Posted inଜାତୀୟ

ମୋକ୍ଷପ୍ରାପ୍ତି ପାଇଁ ୪ ଜଣଙ୍କ ଆତ୍ମହତ୍ୟା, ଫୋନ୍‌ରୁ ମିଳିଲା ଏଭଳି ଭିଡିଓ ରେକର୍ଡିଂ…

ଚେନ୍ନାଇ, ୨୯।୧୨: ତାମିଲନାଡ଼ୁର ତିରୁଭନ୍ନାମଲାଇ ଗିରିବଲମସ୍ଥିତ ଏକ ଘରୋଇ ହୋଟେଲରୁ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ୪ ଜଣକ ମୃତଦେହ ଜବତ କରିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ରହିଛନ୍ତି। ମୋକ୍ଷପ୍ରାପ୍ତି ପାଇଁ ପ୍ରୟାସ କରି ଉକ୍ତ ୪ ଜଣ ବିଷ ଖାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୪ ମୃତକ ହେଉଛନ୍ତି ମହାକାଲ ବ୍ୟାସ(୪୦), କେ. ରୁକ୍ମିଣୀ ପ୍ରିୟା (୪୫), କେ. ଜଳନ୍ଧରୀ(୧୭) ଏବଂ ମୁକୁନ୍ଦ ଆକାଶ କୁମାର (୧୨)। ସେମାନେ ସମସ୍ତେ ଚେନ୍ନାଇର ବାସିନ୍ଦା ହୋଇଥିବା ପୋଲିସ ସୂଚନା ଦେଇଛି। କିଛି ବର୍ଷ ପୂର୍ବେ ଛାଡ଼ପତ୍ର ନେଇଥିବା ରୁକ୍ମିଣୀ ଝିଅ ଜଳନ୍ଧରୀ ଓ ପୁଅ ମୁକୁନ୍ଦଙ୍କ ସହ କିଛି ମାସ ତଳେ ମହାକାଲ ବ୍ୟାସ ନାମକ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିଙ୍କୁ ଭେଟିଥିଲେ। ଆଧ୍ୟାତ୍ମିକତାରେ ରୁଚି ଥିବା ହେତୁ ଉଭୟ ମହାକାଲ ଓ ରୁକ୍ମିଣୀ ଖୁବ୍‌ଶୀଘ୍ର ପରସ୍ପରର ନିକଟତର ହୋଇଥିଲେ। ଫଳରେ ଉଭୟେ ଏକସଙ୍ଗେ ଯାତ୍ରା କରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ଡିସେମ୍ବର ଦ୍ୱିତୀୟ ସପ୍ତାହରେ ସେମାନେ ତିରୁଭନ୍ନାମଲାଇରେ ଅନୁଷ୍ଠିତ ହୋଇଥିବା କାର୍ତ୍ତିଗଇ ଦ୍ୱୀପ ମହୋତ୍ସବରେ ଯୋଗଦେଇଥିଲେ। ଏହି ଉତ୍ସବ ପରେ ସେମାନେ ସମସ୍ତେ ଚେନ୍ନାଇ ଫେରି ଆସିଥିଲେ। ତେବେ ଶୁକ୍ରବାର ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସେମାନେ ତିରୁଭନ୍ନାମଲାଇ ଆସି ରହିବା ପାଇଁ ଏକ ହୋଟେଲ ବୁକିଂ କରିଥିଲେ। ରାତିରେ ହୋଟେଲ କର୍ମଚାରୀ ସେମାନେ ରହୁଥିବା ରୁମ୍‌ରେ ଆସି ସମ୍ପର୍କ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସନ୍ଦେହ ବଢ଼ିବାରୁ ହୋଟେଲ ପକ୍ଷରୁ ପୋଲିସକୁ ଡକାଯାଇଥିଲା ା ପୋଲିସ ଉକ୍ତ ରୁମ୍‌ ମଧ୍ୟରୁ ୪ ମୃତଦେହକୁ ଜବତ କରିଥିଲା। ଘଟଣାସ୍ଥଳରୁ ପୋଲିସ ଏକ ଚିଠି ଜବତ କରିଛି, ଯେଉଁଥିରେ ଆଧ୍ୟାତ୍ମିକ ମୁକ୍ତି ପାଇବାର ସନ୍ଧାନରେ ସେମାନେ ତାଙ୍କ ଜୀବନକୁ ଶେଷ କରୁଥିବା ଦର୍ଶାଇଛନ୍ତି। ମୋକ୍ଷ ପ୍ରାପ୍ତି ନିମନ୍ତେ ଭଗବାନ ଅନ୍ନାମଲାଇୟାର ଓ ଦେବୀ ମହାଲକ୍ଷ୍ମୀ ତାଙ୍କୁ ତିରୁଭନ୍ନାମଲାଇ ଆସିବା ପାଇଁ ଡକାଇଥିଲେ ବୋଲି ଏହି ଚିଠିରେ ମହାକାଲ ଓ ରୁକ୍ମିଣୀ ଦର୍ଶାଇଥିଲେ। ସେମାନଙ୍କ ଫୋନ୍‌ରୁ ପୋଲିସ କିଛି ଭିଡିଓ ରେକର୍ଡିଂ ଜବତ କରିଛି, ଯେଉଁଥିରେ ଆତ୍ମହତ୍ୟା କରିବା ପାଇଁ ସେମାନେ ପ୍ରସ୍ତୁତି କରୁଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

ମହଙ୍ଗା ହେବ ବସ ଯାତ୍ରା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୨।୧୧: ଏଣିକି ମହଙ୍ଗା ହେବ ବସ ଯାତ୍ରା। ଗୁରୁବାର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରିଛନ୍ତି। ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡ଼ା…

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?