ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନଙ୍କୁ ରାଷ୍ଟ୍ରୀୟ କଳାରତ୍ନ ସମ୍ମାନ

କେନ୍ଦ୍ରାପଡା ଅଫିସ, ୨ା୬: କ୍ରୀଷ୍ଣା ଆର୍ଟ ସ୍କୁର କଳା ନିର୍ଦ୍ଦେଶକ ତଥା କେନ୍ଦ୍ରାପଡ଼ା ସହରର ଟାଉନ ବଳରାମପୁର ଗ୍ରାମର ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ରାଷ୍ଟ୍ରୀୟ କଳାରାତ୍ନ ସମ୍ମାନ ମିଳିଛି। ଝାଡଖଣ୍ଡ ରାଜ୍ୟ ରାଞ୍ଚତ୍ସ୍ଥିତ କଳା କିର୍ତ୍ତୀ ଆର୍ଟ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ପ୍ରକୃତିର ସ୍ବର ଶୀର୍ଷକ ଚିତ୍ର ପାଇଁ ଏହି ସମ୍ମାନ ପ୍ରାପ୍ତ ହୋଇଛନ୍ତି। ଏ ସମ୍ପର୍କରେ ଚିତ୍ରଶିଳ୍ପୀ ପଟ୍ଟନାୟକ କହିଛନ୍ତି, ସମ୍ପ୍ରତିକ ସମୟରେ ଅତ୍ୟାଧୁନିକ ଜୀବନଶୈଳୀ ପାଇଁ ପ୍ରକୃତି ଉପରେ ହେଉଥିବା ଅତ୍ୟାଚାର ଏହାର ଭିତ୍ତିଭୂମି ଥିଲା। ଚିତ୍ରରେ ସବୁଜ ଭୂମି ନଷ୍ଟ ଦ୍ୱାରା ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କରେ ବିଶେଷ ଧ୍ୟାନ ଦେଇଥିଲେ। ସୂଚନାଯୋଗ୍ୟ, ସୌମ୍ୟରଞ୍ଜନଙ୍କ ଚିତ୍ରକ ଳା ପ୍ରଦର୍ଶନ ପ୍ରାୟ ୨୦ବର୍ଷ ହେବ ଜାରି ରହିଛି। ଇତିମଧ୍ୟରେ ରାଜ୍ୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଦର୍ଶିତ ଚିତ୍ର ପାଇଁ ଶତାଧିକ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି। ସେ ଆନ୍ତର୍ଜାତୀୟ ରାଜା ରବି ବର୍ମା ସମ୍ମାନ, ଅନ୍ତର୍ଜାତୀୟ ଆର୍ଟ ଆଇକନ, ନୋବେଲ ଆର୍ଟିଷ୍ଟ ଆୱାର୍ଡ, ଅଜନ୍ତା ଏଲୋରା କଳାଭୂଷଣ ଆୱାର୍ଡ, ଏସିଆ ବେଷ୍ଟ ଆର୍ଟିଷ୍ଟ ଆୱାର୍ଡ, ଭାରତ କଳାରତ୍ନ ଆୱାର୍ଡ, ଜ୍ୟୋତି ଲଳିତ କଳା ଆୱାର୍ଡ, ବଟକୃଷ୍ଣ ମେମୋରିଆଲ ଆୱାର୍ଡ ଆଦି ପାଇଛନ୍ତି। ତାଙ୍କର ଏହି ଚିତ୍ରକଳା ପାଇଁ ମା’ଉର୍ମିଳା ଓ ବାପା ସୁରେଶ ପ୍ରେରଣା ଯୋଗାଇଥିବା ସୌମ୍ୟରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?