ଜାତୀୟସ୍ତରର ସ୍କାମ୍‌: ଏସ୍‌ପି

ବଲାଙ୍ଗୀର ଅଫିସ, ୨୭ା୩:ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ କେତେକ ପ୍ରାର୍ଥୀ ଜାଲ ସାର୍ଟିଫିକେଟ ଦେଇ ଧରାପଡିଛନ୍ତି। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ହଇଚଇ ସୃଷ୍ଟି ହୋଇଛି। ଗତ ତିନିଦିନ ଧରି ପୋଲିସ ପକ୍ଷରୁ କରାଯାଇଥିବା ଖୋଳତାଡରୁ ଏହା ଏକ ଜାତୀୟସ୍ତର ଜାଲ ସାର୍ଟିଫିକେଟ ସ୍କାମ ବୋଲି ସ୍ପଷ୍ଟ ହୋଇଛି। ବିଭିନ୍ନ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ କେତେକ କୋଅର୍ଡିନେଟର, ଦଲାଲ ସଙ୍ଗଠିତ ଭାବେ ଏହି ସ୍କାମ୍‌ ଚଳାଉଥିବା ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା କହିଛନ୍ତି ବଲାଙ୍ଗୀର ଏସ୍‌ପି ନୀତିନ୍‌ କୁଶଲକର।
ଏସ୍‌ପି କୁଶଲକରଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ସ୍କ୍ବାଡ ଜାଲ ସାର୍ଟିଫିକେଟ ଗୁମର ଖୋଲିବାକୁ ତନାଘନା ଚଳାଇଛନ୍ତି। ବଲାଙ୍ଗୀର ଡାକମଣ୍ଡଳ ଜାଲ ସାର୍ଟିଫିକେଟ ମାମଲାରେ ପୋଲିସ ଏଯାବତ୍‌ ୨୧ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ପଚରାଉଚରା ପରେ ବଲାଙ୍ଗୀର ମିଶନ ପଡିଆ ସମ୍ମୁଖସ୍ଥ କୋଚିଂ ସେଣ୍ଟର ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସରେ ଚଢ଼ାଉ କରି ବହୁ ଜାଲ ସାର୍ଟିଫିକେଟ, ପ୍ରିଣ୍ଟର୍ସ, କମ୍ପ୍ୟୁଟର, ୩୩ଟି ଶିକ୍ଷାନୁଷ୍ଠାନ, ସରକାରୀ ଅଫିସର ଷ୍ଟାଫ୍‌, ସିଲ, ଜେରକ୍ସ ମେଶିନ୍‌ ଜବତ କରିଥିଲା। ଏହା ସହିତ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସର ମାଲିକ ମନୋଜ ମିଶ୍ର ଏବଂ ସହଯୋଗୀ ଆଲୋକ ଉଦ୍‌ଗାତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ସେମାନଙ୍କ ସହ ଅନ୍ୟ ଅଟକ ଯୁବତୀ ଯୁବକଙ୍କଠାରୁ ମିଳିଥିବା ତଥ୍ୟରୁ ବିଭିନ୍ନ ପ୍ରଦେଶରେ ଥିବା ୩୮ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଜାଲ ସାର୍ଟିଫିକେଟ ଗୁମର ଧରାପଡିଛି। ଏହାବାଦ୍‌ ରିଲାଏନ୍ସ କୋଚିଂ ସେଣ୍ଟରରୁ ୨୭ଟି ଶିକ୍ଷାନୁଷ୍ଠାନର ରବର ଷ୍ଟାମ୍ପ ଓ ସିଲ୍‌ ସହ ବଲାଙ୍ଗୀର ଓ ପୁଇଁତଳା ତହସିଲଦାରଙ୍କ ସମେତ ୬ଟି ଅଫିସିଆଲ ଷ୍ଟାମ୍ପ ଓ ସିଲ୍‌ ମିଳିଛି। ଅଟକ ଯୁବତୀ, ଯୁବକଙ୍କଠାରୁ ମିଳୁଥିବା ସୂଚନା ଆଧାରରେ ପୋଲିସ ତଦନ୍ତ ତ୍ୱରାନ୍ବିତ କରୁଛି ବୋଲି ଏସ୍‌ପି କୁଶଲକର ସୂଚନା ଦେଇଛନ୍ତି। ତେବେ ଏହା ଏକ ଜାତୀୟ ସ୍ତରର ସ୍କାମ୍‌ ହୋଇଥିବାରୁ ଏଦିଗରେ ବଡଧରଣର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଏସ୍‌ପି କହିଛନ୍ତି।
ଅପରପକ୍ଷରେ ମିଶନ ପଡିଆ ସମ୍ମୁଖ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସରେ ଚଢ଼ାଉ ପରେ ମିଳିଥିବା ତଥ୍ୟ ଆଧାରରେ ରବିବାର ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ ଅଫିସ ସମ୍ମୁଖ ରାସ୍ତାରେ ଥିବା କମ୍ପଭାଇ ଭୋକେଶନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟ(କେବିଭିଟିଆଇ)ରେ ପୋଲିସ ଟିମ୍‌ ଚଢ଼ାଉ କରିଥିଲା। ମାଜିଷ୍ଟ୍ରେଟ୍‌ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିିତିରେ ଏସ୍‌ଡିପିଓ ତୋଫାନ୍‌ ବାଗ, ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ୍‌ ମନବୋଧ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଓ ଅନ୍ୟ ପୋଲିସ ଟିମ୍‌ ସଦସ୍ୟ ଏହି ସଂସ୍ଥା ଅଫିସରେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ୍‌, ପାସ୍‌ପୋର୍ଟ, ଷ୍ଟାମ୍ପ ଓ ସିଲ୍‌ ଯାଞ୍ଚ କରିଥିଲେ। ଚଢ଼ାଉ ସମୟରେ ଏହି ସଂସ୍ଥାର ମାଲିକ ଅନୁପସ୍ଥିତ ଥିଲେ ଓ କର୍ମଚାରୀମାନେ ଅଫିସ ଖୋଲିଥିଲେ। ରିଲାଏନ୍ସ କୋଚିଂ ସେଣ୍ଟରରୁ ମିଳିଥିବା ସାର୍ଟିଫିକେଟ ଧରାପଡିବା ବେଳେ ଏହି କମ୍ପଭାଇ ଭୋକେଶନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ମଧ୍ୟ କିଛି ସାର୍ଟିଫିକେଟ ଏଠାରେ ରହିଥିବା ଦେଖିବାକୁ ମିଳିଥିଲା। କିଭଳି ଭାବେ ଏହି ସଂସ୍ଥାର ସାର୍ଟିଫିକେଟ ରିଲାଏନ୍ସ କୋଚିଂ ସେଣ୍ଟରକୁ ଗଲା ସେନେଇ ତଦନ୍ତ କରାଯିବା ପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଠାରୁ କ’ଣ ସବୁ ମିଳିଛି ସେନେଇ ପୋଲିସ ପକ୍ଷରୁ କିଛି କୁହାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri