ନ୍ୟାଶନାଲ ରିଫ୍ରେଶମେଣ୍ଟ୍‌ ଡେ’: ବ୍ୟସ୍ତବହୁଳ ଜୀବନରେ ମନ ହାଲୁକା କରେ

ପ୍ରତିବର୍ଷ ଜୁଲାଇ ଚତୁର୍ଥ ଗୁରୁବାର ନ୍ୟାଶନାଲ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ୨୦୧୮ରେ ଏହିି ଦିବସ ଜୁଲାଇ ୨୬ ଓ ୨୦୧୯ରେ ଜୁଲାଇ ୨୫ରେ ପାଳନ କରାଯାଇଥିବାବେଳେ ଚଳିତ ବର୍ଷ ଏହା ୨୩ ଜୁଲାଇରେ ପାଳନ କରାଯାଉଛି। ଆମେରିକାର ଭର୍ମୋଣ୍ଟ ରାଜ୍ୟସ୍ଥିତ ବୁର୍ଲିଙ୍ଗଟନ ସହରରେ ଥିବା ଟ୍ରାଭେଲର ବିୟର କମ୍ପାନୀ ଦ୍ୱାରା ୨୦୧୫ରେ ପ୍ରଥମେ ଏହିି ଦିବସ ପାଳନ କରାଯାଇଥିଲା। ୟୁରୋପୀୟ ସ୍ୟାଣ୍ଡୀ ଓ ଆମେରିକୀୟ କ୍ରାଫ୍ଟ ବିୟର ମିଶ୍ରଣରେ ବିଭିନ୍ନ ପ୍ରକାର ବିୟର ପ୍ରସ୍ତୁତ କରିଥାଏ ଉକ୍ତ କମ୍ପାନୀ। ଗ୍ରୀଷ୍ମରେ ଏକ ନୂଆ ପ୍ରକାର ବିୟରର ତାଜା ସ୍ବାଦ ନେଇ ଫୁର୍ତ୍ତିହେବାକୁ କମ୍ପାନୀ ଏହି ଦିବସ ପାଳନ କରିଥିଲା। ସେବେଠାରୁ ଏହା ପ୍ରତିବର୍ଷ ପାଳନ କରାଯାଉଛି। ବର୍ଷରେ ଗୋଟିଏ ଦିନ ମାଇଣ୍ଡ୍‌ଫ୍ରେଶ୍‌ କରିବା ଲାଗି ବହୁ ଲୋକ ଏହି ଦିନଟିକୁ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି। ଟ୍ରାଭେଲର ବିୟର କମ୍ପାନୀର ବିୟର ପିଇ ଏହି ଦିବସରେ ମଜା ନେଇଥାଆନ୍ତି। ସାମାନ୍ୟ ରିଫ୍ରେଶ ହୋଇଗଲେ ବ୍ୟସ୍ତତା ମଧ୍ୟରେ କାଳ ସାଜିଥିବା ବିଷାଦରୁ ଟିକେ ମୁକ୍ତି ମିଳେ, ତା’ ସହ ମନ ବି ହାଲୁକା ହୋଇଯାଏ ଓ ଆରାମ ଲାଗେ। ବ୍ୟସ୍ତବହୁଳ ଜୀବନରେ ନିୟମିତ ବ୍ୟବଧାନରେ ରିଫ୍ରେଶ ହୋଇ ବିଷାଦରୁ ମୁକ୍ତି ପାଇବା ଲାଗି ଏହି ଦିବସ ସମସ୍ତଙ୍କୁ ସ୍ମରଣ କରାଇଦିଏ।
ମଣିଷର ଭାବନା ଓ କାର୍ଯ୍ୟ ସବୁବେଳେ ଭିନ୍ନ ରହିଥାଏ। ଏଣୁ ରିଫ୍ରେଶମେଣ୍ଟର ତରିକା ବି ଭିନ୍ନ ହେବା ସ୍ବାଭାବିକ। କେହି ଯଦି ଗୋଟିଏ ବିୟରରେ ମନ ଓ ଶରୀରକୁ ରିଫ୍ରେଶ କରିପାରୁଛି ତ ଆଉ କେହି ପୂରା ନୀରବ ରହି ମନ ହାଲୁକା କରୁଛି। ତେବେ ନ୍ୟାଶନାଲ ରିଫ୍ରେଶମେଣ୍ଟ ଡେ’ କେମିତି ପାଳନ କରିବେ ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡନ୍ତି। କିନ୍ତୁ ଏହା ତ ଭାରି ସହଜ। ଉକ୍ତ ଦିବସକୁ ପସନ୍ଦର ବିୟରରେ ଉତ୍ସାହର ସହ ମନାଇ ଫଟୋ ସୋସିଆଲ ମିଡିଆରେ ଶେୟାର କରନ୍ତୁ। କିନ୍ତୁ ଆନନ୍ଦ କେବଳ ପାନୀୟରେ ନଥାଏ, ବରଂ ସମୟ ବାହାର କରି ଟିଭିଦେଖିବା, ଯାହା ମନ ହେଉଛି ତାହା ଖାଇବା, ବନ୍ଧୁଙ୍କ ସହ ଚାଲିବା ଓ ମନଖୋଲି ହସିବା, ପାର୍କ ଯାଇ ପିଲାଙ୍କ ସହ ଖେଳିବା, ଯୋଗ, ମସାଜ ଦ୍ୱାରା ଶରୀର ଓ ମନ ରିଫ୍ରେଶ ହୋଇଯିିବ। କିନ୍ତୁ ଏଥର ଏହି ଦିବସରେ ଭଟ୍ଟା ପକାଇଛି କରୋନା ମହାମାରୀ। ଯାହା କିଛି ହେବ ଭର୍ଚୁଆଲି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri