Posted inଖେଳ

ଆଜିଠୁ ରାଉରକେଲାରେ ଜାତୀୟ ସବ୍‌ଜୁନିୟର ପୁରୁଷ ହକି

ଭୁବନେଶ୍ୱର, ୧୮।୫ (କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜାତୀୟ ସବ୍‌ଜୁନିୟର ପୁରୁଷ ହକିର ୧୩ତମ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ୧୧ ଦିନିଆ ଟୁର୍ନାମେଣ୍ଟରେ ମୋଟ ୨୮ଟି ଦଳ ଅଂଶଗ୍ରହଣ କରିବେ। ନବନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦେଶର ଯୁବ ଖେଳାଳିମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ। ଚଳିତ ମାସ ୨୮ରେ ପ୍ରତିଯୋଗିତାର ଫାଇନାଲ ଅନୁଷ୍ଠିତ ହେବ।
ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଦଳଗୁଡ଼ିକୁ ୮ଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍‌ ‘ଏ’ରେ ଉତ୍ତର ପ୍ରଦେଶ, କର୍ନାଟକ, କେରଳ, ପୁଲ୍‌ ‘ବି’ରେ ଝାଡ଼ଖଣ୍ଡ, ବେଙ୍ଗଲ, ହିମାଚଳ ପ୍ରଦେଶ, ପୁଲ୍‌ ‘ସି’ରେ ଓଡ଼ିଶା, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଏବଂ ପୁଲ୍‌ ‘ଡି’ରେ ହରିୟାଣା, ଗୋଆ ଓ ଛତିଶଗଡ଼ ସ୍ଥାନ ପାଇଛି। ସେହିପରି ପୁଲ୍‌ ‘ଇ’ରେ ପଞ୍ଜାବ, ଦିଲ୍ଲୀ, ଆସାମ, ତ୍ରିପୁରା, ପୁଲ୍‌ ‘ଏଫ’ରେ ଦାଦ୍ରା ଆଣ୍ଡ ନଗର ହାଭେଳି, ଡାମନ ଆଣ୍ଡ ଡିଉ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ପୁଡୁଚେରୀ, ପୁଲ୍‌ ‘ଜି’ରେ ବିହାର, ମଧ୍ୟପ୍ରଦେଶ, ମିଜୋରାମ, ତେଲଙ୍ଗାନା ଏବଂ ପୁଲ୍‌ ‘ଏଚ୍‌’ରେ ଚଣ୍ଡିଗଡ଼, ଅରୁଣାଚଳ, ଗୁଜରାଟ ଓ ରାଜସ୍ଥାନ ସ୍ଥାନ ପାଇଛି। ପୂର୍ବ ସଂସ୍କରଣରେ ଉତ୍ତର ପ୍ରଦେଶ ଚାମ୍ପିୟନ ଓ ଝାଡ଼ଖଣ୍ଡ ରନରଅପ୍‌ ହୋଇଥିଲା। ତୃତୀୟ ସ୍ଥାନରେ ରହି ଓଡ଼ିଶା ବ୍ରୋଞ୍ଜ ପଦକ ପାଇଥିଲା। ଲିଗ୍‌ ପର୍ଯ୍ୟାୟ ପରେ ମେ’ ୨୫ରୁ କ୍ୱାର୍ଟର ଫାଇନାଲ, ୨୭ରେ ସେମିଫାଇନାଲ ଏବଂ ୨୮ରେ ଫାଇନାଲ ଅନୁଷ୍ଠିତ ହେବ।

