Posted inଖେଳ

ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ ଏହି କ୍ରିକେଟରଙ୍କ ମା’, କ୍ରିକେଟ କିଟ୍‌ କିଣିବାକୁ ନ ଥିଲା ପଇସା; ଏଭଳି ବଦଳିଲା ଭାଗ୍ୟ

ନୂଆଦିଲ୍ଲୀ,୨୮।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିଥିଲେ ବାମହାତୀ ପେସର ଟି ନଟରାଜନ। ଏବେ ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ୨୯ ବର୍ଷୀୟ ନଟରାଜନଙ୍କୁ ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସାମିଲ କରାଯାଇଛି। ସଇନୀଙ୍କ ପିଠିରେ ଯନ୍ତ୍ରଣା ଥିବାରୁ ନଟରାଜନଙ୍କୁ ୫୦ ଓଭର ଫର୍ମାଟରେ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସହ ଟି-୨୦ ମ୍ୟାଚ୍‌ ଖେଳିବେ।

ତାମିଲନାଡ଼ୁର ସଲେମ ଜିଲାରୁ ୩୫ କିମି ଦୂର ଚିନ୍ନାପମପଟ୍ଟି ଗାଁରେ ନଟରାଜନଙ୍କ ଜନ୍ମ। ଗରିବ ପରିବାରର ଥିବାରୁ ନଟରାଜନଙ୍କ ଜୀବନ ନାନାଦି ସଂଘର୍ଷ ଦେଇ ଗତି କରିଛି। ତାଙ୍କ ମା’ ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ। ଏପରିକି ତାଙ୍କ ବାପା ରେଳ ଷ୍ଟେଶନରେ ପୋର୍ଟର କାମ କରୁଥିଲେ। ଏକ ସମୟରେ କ୍ରିକେଟ କିଟ୍‌ କିଣିବା ଲାଗି ନଟରାଜନଙ୍କ ପାଖରେ ପଇସା ନ ଥିଲା। ହେଲେ ଜିଲାସ୍ତରୀୟ କ୍ରିକେଟର ଜୟପ୍ରକାଶଙ୍କ ନଜର ପଡ଼ିବା ପରେ ତାଙ୍କ ଭାଗ୍ୟ ଚମକିଥିଲା। ଜୟପ୍ରକାଶ କ୍ରିକେଟର ଭାବେ ସେତେଟା ସଫଳ ନ ଥିଲେ ହେଁ ନଟରାଜନଙ୍କ ପ୍ରତିଭାକୁ ସେ ଜାଣିପାରିଥିଲେ। ତାଙ୍କ ପ୍ରଚେଷ୍ଟା ଯୋଗୁ ନଟରାଜନଙ୍କୁ ତାମିଲନାଡ଼ୁ କ୍ରିକେଟ ଆସୋସିଏଶନର ଏକ ଲିଗ୍‌ରେ ଖେଳିବାର ସୁଯୋଗ ମିଳିଥିଲା। ଏହାପରେ ତାମିଲନାଡ଼ୁ କ୍ରିକେଟ ଟିମ୍‌ରେ ତାଙ୍କ ଚୟନ ହୋଇଥିଲା। ୨୦୧୬ରେ ତାମିଲନାଡ଼ୁ ପ୍ରିମିୟର ଲିଗ୍‌ରେ ସୁପର ଓଭର ସମୟରେ ୬ରୁ ୬ ବଲ ୟର୍କର ଫିଙ୍ଗି ଚର୍ଚ୍ଚାକୁ ଆସିଥିଲେ ସେ। ପରେ ୨୦୧୭ରେ ଆଇପିଏଲ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳ ତାଙ୍କୁ ୩ କୋଟି ଟଙ୍କା ଦେଇ କିଣିଥିଲା। କୋଟିପତି ହେବା ପରେ ସେ ନିଜ ଝାଟିମାଟି ଘରକୁ ବଙ୍ଗଳା କରିଥିଲେ। ଏହାଛଡ଼ା ସେ ସ୍ଥାନୀୟ ପିଲାମାନଙ୍କପାଇଁ କ୍ରିକେଟ ଏକାଡେମୀ ଆରମ୍ଭ କରି ସମସ୍ତଙ୍କୁ ପ୍ରେରଣା ଦେଉଛନ୍ତି।

୨୦୧୮ରୁ ନଟରାଜନ ସନରାଇଜର୍ସ ହାଇଦ୍ରାବାଦ ଦଳରୁ ଆଇପିଏଲ୍‌ ଖେଳୁଛନ୍ତି। ଏବେ ତାଙ୍କୁ ଭାରତୀୟ ଟିମ୍‌ରେ ସ୍ଥାନ ମିଳିଛି। ଏବେ ଏହି ୟର୍କର ସ୍ପେଶାଲିଷ୍ଟ କିଭଳି ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri