‘ଉତ୍ସାହ ବଢ଼ାଇଛି ଜାତୀୟସ୍ତରର ଟୁର୍ନାମେଣ୍ଟ’

ତାଳଚେର/ଅନୁଗୋଳ ଅଫିସ, ୯।୧୧: ଢେଙ୍କାନାଳ ଷ୍ଟାଡିୟମରେ ଗତ ୩ ତାରିଖରେ ଉଦ୍‌ଘାଟିତ ହୋଇଥିବା ବାଜି ରାଉତ କପ୍‌ ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମରେ ଖେଳାଯାଇଥିବା ବେଳେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ। ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ ସହଯୋଗରେ ତଥା ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଯୁବବର୍ଗଙ୍କୁ ନୂଆ ଉତ୍ସାହ ଦେବା ସହ ସେମାନଙ୍କ ମଧ୍ୟରେ ଖେଳୁଆଡ ମନୋବୃତ୍ତି ବଢାଇଛି। ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ମାଟିରେ ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ନଁାରେ ଏହି ଜାତୀୟସ୍ତରୀୟ ଟୁର୍ନାମେଣ୍ଟର ଆୟୋଜନ ବହୁତ ଖୁସି ଦେଇଛି। ପ୍ରଥମ ଥର ପାଇଁ ଆୟୋଜିତ ଏହି ଜାତୀୟସ୍ତରର ପ୍ରତିଯୋଗିତା ଢେଙ୍କାନାଳ, ଅନୁଗୋଳ ଓ ତାଳଚେର ଅଞ୍ଚଳର ମର୍ଯ୍ୟାଦା ବଢାଇବା ସହ ଯୁବବର୍ଗଙ୍କୁ ଫୁଟବଲ ଖେଳିବା ପାଇଁ ପ୍ରେରିତ କରିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ। ଏମ୍‌ସିଏଲ୍‌ର ଏହି ବ୍ଲାକ୍‌ ଡାଇମଣ୍ଡ ଷ୍ଟାଡିୟମରେ ପ୍ରାୟ ୨୫ ବର୍ଷ ପରେ ଜାତୀୟସ୍ତରୀୟ ମ୍ୟାଚ ଆୟୋଜନ ହୋଇଥିବାରୁ ଏହାକୁ ଦେଖିବାକୁ ଜିଲାର କୋଣ ଅନୁକୋଣରୁ ଯୁବପିଢ଼ି, ଛାତ୍ରୀଛାତ୍ର, କ୍ରୀଡ଼ାପ୍ରେମୀମାନେ ପହଞ୍ଚିଥିଲେ। ଫଳରେ ଦର୍ଶକଙ୍କ ଗହଳିରେ ଷ୍ଟାଡିୟମ ସମ୍ପର୍ଣ୍ଣ ଭରିଯାଇଥିଲା।
ଟୁର୍ନାମେଣ୍ଟକୁ ସଫଳ ଭାବେ ପରିଚାଳନା କରିଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆୟୋଜକ ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହ ଏଥିରେ ସହଯୋଗୀ ହୋଇଥିବା ସର୍ବଭାରତୀୟ ଫୁଟବଲ ମହାସଂଘ, ଓଡ଼ିଶା ଫୁଟବଲ ସଂଘ, ଅନୁଗୋଳ ଓ ଢେଙ୍କାନାଳର ଜିଲା ପ୍ରଶାସନ, ଜିଲା ଆଥଲେଟିକ୍‌ ଆସୋସିଏଶନ, ତାଳଚେରର ସବ୍‌ଡିଭିଜନାଲ ଆଥଲେଟିକ୍‌ ଆସୋସିଏଶନ, ସ୍ବେଚ୍ଛାସେବୀଙ୍କୁ କେନ୍ଦ୍ରମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ। ମ୍ୟାଚ ଆୟୋଜନ କରିଥିବା ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟ ସମ୍ପାଦକ ସଂଗ୍ରାମ ରାଉତ ଓ ଅନୁଗୋଳ ଜିଲା କ୍ରିକେଟ ଆସୋସିଏଶନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଭାଜପା ନେତା କାଳନ୍ଦୀ ସାମଲ, ସଞ୍ଜୀବ ସାହୁ, ଉପସ୍ଥାପିକା ଭାବେ ଶୋଭନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀ ଖେଳାଳି, ଦର୍ଶକଙ୍କୁ ଉତ୍ସାହିତ କରିବାକୁ ଷ୍ଟାଡିମୟରେ ଉପସ୍ଥିତ ଥିଲେ। ଏହି ଅବସରରେ ମ୍ୟାଚ କମିଶନର ଜେ.ପି. ସିଂ, ରେଫରି ସୁନନ୍ଦ ଘୋଷ, ଓଡ଼ିଶା ଫୁଟବଲ ଆସୋସିଏଶନର ମୁଖ୍ୟ ରେଫରି ଦୁର୍ଗାମାଧବ ନାୟକଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ସେହିପରି ମ୍ୟାଚ ପରିଚାଳନା କରିଥିବା ଶ୍ରୀକାନ୍ତ ବହିଦାର, ସୁବ୍ରତ ପୁରୋହିତ, ସୋମନାଥ ବାନାର୍ଜୀ, ତୁମୁଲି ଜୟସିଂହ, ମନୋଜ କୁମାର ସାହୁ , ନିଶାନ୍ତ ବେଙ୍ଗରା, ନିପେନ ହଲଦେବ, ରୋଜିତ ମିତେଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ବର୍ଷଯାକ ଆଉ ରହିବନି ରିଚାର୍ଜ ଟେନଶନ! ଆସିଲା ସ୍ପେଶାଲ ପ୍ଲାନ, ସବୁ ଫ୍ରି…

ଆଜିର ଡିଜିଟାଲ୍ ଯୁଗରେ, ସ୍ମାର୍ଟଫୋନ୍ ଏକ ଆବଶ୍ୟକତା ପାଲଟିଛି, କିନ୍ତୁ ମାସିକ ରିଚାର୍ଜ ମଧ୍ୟ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୨୮ଦିନର…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri