ପ୍ରଦୂଷଣ ବଳୟରେ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ,୨୫ା୫: ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ମୃତ ଜେଲି ଫିସ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି କି ନିକଟସ୍ଥ ନଦୀ ନାଳରେ ଜେଲି ଫିସ୍‌ର ଅଂଶ ବିଶେଷ ଦେଖିବାକୁ ମିଳୁଛି। ଏହାର କାରଣ ବିଶ୍ୱତାପନ ଓ ଜଳ ପ୍ରଦୂଷଣ ବୋଲି ସ୍ଥାନୀୟ ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ବାପି ଗୋଚ୍ଛାୟତ, ଆଶୋକ ସ୍ବାଇଁ, ଦୋଳଗୋବିନ୍ଦ ଜେନା ପ୍ରମୁଖ କହିଛନ୍ତି, ବିବିଧ ସମ୍ପଦରେ ଭରପୁର ଭିତରକନିକା। ରଙ୍ଗବେରଙ୍ଗର ପକ୍ଷୀ, ବିରଳ ସାମୁଦ୍ରିକ କଇଁଛ, ଡଲ୍‌ଫିନ, ବଉଳା କୁମ୍ଭୀର ସମେତ ଗବେଷକ ଓ ପର୍ଯ୍ୟଟକଙ୍କୁ ଏହା ମଧ୍ୟରେ ଥିବା ଲୁଣା ଜଙ୍ଗଲ, ଔଷଧୀୟ ଗୁଳ୍ମ ଓ ସାମୁଦ୍ରିକ ପ୍ରାଣୀ ସର୍ବଦା ଆକୃଷ୍ଟ କରିଛି। ବ୍ରାହ୍ମଣୀ, ବୈତରଣୀ, ମହାନଦୀ ଓ ସମୁଦ୍ର ତଟାଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଜାତୀୟ ଉଦ୍ୟାନ ପ୍ରାକୃତିକ ପରିବେଶ ଓ ଜୈବ ବିବିଧତା ପାଇଁ ପ୍ରସିଦ୍ଧ। ଏଠାରେ ୬୭ ପ୍ରକାର ହେନ୍ତାଳ ଗଛ ଥିବାବେଳେ ୨୧୫ ପ୍ରକାର ଜୀବଜନ୍ତୁ ବାସ କରୁଛନ୍ତି। ୨୦୧୬ରେ ଭିତରକନିକାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ଦେବା ପାଇଁ ୟୁନେସ୍କୋ ପକ୍ଷରୁ ଏକ ସର୍ଭେ ହୋଇଥିଲା। ତେବେ ଭିତରକନିକା ସୀମା ସରହଦରେ ବାଂଲାଦେଶୀ ଶରଣାର୍ଥୀଙ୍କ ବସବାସ, ହେନ୍ତାଳ ବଣ ନଷ୍ଟ କରାଯାଇ ଚିଙ୍ଗୁଡି ଚାଷ କରାଯିବା ଆଦି କାରଣ ପାଇଁ ଏହି ତାଳିକାରୁ ଏହି ଜାତୀୟ ଉଦ୍ୟାନ ବାଦ୍‌ ପଡିଲା। ଏବେ ଜଳ ପ୍ରଦୂଷଣ ଜଙ୍ଗଲ ପରିବେଶ ନଷ୍ଟ କରିବା ସହିତ ସାମୁଦ୍ରିକ ଜୀବ ପ୍ରତି ବିପଦ ସୃଷ୍ଟି କରିଛି। ନଦୀ ନାଳ ଜଳରେ କ୍ଲୋରାଇଡ, ଫ୍ଲୋରାଇଡ, ନାଇଟ୍ରେଟ, ଆଇରନ ଅଂଶ ମାତ୍ରାଧିକ ହୋଇ କୁମ୍ଭୀର, ଡଲ୍‌ଫିନ, ଅଲିଭ ରିଡଲେ ଆଦି ସଂରକ୍ଷିତ ସାମୁଦ୍ରିକ ଜୀବ ସହିତ ବନ୍ୟପ୍ରାଣୀଙ୍କ ବିପଦର କାରଣ ହୋଇଛି। ଫଳରେ ବିଭିନ୍ନ ସମୟରେ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରଦୂଷଣ ରୋକିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ୨୦୨୧ରେ ଏକ ସର୍ଭେ କରିଥିଲେ। ଏଠାରେ ଭୂତଳ ଜଳରେ ନାଇଟ୍ରେଟ, ଆଇରନ ଓ ଫ୍ଲୋରାଇଡ ପରିମାଣ ସାଧାରଣ ଜଳଠାରୁ ଢ଼େର ଅଧିକ ରହିଛି , ଯାହା ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରିବା ପାଇଁ ଯଥେଷ୍ଟ। ଭୂତଳ ଜଳକୁ ରିଚାର୍ଜ ପାଇଁ ନଦୀ, ଶାଖା ନଦୀ ଓ ଅନ୍ୟ ଜଳଉତ୍ସକୁ ବ୍ୟବହାର ପାଇଁ ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି।
୨୦୧୪ରେ ବାରିପଦାସ୍ଥିତ ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ବିଭାଗର ପ୍ରଫେସର ବି.ସି. ବେହେରା, ଭୁବନେଶ୍ୱର ଏମ୍‌ଆଇଟିଏସ୍‌ ସ୍କୁଲ ଅଫ୍‌ ବାୟୋ ଟେକ୍ନୋଲୋଜିର ପ୍ରଫେସର ଆର.ଆର.ମିଶ୍ର, କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ପ୍ରଫେସର ଏଚ୍‌.ଏନ୍‌. ଥାଟୋଇ, ବାଙ୍ଗାଲୋରସ୍ଥିତ ଆଇଆର୍‌ଏସ୍‌ର ପ୍ରଫେସର ଏସ୍‌.କେ. ଦତ୍ତା, ରାଉରକେଲାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ପ୍ରଫେସର ଜେ.କେ.ପାତ୍ର ପ୍ରମୁଖ ଭିତରକନିକାର ମହାନଦୀ ଡେଲଟା ଅଞ୍ଚଳ ଓ ଭିତରକନିକାକୁ ସର୍ବେକ୍ଷଣ କରିଥିଲେ। ସେମାନଙ୍କ ରିପୋର୍ଟ ଅନୁଯାୟୀ ଏହି ଅଞ୍ଚଳର ଜଳ ପରୀକ୍ଷା ସମୟରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ପରିମାଣ ବୃଦ୍ଧି ପାଇ ଏକ ପ୍ରକାର ଜହର ପାଲଟିଛି। ସାଧାରଣ ପିଇବା ପାଣିରେ ଲିଟର ପ୍ରତି ୨୫୦ରୁ ୧୦୦୦ ମିଲିଗ୍ରାମ କ୍ଲୋରାଇଡ ରହିବା କଥା। ତେବେ ଏହି ଅଞ୍ଚଳ ପାଣିରେ ୪,୩୮୯ରୁ ୧୨,୫୭୫ ମିଲିଗ୍ରାମ ପରିମାଣର କ୍ଲୋରାଇଡ ରହୁଛି। ସେହିପରି ଫସ୍‌ଫେ୍‌ଟ ପରିମାଣ ଅହେତୁକ ବୃଦ୍ଧି ପାଇଛି। କ୍ୟାଲସିୟମ ପରିମାଣ ବିଭିନ୍ନ ସ୍ଥାନରେ ବଦଳୁଛି। ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ନଦୀଜଳକୁ ବିଷାକ୍ତ କରୁଥିବା ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହି ଜଳ ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ପ୍ରଦୂଷଣ ପାଇଁ ମୃତ୍ୟୁମୁଖରେ ପଡୁଛନ୍ତି।
ଏସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କୁହନ୍ତି, ଜଳ ପ୍ରଦୂଷଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଅନୁଧ୍ୟାନ ପରେ ଏହାର ସମାଧାନ ପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri