ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ କରନ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଆଉ ଫିଲ୍ମ ଦୁନିଆରେ ଦେଖିବାକୁ ମିଳୁନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ବେଶ୍ ସକ୍ରିୟ ରହୁଛନ୍ତି। ବିପାଶା ନିକଟରେ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଏବଂ ଗ୍ଲାମର୍ସ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ନିଜର କିଛି ଫଟୋ ପୋଷ୍ଟ କରି ବିପାଶା ଲେଖିଛନ୍ତି, ‘ମୁଡ୍, ଅପ୍ନେ ଆପ୍କୋ ପ୍ୟାର କରୋ’ ଦ୍ୱିତୀୟ ଫଟୋରେ ଲେଖିଛନ୍ତି, ‘ମେଁ ଏକ୍ ଫୁଲ ନେହିଁ ବନୁଙ୍ଗି ଜୋ ଅପ୍ନୀ ସୁନ୍ଦରତା କୋ କୋଇ ତୋଡ୍ କେ ଲିଏ ଜାଏ ଔର ମୁର୍ଝାନେ କେ ବାଦ୍ ଛୋଡ୍ ଦିୟା ଜାଏ’। ଏହା ପୂର୍ବରୁ ମଧ୍ୟ ବିପାଶା ତାଙ୍କର କେତେକ ପୁରୁଣା ଫଟୋ ପୋଷ୍ଟ କରିଥିଲେ, ଯାହାକୁ ଫ୍ୟାନ୍ମାନେ ବେଶ୍ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ କରିଥିଲେ। କିନ୍ତୁ ଏବେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ତାଙ୍କର ବୋଲ୍ଡ ଅବତାର ଦେଖିବାକୁ ମିଳିଛି। ଯାହାକୁ ଦେଖି ବିପାଶାଙ୍କ ଫ୍ୟାନ୍ମାନେ ପାଗଳ ହୋଇଯାଇଛନ୍ତି। ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି। ଜଣେ ଫ୍ୟାନ୍ ତ ଏମିତି ଲେଖିଛନ୍ତି ଯେ, ‘ମ୍ୟାଡାମ ଆପଣ କାହିଁକି ଏତେ ସୁନ୍ଦର’। ଏବେ ବଲିଉଡ୍ର ବ୍ଲାକ୍ ବିୟୁଟି ବିପାଶ ସ୍ବାମୀ କରନଙ୍କ ସହିତ ହୋମ୍ କ୍ୱାରାଣ୍ଟାଇନ୍ରେ ସମୟ ଅତିବାହିତ କରୁଛନ୍ତି।
ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପାଟପୁର ପୋଲିସ, ଜେଲ୍ ଗଲେ ୪ ଅଭିଯୁକ୍ତ
ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି । ଛିନତାଇ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ରବିବାର…
ଗୋଟିଏ ଦିନରେ ୪୮ ଜୁଆ ଆଡ୍ଡାରେ ଚଢ଼ାଉ: ୨୮୭ ଜୁଆଡ଼ି ଗିରଫ, ୯ ଲକ୍ଷ ଟଙ୍କା ଜବତ
ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ଗଞ୍ଜାମ ଜିଲାରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ ଅଭିଯାନ ଜାରି ହୋଇଛି। ଗତ ୫ ଦିନ ମଧ୍ୟରେ ଗଞ୍ଜାମ…
କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବଟେଶ୍ୱର ରାସ୍ତା ନିର୍ମାଣ ଦାବି ତେଜିଲା
ଗଞ୍ଜାମ,୨୫ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ବଟେଶ୍ୱର ପୀଠକୁ ହୁମାଠାରୁ ସଂଯୋଗ ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡିଛି। କିଛି ଦିନ ପରେ…
ବୈଭବଙ୍କୁ ୩ ନମ୍ବରରେ ଖେଳାଇବା ନେଇ ଅଶ୍ୱିନଙ୍କ ପ୍ରଶ୍ନ, କହିଲେ ପାଣି ବାହାରେ ମାଛ…
ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ଈଶାନ କିଶନ…
ଦୁର୍ଘଟଣାକୁ ନେଇ ତେଜିଲା ଅସନ୍ତୋଷ, କ୍ରସରରେ ତାଲା ପକାଇଲେ ଗ୍ରାମବାସୀ
ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି…
୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ
ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…
ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….
ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,…
ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….
ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

