ପ୍ରଦୂଷଣ ବଳୟରେ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ,୫।୬: କେନ୍ଦ୍ରାପଡ଼ା ଜିଲାର ଭିତରକନିକା ବିବିଧ ସମ୍ପଦରେ ଭରପୂର। ଗବେଷକ ଓ ପର୍ଯ୍ୟଟକମାନଙ୍କୁ ସବୁବେଳେ ରଙ୍ଗବେରଙ୍ଗର ପକ୍ଷୀ, ବିରଳ ସାମୁଦ୍ରିକ କଇଁଛ, ଡଲ୍‌ଫିନ, ବଉଳା କୁମ୍ଭୀର, ଲୁଣା ଜଙ୍ଗଲ, ଔଷଧୀୟ ଗୁଳ୍ମ ଓ ସାମୁଦ୍ରିକ ପ୍ରାଣୀ ସର୍ବଦା ଆକୃଷ୍ଟ କରୁଛନ୍ତି। ମହାନଦୀ, ବ୍ରାହ୍ମଣୀ, ବୈତରଣୀ ନଦୀ ଓ ସମୁଦ୍ର ତଟାଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଜାତୀୟ ଉଦ୍ୟାନ ପ୍ରାକୃତିକ ପରିବେଶ ଓ ଜୈବବିବିଧତା ପାଇଁ ପ୍ରସିଦ୍ଧି ଲାଭ କରିଛି। ଏଠାରେ ୬୭ ପ୍ରକାର ହେନ୍ତାଳ ଗଛ ଥିବାବେଳେ ୨୧୫ ପ୍ରକାରର ଜୀବଜନ୍ତୁ ବାସ କରୁଛନ୍ତି।
୨୦୧୬ ମସିହାରେ ଭିତରକନିକାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ଦେବା ପାଇଁ ୟୁନେସ୍କୋ ପକ୍ଷରୁ ଏକ ସର୍ଭେ ହୋଇଥିଲା। ଏଥିରେ ଭିତରକନିକା ସୀମା ସରହଦ ମଧ୍ୟରେ ବାଂଲାଦେଶୀ ଶରଣାର୍ଥୀଙ୍କ ବସବାସ, ହେନ୍ତାଳ ବଣ ନଷ୍ଟ କରାଯାଇ ଚିଙ୍ଗୁଡ଼ି ଚାଷ କରାଯିବା ଆଦି କାରଣ ପାଇଁ ଏହି ତାଲିକାରୁ ବାଦ୍‌ ପଡିଥିଲା। ସାମ୍ପ୍ରତିକ ସମୟରେ ଜଳ ପ୍ରଦୂଷଣ ଜଙ୍ଗଲ ପରିବେଶ ନଷ୍ଟ କରିବା ସହ ସାମୁଦ୍ରିକ ଜୀବ ପ୍ରତି ବିପଦ ସୃଷ୍ଟି କରିଛି। ନଦୀନାଳ ଜଳରେ ପ୍ଲୋରାଉଡ୍‌, ଫସ୍‌ଫେଟ୍‌, ନାଇଟ୍ରେଟ୍‌, ଆଇରନ୍‌ ମାତ୍ରାଧିକ ଅଂଶ କୁମ୍ଭୀର, ଡଲ୍‌ଫିନ, ଅଲିଭ ରିଡ୍‌ଲେ ଆଦି ସଂରକ୍ଷିତ ସାମୁଦ୍ରିକ ଜୀବ ସହ ବନ୍ୟ ପ୍ରାଣୀଙ୍କ ପାଇଁ ବିପଦର କାରଣ ହୋଇଛି। ଫଳରେ ବିଭିନ୍ନ ସମୟରେ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରଦୂଷଣ ରୋକିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ୨୦୧୭ରେ ଏକ ସର୍ଭେ କରିଥିଲା। ଏଠାରେ ଭୂତଳ ଜଳରେ ନାଇଟ୍ରେଟ୍‌, ଆଇରନ୍‌ ଓ ଫ୍ଲୋରାଇଡ୍‌ ପରିମାଣ ସାଧାରଣ ଜଳଠାରୁ ଢେର୍‌ ଅଧିକ ରହିଛି, ଯାହା ଭିତରକନିକାର ଜୈବବିବିଧତାକୁ ନଷ୍ଟ କରିବା ପାଇଁ ଯଥେଷ୍ଟ। ଭୂତଳ ଜଳକୁ ରିଚାର୍ଜ ପାଇଁ ନଦୀ, ଶାଖା ନଦୀ ଓ ଅନ୍ୟ ଜଳ ଉତ୍ସର ବ୍ୟବହାର ଲାଗି ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି। ୨୦୧୪ରେ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ବିଭାଗର ବି.ସି. ବେହେରା, ଭୁବନେଶ୍ୱରସ୍ଥ ଏମ୍‌ଆଇଟିଏସ୍‌ ସ୍କୁଲ ଅଫ୍‌ ବାୟୋ ଟେକ୍ନୋଲୋଜିର ଆର୍‌. ଆର୍‌. ମିଶ୍ର, କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଏଚ୍‌.ଏନ୍‌. ଥାଟୋଇ, ବାଙ୍ଗାଲୋରସ୍ଥିତ ଆଇଆରଏସ୍‌ର ଏସ୍‌.କେ. ଦତ୍ତା, ରାଉରକେଲାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ଜେ.କେ. ପାତ୍ର ପ୍ରମୁଖ ଭିତରକନିକାର ମହାନଦୀ ଡେଲ୍‌ଟା ଅଞ୍ଚଳ ଓ ଭିତରକନିକା ଅଞ୍ଚଳକୁ ସର୍ବେକ୍ଷଣ କରିଥିଲେ। ସେମାନଙ୍କ ରିପୋର୍ଟ ଅନୁଯାୟୀ, ଏହି ଅଞ୍ଚଳର ଜଳ ପରୀକ୍ଷା ସମୟରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ପରିମାଣ ବୃଦ୍ଧି ପାଇଁ ଏକପ୍ରକାର ଜହର ପାଲଟିଛି। ସାଧାରଣ ପିଇବା ପାଣିରେ ଲିଟର ପ୍ରତି ୨୫୦ରୁ ୧୦୦୦ ମିଲିଗ୍ରାମ୍‌ କ୍ଲୋରାଇଡ୍‌ ରହିବା କଥା କିନ୍ତୁ ଏହି ଅଞ୍ଚଳ ପାଣିରେ ୪,୩୮୯ରୁ ୧୨,୫୭୫ ମିଲିଗ୍ରାମ୍‌ କ୍ଲୋରାଇଡ୍‌ ରହୁଛି। ସେହିପରି ଫସ୍‌ଫେଟ୍‌ ପରିମାଣ ଅହେତୁକ ବୃଦ୍ଧି ପାଇଛି। କ୍ୟାଲ୍‌ସିୟମ ପରିମାଣ ବିଭିନ୍ନ ସ୍ଥାନରେ ବଦଳୁଛି। ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ନଦୀଜଳକୁ ବିଷାକ୍ତ କରୁଥିବା ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହି ଜଳ ଜାତୀୟ ଉଦ୍ୟାନର ଜୈବବିବିଧତା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ପ୍ରଦୂଷଣ ପାଇଁ ମୃତ୍ୟୁମୁଖରେ ପଡୁଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଜଳ ପ୍ରଦୂଷଣକୁ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ଅନୁଧ୍ୟାନ ପରେ ଏହାର ସମାଧାନ ପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଭକ୍ତଙ୍କ ନାଁରେ ରୋକଠୋକ୍‌ ଏମିତି କହିଦେଲେ ସୋଫିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୦।୭ (ରବିନାରାୟଣ ଜେନା):ରାଜ୍ୟ କଂଗ୍ରେସରେ କିଛି ଠିକ୍‌ଠାକ୍‌ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର…

ଧରିତ୍ରୀ ପ୍ରଭାବ: ମରାମତି ହେଲା ବିଜୁ ଏକ୍ସପ୍ରେସ ୱେ

ନୂଆପଡ଼ା,୧୦ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା ଘାଟିପଡାଠାରୁ ସିନାପାଲି ଦେଇ କୋରାପୁଟକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ପାଲଟିବା ଖବର ଧରିତ୍ରୀରେ ଗୁରୁବାର ପ୍ରକାଶିତ…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଝିଅ: ନିଜ ମାଆକୁ ହତ୍ୟା କରିବା ପାଇଁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର, ପୂରା ଘଟଣା କରିଦେବ ସ୍ତବ୍ଧ

ଜୟପୁର,୧୦।୭: ରାଜସ୍ଥାନରୁ ଏକ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ମାଆ-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଦେଇଛି। ଜୟପୁରର ପ୍ରତାପ ନଗର ଅଞ୍ଚଳରେ ଜଣେ ୨୩…

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri