Posted inଖେଳ

ଜାତୀୟ ସିନିୟର ଭଲିବଲ :କେରଳ, ହରିୟାଣା ଚାମ୍ପିୟନ

ଭୁବନେଶ୍ୱର,୧୨।୩ (କ୍ରୀଡ଼ା ପ୍ରତିନିଧି)-କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ୬୯ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ ଗୁରୁବାର ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ କେରଳ ଓ ପୁରୁଷରେ ହରିୟାଣା ଚାମ୍ପିୟନ ହୋଇଛି। ମହିଳା ବିଭାଗ ଫାଇନାଲରେ କେରଳ ୩-୦ ସେଟ୍‌ରେ ରେଲ୍‌ଓ୍ବେକୁ ପରାସ୍ତ କରିଥିଲା। ପ୍ରଥମ ଦୁଇ ସେଟ୍‌ରେ ରେଲ୍‌ଓ୍ବେ ଚ୍ୟାଲେଞ୍ଜ ଦେଇଥିଲେ ହେଁ କେରଳ ୨୫-୨୦, ୨୬-୨୪, ୨୫-୧୩ ପଏଣ୍ଟରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା। ପ୍ଲେ-ଅଫ୍‌ରେ ପଶ୍ଚିମବଙ୍ଗ ୩-୧ ସେଟ୍‌ରେ ହିମାଚଳ ପ୍ରଦେଶକୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଥିଲା। ଦ୍ୱିତୀୟ ସେଟ୍‌ରେ ହିମାଚଳ ପ୍ରଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ପଶ୍ଚିମବଙ୍ଗ ୨୫-୧୬, ୧୮-୨୫, ୨୫-୨୧, ୨୫-୧୮ ପଏଣ୍ଟରେ ବିଜୟୀ ହୋଇଥିଲା। ଫଳରେ କେରଳ ଚାମ୍ପିୟନ, ରେଲଓ୍ବେ ରନର୍ସଅପ୍‌, ପଶ୍ଚିମବଙ୍ଗ ତୃତୀୟ ଏବଂ ହିମାଚଳ ପ୍ରଦେଶ ୪ର୍ଥ ସ୍ଥାନ ପାଇଥିଲା।
ପୁରୁଷ ବିଭାଗ ଫାଇନାଲରେ ହରିୟାଣା ୩-୦ ସେଟ୍‌ରେ ଆସାମକୁ ହରାଇ ଦେଇଛି। ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଦଳ ୨୫-୨୩, ୨୫-୧୮, ୨୫-୧୯ ପଏଣ୍ଟରେ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ଲେ-ଅଫ୍‌ରେ କେରଳ ୩-୨ ସେଟ୍‌ରେ ରେଲ୍‌ଓ୍ବେକୁ ହରାଇ ୩ୟ ସ୍ଥାନ ଅଧିକାର କରିଛି। ରେଲ୍‌ଓ୍ବେ କଡ଼ା ଟକ୍କର ଦେଇଥିଲେ ହେଁ କେରଳ ୩୬-୩୮, ୨୫-୧୮, ୨୩-୨୫, ୨୫-୨୧, ୧୫-୧୨ ପଏଣ୍ଟରେ ବିଜୟୀ ହୋଇଥିଲା। ଫଳରେ ହରିୟାଣା ଚାମ୍ପିୟନ, ଆସାମ ରନର୍ସଅପ୍‌, କେରଳ ତୃତୀୟ ଓ ରେଲ୍‌ଓ୍ବେ ୪ର୍ଥ ସ୍ଥାନ ଅଧିକାର କରିଥିଲା।
ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଆୟୋଜକ କମିଟି ଚେୟାରମ୍ୟାନ ତଥା ରାଜ୍ୟ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ, ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ତଥା ଏମ୍‌ଜିଏମ୍‌ ମିନେରାଲ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ, କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ହୃଷୀକେଶ ମହାନ୍ତି, କୁଳସଚିବ ଜ୍ଞାନରଞ୍ଜନ ମହାନ୍ତି, ଭିଏଫ୍‌ଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମଅବତାର ସିଂ ଜାଖର, ମହାସଚିବ ଅନିଲ ଚୌଧୁରୀ, ବରିଷ୍ଠ ଉପସଭାପତି ତଥା ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ରଥିନ ରାୟ ଚୌଧୁରୀ, ଅଧ୍ୟକ୍ଷ ତଥା ଉପସଭାପତି ଏସ. ବାସୁଦେବନ, କାର୍ଯ୍ୟକାରୀ ଉପସଭାପତି ରାଜକୁମାର, ଆୟୋଜକ କମିଟି ସମ୍ପାଦକ ତଥା ଓଡ଼ିଶା ଭଲିବଲ ଆସୋସିଏଶନ ସାଧାରଣ ସମ୍ପାଦକ ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଭିଏଫ୍‌ଆଇ ସଭାପତି ଅଚ୍ୟୁତ ସାମନ୍ତ ଚାମ୍ପିୟନ ଦଳର ଖେଳାଳି, କୋଚ୍‌, ମ୍ୟାନେଜର ଏବଂ ଟେକ୍ନିକାଲ ଅଫିସିଆଲମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିଯୋଗିତାରେ ମୋଟ ୫୮(୩୦ ପୁରୁଷ, ୨୮ ମହିଳା) ଦଳ ଅଂଶଗ୍ରହଣ କରିଥିଲେ। ଦେଶର ପାଖାପାଖି ୨୦୦ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଖେଳାଳି କିଟ୍‌ରେ ଏକାଠି ହୋଇଥିଲେ। ଜାତୀୟ ଭଲିବଲ ଇତିହାସରେ ପ୍ରଥମଥରପାଇଁ ଶୀର୍ଷ ୩ ଦଳକୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଚାମ୍ପିୟନ ଦଳକୁ ଟ୍ରଫି ସହ ୫୧,୦୦୦, ରନର୍ସଅପ୍‌କୁ ୩୧,୦୦୦ ଓ ତୃତୀୟ ସ୍ଥାନ ହାସଲ କରିଥିବା ଦଳକୁ ୧୫,୦୦୦ଟଙ୍କା ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri