Posted inରାଜ୍ୟ

ନ୍ୟାଶନାଲ କ୍ୟାନ୍‌ସର ସର୍ଭାଇଭର ଡେ’: ମନୋବଳ ବଢ଼ିଲେ କର୍କଟକୁ ଜିତିହେବ

ଦିନକୁଦିନ କର୍କଟ ରୋଗୀଙ୍କ ସଂଖ୍ୟା ବଢିବା ସହ ଏଥିଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢୁଛି। ଏହାର ମୁଖ୍ୟ କାରଣ ହେଉଛି କର୍କଟ ହେବା କଥା ଶୁଣିବାମାତ୍ରେ ମାନସିକ ସ୍ତରରେ ରୋଗୀ ଦୁର୍ବଳ ହୋଇପଡ଼ିବା। ତେବେ ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ସହ ଚିକିତ୍ସା ଆରମ୍ଭ ହେଲେ ଏବଂ ରୋଗୀର ମନୋବଳ ଦୃଢ଼ ହେଲେ କର୍କଟକୁ ପରାଜିତ କରାଯାଇପାରିବ। ଅବଶ୍ୟ ଏବେ କର୍କଟର ମଧ୍ୟ ସଫଳ ଚିକିତ୍ସା ହୋଇପାରୁଛି ଏବଂ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଜୀବନଯାପନ କରିପାରୁଛନ୍ତି। ଏ ଦିଗରେ ସଚେତନତା ସୃଷ୍ଟି ଲାଗି ୧୯୮୭ ମସିହାରେ ନାଶନାଲ୍‌ କ୍ୟାନ୍‌ସର ସର୍ଭାଇଭର ଡେ’ ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା। ୧୯୮୮ ମସିହାଠାରୁ ପ୍ରତିବର୍ଷ ଜୁନ୍‌ ପ୍ରଥମ ରବିବାରରେ ଏହି ଦିବସ ପାଳନ କରାଯାଇଆସୁଅଛି।
ଏବେ ସ୍ତନ ଓ ମୁଖଗହ୍ବର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ହେଲାଣି। ଅତ୍ୟଧିକ ନିଶାସେବନ ସହ ଅତ୍ୟାଧୁନିକ ଜୀବନଶୈଳୀ ଏହାର ପ୍ରମୁଖ କାରଣ କହିଲେ ଅତ୍ୟୁକ୍ତି ହେବନାହିଁ। ସେହିଭଳି ଭାରତରେ ପ୍ରତି ୫ଜଣରେ ୩ଜଣ, ଆମେରିକାରେ ପ୍ରତି ୪ଜଣରେ ଜଣେ ଏବଂ ଚାଇନାରେ ପ୍ରତି ୨ଜଣରେ ଜଣେ କର୍କଟ ରୋଗୀ ଆଖି ବୁଜି ଦେଉଛନ୍ତି। ଲାନ୍‌ସେଟ ରିଜିଓନାଲ ହେଲ୍‌ଥ ସାଉଥ୍‌ଇଷ୍ଟ ଏସିଆ ପତ୍ରିକାରେ ଏଭଳି ତଥ୍ୟ ପ୍ରକାଶ ପାଇଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ବା ଆଇସିଏମ୍‌ଆର୍‌ ଅଧ୍ୟୟନରୁ ଜଣାପଡିଛି, ବିଶ୍ୱବ୍ୟାପୀ କର୍କଟ ରୋଗୀଙ୍କ ସଂଖ୍ୟା ନେଇ ଯେଉଁ ତାଲିକା କରାଯାଇଛି, ସେଥିରେ ତୃତୀୟ ସ୍ଥାନରେ ରହିଛି ଭାରତ। ବିଶ୍ୱର କର୍କଟଜନିତ ମୃତ୍ୟୁର ୧୦% କେବଳ ଭାରତରେ ହେଉଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଭାରତ କର୍କଟଜନିତ ମୃତ୍ୟୁ ପରିଚାଳନା କରିବାରେ ଏକ ବଡ଼ ଚ୍ୟାଲେଞ୍ଜକୁ ସାମ୍‌ନା କରିବ। ଗ୍ଲୋବାଲ କ୍ୟାନ୍‌ସର ଅବଜରଭେଟୋରି-୨୦୨୨ ଏବଂ ଗ୍ଲୋବାଲ ହେଲ୍‌ଥ ଅବଜରଭେଟୋରି ତଥ୍ୟ ଆଧାରରେ ୨୦ବର୍ଷ ମଧ୍ୟରେ ୩୬ ପ୍ରକାର କର୍କଟ ରୋଗ ଉପରେ ପରୀକ୍ଷଣ ହୋଇଥିଲା। କର୍କଟ ରୋଗଜନିତ ମୃତ୍ୟୁ ପ୍ରତିବର୍ଷ ବୃଦ୍ଧି ପାଉଥିବା ଏହି ପରୀକ୍ଷଣ ବେଳେ ବିଶେଷଜ୍ଞ ଟିମ୍‌ ଜାଣିବାକୁ ପାଇଥିଲେ।
କେବଳ ଏତିକି ନୁହେଁ, ପରୀକ୍ଷଣରୁ ଆଉ କିଛି ଚିତ୍ର ମଧ୍ୟ ସାମ୍‌ନାକୁ ଆସିଛି। ଉଭୟ ପୁରୁଷ ଓ ମହିଳାଙ୍କୁ ପ୍ରଭାବିତ କରୁଥିବା ୫ଟି ସାଧାରଣ କର୍କଟ ରୋଗ ସମୂହ ଭାରତରେ କର୍କଟ ବୋଝର ୪୪%। ପୁରୁଷଙ୍କ ଅପେକ୍ଷା ମହିଳାମାନେ ଏ କ୍ଷେତ୍ରରେ ଅଧିକ ଜଟିଳ ସ୍ଥିତିକୁ ସାମ୍‌ନା କରୁଛନ୍ତି। ମହିଳାଙ୍କ ପାଇଁ ଏବେ ସବୁଠୁ ବଡ଼ କାଳ ସାଜିଛି ସ୍ତନ କର୍କଟ ଓ ଗର୍ଭାଶୟ କର୍କଟ। ଅପରପକ୍ଷେ ପୁରୁଷମାନେ ମୁଖଗହ୍ବର, ଶ୍ୱାସନଳୀ ଏବଂ ଖାଦ୍ୟନଳୀଜନିତ କର୍କଟର ଶିକାର ହେଉଛନ୍ତି। ଏହାର କାରଣ ସଂପର୍କରେ ବିଶେଷଜ୍ଞମାନେ ସର୍ଭେ ରିପୋର୍ଟରେ ସେଭଳି କିଛି ଦର୍ଶାଇନଥିଲେ ହେଁ ଏହା ମୁଖ୍ୟତଃ ଧୂମପାନ, ନିଶାସେବନ, ପାନ ଓ ଗୁଟ୍‌ଖାର ଅତ୍ୟଧିକ ବ୍ୟବହାର ସହିତ ବାୟୁମଣ୍ଡଳ ପ୍ରଦୂଷଣ ପାଇଁ ହେଉଥିବା କୁହାଯାଉଛି। ତେଣୁ ବର୍ତ୍ତମାନ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି।
-ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri