ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ: ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଜିଲାପାଳ

ଦେବଗଡ଼,୧୯ା୧(ଡି.ଏନ୍‌.ଏ.) -ଜାନୁୟାରୀ ୧୮ ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସୋମବାର ଜିଲା ଆଞ୍ଚଳିକ ପରିବହନ ବିଭାଗ ଓ ଜିଲା ସଡକ ସୁରକ୍ଷା ସମିତିଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ା ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନରେ କଲେକ୍ଟରେଟ୍‌ଠାରେ ସଡକ ସୁରକ୍ଷା ସମ୍ବନ୍ଧୀୟ ଏକ ସଚେତନତା ରଥକୁ ଜିଲାପାଳ ସୁଧାଂଶୁ ମୋହନ ସାମଲ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ମହନ୍ତ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ସପ୍ତାହ ବ୍ୟାପୀ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ା ଦେବଗଡ ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍‌ ମାନେ ପ୍ଲାକାର୍ଡ ସହିତ ସଚେନତା ଶୋଭାଯାତ୍ରାରେ ରଥ ସହିତ ସହର ପରିକ୍ରମା କରିଥିଲେ ା ଏହି ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଲିଫ୍‌ଲେଟ୍‌ ବଣ୍ଟନ କରାଯାଇ ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍‌ର ବ୍ୟବହାର, ଚାରି ଚକିଆ ଯାନରେ ସିଟ୍‌ ବେଲ୍‌ଟର ବ୍ୟବହାର, ନିଶାଶକ୍ତ ଅବସ୍ଥାରେ ଗାଡି ଚାଳନା ନ କରିବା ଏବଂ ଟ୍ରାଫିକ୍‌ ନିୟମ ମାନି ଗାଡି ଚଳାଇବା ସମ୍ପର୍କରେ ସଚେତନ କରାଯାଇଥିଲା। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଜିଲାସ୍ତରୀୟ ଜାତୀୟ ସଡକ ସୁରକ୍ଷା ସପ୍ତାହ ଆସନ୍ତା ୨୪ ତାରିଖ ଉଦ୍‌ଯାପିତ ହେବ ା ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡା, ସହକାରୀ ପରିବହନ ଅଧିକାରୀ ଗୋଲାପ ଚନ୍ଦ୍ର ହାଁସଦା, ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଦେବଗଡ ମହାବିଦ୍ୟାଳୟର ଏନସିସି. ଅଧିକାରୀ ସଂଗ୍ରାମ କିଶୋର ନନ୍ଦ, ବ୍ରହ୍ମା ଗାଡି ଚାଳନା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ସୁଧୀର କୁମାର ବ୍ରହ୍ମାଙ୍କ ସମେତ ପୋଲିସ ପ୍ରଶାସନ ଓ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ା ସୂଚନାଯୋଗ୍ୟ ଯେ,ଏହି ସପ୍ତାହ ପାଳନ ଅବସରରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ା ୧୯ ତାରିଖ ପୂର୍ବାହ୍ନରେ ତିଲେଇବଣିଠାରେ ଏବଂ ୨୦ ତାରିଖ ପୂର୍ବାହ୍ନରେ ରିଆମାଳଠାରେ ସଚେତନତା ର଼୍ୟାଲି ଆୟୋଜନ କରାଯିବ ା ୨୧ ତାରିଖ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସମ୍ବନ୍ଧୀୟ ୱାଲ ପେଣ୍ଟିଂ ପ୍ରତିଯୋଗିତା, ୨୨ ତାରିଖ ସାଇକଲ ସଚେତନତା ଶୋଭାଯାତ୍ରା, ୨୩ ତାରିଖ କଲ୍ୟାଣ ମଣ୍ଡପ ଓ ଟାଉନ ହଲଠାରେ ଡ୍ରାଇଭରମାନଙ୍କ ନିମନ୍ତେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଏବଂ ଚକ୍ଷୁ ପରୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଛି ା ଏହି ଅବସରରେ ଜିଲାର ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା ସହିତ ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିବ। ଟ୍ରାଫିକ ନିୟମ ମାନି ଗାଡି ଚଳାଇ ଜିଲାରେ ଦୁର୍ଘଟଣାହାର ହ୍ରାସ କରିବାରେ ସହଯୋଗ ନିମନ୍ତେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

ଏହି ସବୁ ଅଞ୍ଚଳରେ ୯ ଘଣ୍ଟା ପାଇଁ ହେବ ବିଦ୍ୟୁତ୍‌ କାଟ, ସକାଳୁ…

ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ପ୍ରଧାନପାଲି ଗ୍ରୀଡ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି...

ବୋର୍ଡ ନିଗମ ନିଯୁକ୍ତି ନେଇ ଆସିଲା ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୫।୧୨: ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯାଇ ଘୋଷଣା ହେବ। ଏ ନେଇ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି। ଚର୍ଚ୍ଚା...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

ପ୍ରଶ୍ନପତ୍ର ଲିକ୍‌: ବାତିଲ ହେଲା ଏଏନ୍‌ଏମ୍‌ ପରୀକ୍ଷା, ନିରାଶରେ ଫେରିଲେ ପରୀକ୍ଷାର୍ଥୀ

ଗଜପତି,୫।୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଏଏନ୍‌ଏମ୍‌ ପରୀକ୍ଷା ବାତିଲ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ରାଜନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri