ଜାତୀୟ ରକ୍ତହୀନତା ବିଲୋପ ଅଭିଯାନ: ଓଡ଼ିଶା ସମେତ ୧୭ଟି ରାଜ୍ୟରେ ୧ କୋଟିରୁ ଅଧିକ ଲୋକଙ୍କର ହେଲା ରକ୍ତ ପରୀକ୍ଷା

ଭୁବନେଶ୍ୱର,୨।୧: ଦେଶରେ ଜାତୀୟ ରକ୍ତହୀନତା ବିଲୋପ ଅଭିଯାନ ଅଧୀନରେ ୧ କୋଟିରୁ ଅଧିକ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ଅଭିଯାନରେ ଆସନ୍ତା ୩ ବର୍ଷରେ ୭ କୋଟି ଲୋକଙ୍କ ରକ୍ତ ନମୂନା ପରୀକ୍ଷା କରାଯିବ ବୋଲି ମନ୍ତ୍ରଣାଳୟ କୁହାଯାଇଛି।

ରକ୍ତ ଶିକୁଳି ରୋଗୀକୁ ଚିହ୍ନଟ କରି ରୋଗୀର ରୋଗ ଉପଶମ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଜୁଲାଇ ମାସରେ ମଧ୍ୟପ୍ରଦେଶର ଶାହଦୋଲରେ ଏହି ଅଭିଯାନ ଆରମ୍ଭ କରିଥିଲେ। ଆଦିବାସୀ ବହୁଳ ଅଞ୍ଚଳରେ ଏହି ରୋଗ ଅଧିକ ଦେଖାଯାଇଥାଏ। ବିଶେଷ କରି, ଓଡ଼ିଶା ସମେତ ୧୭ଟି ରାଜ୍ୟର ୨୭୮ ଜିଲ୍ଲାରେ ରକ୍ତହୀନତା ରୋଗ ଅଧିକ ମାତ୍ରାରେ ଚିହ୍ନଟ ହେଉଥିବାରୁ ଏହି ସବୁ ଅଞ୍ଚଳ ପ୍ରତି କେନ୍ଦ୍ର ସରକାର ବିଶେଷ ଭାବେ ଧ୍ୟାନ ଦେଉଛନ୍ତି।

Share