ଆଶିଷ ଓଡ଼ିଶା ଦଳ ଅଧିନାୟକ

ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁ ଯାଉଥିବା ଜାତୀୟ ସବ୍‌ନୁଜିୟର ପୁରୁଷ ହକି ପାଇଁ ବୁଧବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ୧୫ ବର୍ଷୀୟ ଆଶିଷ କୁମାର ଟପ୍ପୋ ଘରୋଇ ଦଳର ନେତୃତ୍ୱ ନେବେ। ବିଲକାନ ଓରାମଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆ ଯାଇଛି। ଅଭିମନ୍ୟୁ ଗୌଡ଼ା ଓ ରୋନିତ ରାଜ ଖାଖା ଗୋଲକିପର ମନୋନୀତ ହୋଇଛନ୍ତି। ଓଡ଼ିଶା ଦଳରେ ନାଭାଲ ଟାଟା ହକି ଏଚ୍‌ପିସିର କେତେକ ଖେଳାଳି ସାମିଲ ଅଛନ୍ତି।
”ବାଳକମାନେ ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବ୍ୟଗ୍ର। ନିକଟରେ ଶେଷ ହୋଇଥିବା ଜାତୀୟ ସବ୍‌ଜୁନିୟର ମହିଳା ହକି ଅବସରରେ ବହୁ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମକୁ ମ୍ୟାଚ ଦେଖିବାକୁ ଆସିଥିଲେ। ଆଗାମୀ ଟୁର୍ନାମେଣ୍ଟ ସମୟରେ ମଧ୍ୟ ସମାନ ଉତ୍ସାହ ଦେଖିବାକୁ ମିଳିବା ଆଶା ରହିଛି। ବହୁ ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତିରେ ଯୁବ ପ୍ରତିଭାମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସୁଯୋଗ ପାଇବେ। ସମସ୍ତ ଚ୍ୟାଲେଞ୍ଜର ମୁକାବିଲା କରି ଆମେ ଆଗାମୀ ପ୍ରତିଯୋଗିତାରେ ପ୍ରଦର୍ଶନର ଛାପ ଛାଡ଼ିବାକୁ ଆଶାବାଦୀ“ ବୋଲି କୋଚ୍‌ ବି.ଜେ. କାରିଆପ୍ପା ପ୍ରକାଶ କରିଛନ୍ତି। ଏକ ବିଶ୍ୱକପ ଭେନ୍ୟୁରେ ଖେଳିବାକୁ ଯାଉଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି ଅଧିନାୟକ ଆଶିଷ କୁମାର ଟପ୍ପୋ। ପ୍ରତିଯୋଗିତା ପାଇଁ ଆମେ କଠିନ ପରିଶ୍ରମ କରିଛୁ। ତେଣୁ ଭଲ ପ୍ରଦର୍ଶନର ଆଶା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ଓଡ଼ିଶା ଦଳ

ଗୋଲକିପର୍ସ: ରୋନିତ ଖାଖା, ଅଭିମନ୍ୟୁ ଗୋଡ଼ା।
ଡିପ୍‌ ଡିଫେଣ୍ଡର୍ସ: ପ୍ରଦୀପ ମଣ୍ଡଳ, ରୋନିତ କୁଲୁ, ସଲମନ ଟପ୍ପୋ।
ଫ୍ଲାଙ୍କ ଡିଫେଣ୍ଡର: ବିଲକାନ ଓରାମ।
ଡିଫେନ୍ସିଭ ମିଡ୍‌ଫିଲ୍ଡର୍ସ: ସୁଦର୍ଶନ ଗୌଡ଼, ଅମରଜିତ ସିଂ, ସୁରେଶ ଶର୍ମା।
ଆଟାକିଂ ମିଡ୍‌ଫିଲ୍ଡର୍ସ: ସମିର ବାରଓ୍ବା, ଆଶିଷ କୁମାର ଟପ୍ପୋ, ସ୍ବାଧୀନ ଲୁଗୁନ।
ଲେଫ୍ଟ ଷ୍ଟ୍ରାଇକର୍ସ: ୟୋଜିତ ମିଞ୍ଜ, ନାନଓ୍ବାର ଦେବନାଥ।
ସେଣ୍ଟର ଷ୍ଟ୍ରାଇକର: ରୋନିତ ସିଂ
ରାଇଟ୍‌ ଷ୍ଟ୍ରାଇକର୍ସ: ଦୀପକ ପ୍ରଧାନ, ବିଦ୍ୟାନନ୍ଦ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri