୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

ଢେଙ୍କାନାଳ ଅଫିସ, ୧୩।୭: ଢେଙ୍କାନାଳ ସହର କଲେଜ ବାଇପାସଠାରେ ୫୫ ନମ୍ବର ଜାତୀୟ ରାଜପଥକୁ ବୁଧବାର ସକାଳେ ଅଞ୍ଚଳବାସୀ ଅବରୋଧ କରିଛନ୍ତି। ୫୫ ନମ୍ବର ଜାତୀୟ ରାଜପଥ ମରାମତି କାର୍ଯ୍ୟ ଓ ସଂପ୍ରସାରଣ କାର୍ଯ୍ୟ ବନ୍ଦ ହୋଇ ରାସ୍ତା ବିପଦ ସଙ୍କୁଳ ଅବସ୍ତାରେ ପଡ଼ି ରହିଛି। ଏ ଥିଲାଗି ଦୁର୍ଘଟଣା ବଢୁଥିବା ବେଳେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ରାସ୍ତାରୋକୋ କରାଯାଇଛି। ଫଳରେ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।