ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ ତାଙ୍କ ଏହି ଗସ୍ତରେ ଛତୁଆ କେନ୍ଦ୍ର ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିବେ। ଏହା ସହିତ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ବରଗଡ଼ ସହରର ଏକ ଛତୁଆ କେନ୍ଦ୍ରରୁ ଦିଆଯାଉଥିବା ଛତୁଆ ନିମ୍ନମାନର ଏବଂ ସେଥିରୁ ପୋକ ବାହାରୁଥିବା ଅଭିଯୋଗ ନେଇ ୨ ଦିନ ତଳେ ବରଗଡ଼ ସହରର ବିଭିନ୍ନ ପଡ଼ାର ମହିଳାମାନେ ଜିଲାପାଳଙ୍କୁ ଫେରାଦ ହୋଇଥିଲେ । ଏ ନେଇ ସେମାନେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରିଥିଲେ । ଅନ୍ୟପଟେ ଛତୁଆ କେନ୍ଦ୍ର ପରିଚାଳନା କରୁଥିବା ସମ୍ପୃକ୍ତ ସ୍ବୟଂ ସହାୟକ ଗୋଷ୍ଠୀ ସେଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।