ନୂଆଦିଲ୍ଲୀ,୬।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ(ଏଚ୍ଏମ୍ଏସ୍ଆଇ) ପକ୍ଷରୁ ସୋମବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହୋଣ୍ଡା ପକ୍ଷରୁ ସପ୍ତାହବ୍ୟାପୀ ଜାତୀୟ ପରିବେଶ ଅଭିଯାନର ଶୁଭାରମ୍ଭ କରାଯାଇଛି। ଉକ୍ତ ଅଭିଯାନ ୨୦୨୩ ଜୁନ୍ ୧୧ ପର୍ଯ୍ୟନ୍ତ ଚାଲିବ। ଏପରିକି ବୃକ୍ଷରୋପଣ ସହ ନୋଏଡା (ଉତ୍ତରପ୍ରଦେଶ)ର ପାୟୋନିୟର ୱାନ୍ ହୋଣ୍ଡାରୁ ଉକ୍ତ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଏଚ୍ଏମ୍ଏସ୍ଆଇର ନିର୍ଦ୍ଦେଶକ (ବିକ୍ରି ଓ ମାର୍କେଟିଂ) ଯୋଗେଶ ମାଥୁର, ନିର୍ଦ୍ଦେଶକ (ବିକ୍ରି ଓ ମାର୍କେଟିଂ) ଟାକେଶି କୋବାୟାସିଙ୍କ ସମେତ ଏଚ୍ଏମ୍ଏସ୍ଆଇର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଏଚ୍ଏମ୍ଏସ୍ଆଇର ନିର୍ଦ୍ଦେଶକ (ବିକ୍ରି ଓ ମାର୍କେଟିଂ) ମାଥୁର କହିଛନ୍ତି, ପରିବେଶ ପ୍ରତି ପ୍ଲାଷ୍ଟିକ୍ ପ୍ରଦୂଷଣ ଏକ ବହୁତ ବଡ଼ ବିପଦ ବୋଲି ଆମେ ଅବଗତ ଥିବା ବେଳେ ଆମ ସମସ୍ତଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକତା ରହିଛି। ଏକ ଦାୟିତ୍ୱବାନ୍ କର୍ପୋରେଟ୍ ସଂସ୍ଥା ଭାବେ ପ୍ଳାଷ୍ଟିକ୍ ବ୍ୟବହାର କମ୍ କରିବା ଏବଂ ଦୀର୍ଘସ୍ଥାୟୀ ବିକଳ୍ପର ପ୍ରଚାର କରିବା ଲାଗି ଆମେ ଉତ୍ସର୍ଗୀକୃତ ରହିଛୁ।
ବିଶ୍ୱ ପରିବେଶ ସପ୍ତାହ ଅବସରରେ ଆମ ଉଦ୍ୟମ ଜରିଆରେ ଆମର ଲକ୍ଷ୍ୟ ହେଉଛି ପ୍ଲାଷ୍ଟିକ୍କୁ ବର୍ଜନ କରିବା ଏବଂ ପରିବେଶ ମିତବ୍ୟୟୀ ବିକଳ୍ପ ଗ୍ରହଣକରି ଆମ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ବଚ୍ଛ ଓ ସୁସ୍ଥକର ଗ୍ରହକୁ ସୁଦୃଢ଼ କରିବା। ଏହି ଅଭିଯାନର ଅଂଶ ସ୍ବରୂପ କମ୍ପାନୀ ସାରା ଭାରତରେ ୨୩,୦୦୦ରୁ ଅଧିକ ଚାରା ରୋପଣ କରିବ। ଏଥିସହ ହୋଣ୍ଡାର ସ୍ବୀକୃତିପ୍ରାପ୍ତ ଡିଲରଶିପ୍କୁ ଆସୁଥିବା ସମସ୍ତ ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ଭାରତୀୟ ଅଟୋମୋବାଇଲ୍ ନିର୍ମାତା ସଂଘ (ସିଆମ୍) ସହଯୋଗରେ ମାଗଣା ପିୟୁସି ଯାଞ୍ଚ ସୁବିଧା ପ୍ରଦାନ କରାଯିବ।
ଅପରପକ୍ଷରେ କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କୁ ମଧ୍ୟ ଚାରା ବଣ୍ଟନ କରାଯାଇଥିଲା। ‘ସେ ନୋ ଟୁ ପ୍ଲା୍ଷ୍ଟିକ୍’ ଅଧୀନରେ ପ୍ଲାଷ୍ଟିକ୍ ବର୍ଜ୍ୟ କମ୍ କରିବା ଏବଂ ଦୀର୍ଘସ୍ଥାୟୀ ବିକଳ୍ପର ପ୍ରସାର ଲାଗି କମ୍ପାନୀ ଉତ୍ସର୍ଗୀକୃତ ଉଦ୍ୟମ କରୁଛି।
ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ
ଓ୍ବାଶିଂଟନ୍,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...
ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି
ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...
ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ
ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...
ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…
ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍ଜିଏନ୍ଆର୍ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...
ସ୍ବିଫ୍ଟ କାର୍ରେ ପାର୍ଟନର୍ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ
ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...
କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ
ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...
୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…
ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...
୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ
ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...
Archives


