Posted inଖେଳ

ଜାତୀୟ ସିନିୟର ଭଲିବଲ :କେରଳ, ହରିୟାଣା ଚାମ୍ପିୟନ

ଭୁବନେଶ୍ୱର,୧୨।୩ (କ୍ରୀଡ଼ା ପ୍ରତିନିଧି)-କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ୬୯ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ ଗୁରୁବାର ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ କେରଳ ଓ ପୁରୁଷରେ ହରିୟାଣା ଚାମ୍ପିୟନ ହୋଇଛି। ମହିଳା ବିଭାଗ ଫାଇନାଲରେ କେରଳ ୩-୦ ସେଟ୍‌ରେ ରେଲ୍‌ଓ୍ବେକୁ ପରାସ୍ତ କରିଥିଲା। ପ୍ରଥମ ଦୁଇ ସେଟ୍‌ରେ ରେଲ୍‌ଓ୍ବେ ଚ୍ୟାଲେଞ୍ଜ ଦେଇଥିଲେ ହେଁ କେରଳ ୨୫-୨୦, ୨୬-୨୪, ୨୫-୧୩ ପଏଣ୍ଟରେ ବିଜୟୀ ହୋଇ ଟାଇଟଲ ହାସଲ କରିଥିଲା। ପ୍ଲେ-ଅଫ୍‌ରେ ପଶ୍ଚିମବଙ୍ଗ ୩-୧ ସେଟ୍‌ରେ ହିମାଚଳ ପ୍ରଦେଶକୁ ହରାଇ ତୃତୀୟ ସ୍ଥାନ ଅଧିକାର କରିଥିଲା। ଦ୍ୱିତୀୟ ସେଟ୍‌ରେ ହିମାଚଳ ପ୍ରଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ପଶ୍ଚିମବଙ୍ଗ ୨୫-୧୬, ୧୮-୨୫, ୨୫-୨୧, ୨୫-୧୮ ପଏଣ୍ଟରେ ବିଜୟୀ ହୋଇଥିଲା। ଫଳରେ କେରଳ ଚାମ୍ପିୟନ, ରେଲଓ୍ବେ ରନର୍ସଅପ୍‌, ପଶ୍ଚିମବଙ୍ଗ ତୃତୀୟ ଏବଂ ହିମାଚଳ ପ୍ରଦେଶ ୪ର୍ଥ ସ୍ଥାନ ପାଇଥିଲା।
ପୁରୁଷ ବିଭାଗ ଫାଇନାଲରେ ହରିୟାଣା ୩-୦ ସେଟ୍‌ରେ ଆସାମକୁ ହରାଇ ଦେଇଛି। ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଦଳ ୨୫-୨୩, ୨୫-୧୮, ୨୫-୧୯ ପଏଣ୍ଟରେ ପରାସ୍ତ କରିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ଲେ-ଅଫ୍‌ରେ କେରଳ ୩-୨ ସେଟ୍‌ରେ ରେଲ୍‌ଓ୍ବେକୁ ହରାଇ ୩ୟ ସ୍ଥାନ ଅଧିକାର କରିଛି। ରେଲ୍‌ଓ୍ବେ କଡ଼ା ଟକ୍କର ଦେଇଥିଲେ ହେଁ କେରଳ ୩୬-୩୮, ୨୫-୧୮, ୨୩-୨୫, ୨୫-୨୧, ୧୫-୧୨ ପଏଣ୍ଟରେ ବିଜୟୀ ହୋଇଥିଲା। ଫଳରେ ହରିୟାଣା ଚାମ୍ପିୟନ, ଆସାମ ରନର୍ସଅପ୍‌, କେରଳ ତୃତୀୟ ଓ ରେଲ୍‌ଓ୍ବେ ୪ର୍ଥ ସ୍ଥାନ ଅଧିକାର କରିଥିଲା।
ଭଲିବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଆୟୋଜକ କମିଟି ଚେୟାରମ୍ୟାନ ତଥା ରାଜ୍ୟ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ, ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ତଥା ଏମ୍‌ଜିଏମ୍‌ ମିନେରାଲ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ରୁଚି ମସଲାର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ, କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ହୃଷୀକେଶ ମହାନ୍ତି, କୁଳସଚିବ ଜ୍ଞାନରଞ୍ଜନ ମହାନ୍ତି, ଭିଏଫ୍‌ଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମଅବତାର ସିଂ ଜାଖର, ମହାସଚିବ ଅନିଲ ଚୌଧୁରୀ, ବରିଷ୍ଠ ଉପସଭାପତି ତଥା ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ରଥିନ ରାୟ ଚୌଧୁରୀ, ଅଧ୍ୟକ୍ଷ ତଥା ଉପସଭାପତି ଏସ. ବାସୁଦେବନ, କାର୍ଯ୍ୟକାରୀ ଉପସଭାପତି ରାଜକୁମାର, ଆୟୋଜକ କମିଟି ସମ୍ପାଦକ ତଥା ଓଡ଼ିଶା ଭଲିବଲ ଆସୋସିଏଶନ ସାଧାରଣ ସମ୍ପାଦକ ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଭିଏଫ୍‌ଆଇ ସଭାପତି ଅଚ୍ୟୁତ ସାମନ୍ତ ଚାମ୍ପିୟନ ଦଳର ଖେଳାଳି, କୋଚ୍‌, ମ୍ୟାନେଜର ଏବଂ ଟେକ୍ନିକାଲ ଅଫିସିଆଲମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିଯୋଗିତାରେ ମୋଟ ୫୮(୩୦ ପୁରୁଷ, ୨୮ ମହିଳା) ଦଳ ଅଂଶଗ୍ରହଣ କରିଥିଲେ। ଦେଶର ପାଖାପାଖି ୨୦୦ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଖେଳାଳି କିଟ୍‌ରେ ଏକାଠି ହୋଇଥିଲେ। ଜାତୀୟ ଭଲିବଲ ଇତିହାସରେ ପ୍ରଥମଥରପାଇଁ ଶୀର୍ଷ ୩ ଦଳକୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଚାମ୍ପିୟନ ଦଳକୁ ଟ୍ରଫି ସହ ୫୧,୦୦୦, ରନର୍ସଅପ୍‌କୁ ୩୧,୦୦୦ ଓ ତୃତୀୟ ସ୍ଥାନ ହାସଲ କରିଥିବା ଦଳକୁ ୧୫,୦୦୦ଟଙ୍କା ପୁରସ୍କୃତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri