯ୍ୟ ଏବଂ ଅବଧାରଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଯେଉଁଥିରୁ ସ୍ବାଧୀନତା ପରେ ଭାରତୀୟ ସେନା ବୀର ଓ ସାହସୀ ଯୋଦ୍ଧାଙ୍କ ବଳିଦାନ ସମ୍ପର୍କରେ ପିଲାଏ ଅବଗତ ହୋଇପାରିବେ। ସୂଚନାଯୋଗ୍ୟ, ନୂଆଦିଲ୍ଲୀରେ ୨୦୧୯ ଫେବୃୟାରୀ ୨୫ରେ ଏହି ନ୍ୟାଶନାଲ ଓ୍ବାର୍‌ ମେମୋରିଆଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ନୂଆ ଲୁକ୍‌ରେ ବିଦ୍ୟାଶ୍ରୀ: ବିବାହକୁ ନେଇ କହିଲେ…

ଭୁବନେଶ୍ୱର,୨।୧: ବିହାହକୁ ନେଇ ମୁହଁ ଖୋଲିଲେ ବିଦ୍ୟାଶ୍ରୀ। ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ଯାହାଙ୍କ ଉପରେ ଦିନେ ଲାଗିଥିଲା ଆଦିତ୍ୟଙ୍କ ମୃତ୍ୟୁର ଆରୋପ।...

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

ହାଇ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ: ଅଭିଯୁକ୍ତଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର,୨।୧: ଗ୍ରାହକଙ୍କୁ ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଟଙ୍କା ଠକେଇ କରିଥିବା ଅଭିଯୋଗରେ EOW ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri