Posted inଖେଳ

ଜାତୀୟ ସିନିୟର ଚୟନ ପ୍ୟାନେଲ: ପୂର୍ବାଞ୍ଚଳରୁ ଦେବାଶିଷ, ଶିବସୁନ୍ଦର ଆଗରେ

ନୂଆଦିଲ୍ଲୀ, ୧୬ା୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନ୍ୟାଶନାଲ ସିଲେକ୍ସନ ପ୍ୟାନେଲ ନୂଆରୂପ ନେବାକୁ ଯାଉଛି। ଖାଲି ପଡ଼ିଥିବା ପଦବୀଗୁଡ଼ିକ ଲାଗି ପୂର୍ବାଞ୍ଚଳରୁ ଓଡ଼ିଶାର ଶିବ ସୁନ୍ଦର ଦାସ, ଉତ୍ତରାଞ୍ଚଳରୁ ଚେତନ ଶର୍ମା ଓ ମନିନ୍ଦର ସିଂ ଏବଂ ପଶ୍ଚିମାଞ୍ଚଳରୁ ଅଜିତ ଅଗରକରଙ୍କ ଭଳି କେତେଜଣ ପୂର୍ବତନ ଭାରତୀୟ ଖେଳାଳି ସେମାନଙ୍କ ଜୋନ୍‌ରୁ ଆବେଦନ କରିଛନ୍ତି। ପୂର୍ବାଞ୍ଚଳରୁ ଆବେଦନ କରିଥିବା ପୂର୍ବତନ ଓପନର ଶିବ ସୁନ୍ଦର ଜଣେ ବିଶ୍ୱ ଶ୍ରେଣୀୟ କ୍ଲୋଜ୍‌-ଇନ୍‌ ଫିଲ୍ଡର ଥିଲେ। ୨୩ଟି ଟେଷ୍ଟ ମ୍ୟାଚରେ ସେ ୧୩୨୬ ରନ ସଂଗ୍ରହ କରିଛନ୍ତି। ପୂର୍ବାଞ୍ଚଳରୁ ସେ କ୍ଲିଅର ଫେଭରାଇଟ୍‌। ତେବେ ତାଙ୍କ ରାଜ୍ୟ ସାଥୀ ଖେଳାଳି ତଥା ଭାରତର ପୂର୍ବତନ ପେସ୍‌ ବୋଲର ଦେବାଶିଷ ମହାନ୍ତି ଜୁନିୟର ପ୍ୟାନେଲରେ ରହିଛନ୍ତି। ଜୁନିୟର ଓ ସିନିୟର ସିଲେକ୍ସନ କମିଟିରେ ଗୋଟିଏ ରାଜ୍ୟରୁ ୨ଜଣ ରହିବାକୁ ବିସିସିଆଇ ସମ୍ଭବତଃ ପସନ୍ଦ କରିବ ନାହିଁ। ଏକ୍ଷେତ୍ରରେ ବିସିସିଆଇ ଦେବାଶିଷଙ୍କୁ ଆସନ୍ତା ଦୁଇ ବର୍ଷ ପାଇଁ ସିନିୟର ସିଲେକ୍ଟର କରିବା ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବତନ ବେଙ୍ଗଲ ପେସ୍‌ ବୋଲର ରଣଦେବ ବୋଷ ପୂର୍ବାଞ୍ଚଳରୁ ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି। ଯଦି ଶିବସୁନ୍ଦର ଓ ରଣଦେବଙ୍କ ପ୍ରାର୍ଥିତ୍ୱକୁ ଦେଖାଯାଏ ତେବେ ଓଡ଼ିଶା ଖେଳାଳି ଫେଭରାଇଟ ରହିବେ। ଯଦି ବିସିସିଆଇ ଦେବାଶିଷଙ୍କୁ ସିନିୟର ପ୍ୟାନେଲକୁ ନିଏ ତେବେ ରଣଦେବ ଜୁନିୟର ପ୍ୟାନେଲରେ ସ୍ଥାନ ପାଇବା ସମ୍ଭାବନା ରହିଛି ବୋଲି ଜଣେ ଅଫିସିଆଲ ନିଜ ନାମ ଗୋପନ ସର୍ତ୍ତରେ ପ୍ରକାଶ କରିଛନ୍ତି।
୨୩୧ ଅନ୍ତର୍ଜାତୀୟ ମ୍ୟାଚ୍‌ (୧୯୧ ଦିନିକିଆ, ୨୬ ଟେଷ୍ଟ ଏବଂ ୪ ଅନ୍ତର୍ଜାତୀୟ ଟି୨୦) ଖେଳିଥିବା ଅଜିତ୍‌ ଅଗରକର ସିଲେକ୍ସଟର ପାଇଁ ପୁନର୍ବାର ଆବେଦନ କରିବାକୁ ଥିବାରୁ ଚେୟାରମ୍ୟାନ ପଦବୀ ପାଇଁ ଦୌଡ଼ରେ ସେ ସବୁଠାରୁ ଆଗରେ ରହିବେ। ଅଗରକର ୩ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ଏବଂ ୨୦୦୭ରେ ଗୋଟିଏ ଟି୨୦ ବିଶ୍ୱକପ୍‌ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ପ୍ରଚୁର ଅଭିଜ୍ଞତା ରହିଛି। ସେ ଆବେଦନ କରିବେ ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି। ଚେତନ ଚୌହାନଙ୍କର ୮୮ ଅନ୍ତର୍ଜାତୀୟ ଗେମ୍‌ର ଅଭିଜ୍ଞତା ରହିଛି। ୧୯୮୭ରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଏକ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ସୁନୀଲ ଗାଭାସ୍କର, କପିଳ ଦେବ, ଦିଲୀପ ଭେଙ୍ଗସରକାରଙ୍କ ଭଳି କିମ୍ବଦନ୍ତୀଙ୍କ ସହ ସେ ଖେଳିଛନ୍ତି। ପ୍ୟାନେଲର ଜଣେ ସାଧାରଣ ସଦସ୍ୟଭାବେ କାର୍ଯ୍ୟ କରିବାରେ ତାଙ୍କର କୌଣସି ଅସୁବିଧା ନାହିଁ। ଭାରତୀୟ କ୍ରିକେଟ ପାଇଁ କାର୍ଯ୍ୟକରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ୫୪ ବର୍ଷୀୟ ଏହି ପୂର୍ବତନ କ୍ରିକେଟର ଗତ ଜାନୁୟାରୀରେ ମଧ୍ୟ ଆବେଦନ କରିଥିଲେ। ମାତ୍ର ବିସିସିଆଇ ସେତେବେଳେ ଦକ୍ଷିଣାଞ୍ଚଳରୁ ଏମ୍‌.ଏସ୍‌.କେ ପ୍ରସାଦଙ୍କ ସ୍ଥାନରେ ସୁନୀଲ ଯୋଶି ଏବଂ ଗଗନ ଖୋଡ଼ାଙ୍କ ସ୍ଥାନରେ ସେଣ୍ଟ୍ରାଲ ଜୋନ୍‌ର ହରବିନ୍ଦର ସିଂଙ୍କୁ ନିଯୁକ୍ତି ଦେଇଥିଲା। ଉତ୍ତରାଞ୍ଚଳରୁ ଆବେଦନ କରିଥିବା ଅନ୍ୟ ଜଣେ ହେଲେ ପୂର୍ବତନ ବାମହାତୀ ସ୍ପିନର ମନିନ୍ଦର ସିଂ (୯୪ଗେମ୍‌, ୩୫ ଟେଷ୍ଟ ଏବଂ ୫୯ ଅନ୍ତର୍ଜାତୀୟ ଦିନିକିଆ)। ଅଶୀ ଦଶକରେ ମନିନ୍ଦରଙ୍କୁ ବିଶେନ ସିଂଙ୍କ ବିକଳ୍ପ ବିବେଚନା କରାଯାଉଥିଲା। ଉତ୍ତରାଞ୍ଚଳର ଜଣେ ବରିଷ୍ଠ ପ୍ରଶାସକ କହିଛନ୍ତି ସେମାନଙ୍କ ଅଞ୍ଚଳରୁ ଦୁଇ ପ୍ରତିଷ୍ଠିତ ପୂର୍ବତନ କ୍ରିକେଟର ମନିନ୍ଦର ଓ ଚେତନ ଆବେଦନ କରିବା ସ୍ବାଗତଯୋଗ୍ୟ। ଗତଥର ସରଣଦୀପ ସିଂ ଏହି ଜୋନରୁ ପ୍ରତିନିଧିତ୍ୱ କରିଥିଲେ, ଯାହାଙ୍କର ୧୦ ଅନ୍ତର୍ଜାତୀୟ ଗେମ୍‌ରୁ କମ୍‌ ଅଭିଜ୍ଞତା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri