କେସିଙ୍ଗାରେ ରାଷ୍ଟ୍ରୀୟ ଲୋକ ଅଦାଲତ

କେସିଙ୍ଗା,୧୦ା୫ (ତୁମେଶ୍ବର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ତାଲୁକ ଆଇନସେବା ସମିତି ତରଫରୁ ଶନିବାର ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମଶ୍ରେଣୀ ବିଚାରବିଭାଗୀୟ ବିଚାରପତି ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ଦୀପ୍ତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଲୋକ ଅଦାଲତରେ ୩୮ଟି ପ୍ରାକ୍‌ ବ୍ୟାଙ୍କ ଋଣଜନିତ ମାମଲାରେ ମୋଟ ୨୦ ଲକ୍ଷ ୨୨ ହଜାର ୭୮୨ ଟଙ୍କା ଋଣ ଆଦାୟ ହୋଇଥିଲା। ସେହିପରି ଗୋଟିଏ ଚେକ୍‌ ବାଉନ୍ସ ମାମଲାର ବିଚାରକରି ୫୧ ହଜାର ଟଙ୍କା ଆଦାୟ କରାଯାଇଥିଲା। ସେହିପରି ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ଲୋକ ଅଦାଲତରେ ୧୦୨ଟି ରାଜସ୍ବ ମାମଲାର ବିଚାର କରାଯାଇ ୮୨ ହଜାର ୯୧୭ ଟଙ୍କା ଆଦାୟ ହୋଇଥିଲା। ଏହି ଲୋକ ଅଦାଲତରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ, ସରକାରୀ ଓକିଲ ପ୍ରକାଶ କୁମାର ଦାସ, ବରିଷ୍ଠ ଆଇନଜୀବୀ ସୌମ୍ୟରଞ୍ଜନ ମିଶ୍ର, ସନ୍ତୋଷ କୁମାର ଦାସ, ସନ୍ଦୀପ ବାନାର୍ଜୀ, ହରିପ୍ରସାଦ ତାଣ୍ଡି, ପ୍ରଭାକର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

ରାଜଧାନୀରେ ନକଲି ଆଡିଶନାଲ ଏସ୍‌ପି, ପୋଲିସ ଗିରଫ କରି…

ଭୁବନେଶ୍ୱର,୧୦ା୭: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ନକଲି ଆଡିଶନାଲ ଏସ୍‌ପି ବା ନକଲି ଅତିରିକ୍ତ ଏସ୍‌ପିଙ୍କୁ ଗିରଫ କରିଛି ପୋଲିସ। ରଜନୀକାନ୍ତ ମହାନ୍ତି…

ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷାମନ୍ତ୍ରୀ, କହିଲେ ବ୍ଲକ୍‌ଗ୍ରାଣ୍ଟ କଲେଜକୁ ସରକାର ଟଙ୍କା ଦେବେ

ଭୁବନେଶ୍ୱର,୧୦ା୭: କେଜିରୁ ପିଜି ମାଗଣା ଶିକ୍ଷା ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ପ୍ରଫେଶନାଲ ଓ ସେଲ୍ଫ ଫାଇନାନ୍ସିଂ କୋର୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri