ଲାଲ୍‌ଗ୍ରହରେ ଜୀବସତ୍ତା ଅନ୍ବେଷଣ

ଓ୍ବାଶିଂଟନ,୩୧ା୭:ପର୍ସିଭରାନ୍ସ ୭ ମାସ ପରେ ମଙ୍ଗଳରେ ଅବତରଣ କରିବ। ୩.୫୦୦ ବିଲିୟନ ବର୍ଷ ପୂର୍ବେ ଲାଲ୍‌ଗ୍ରହରେ ଥିବା ଜେଜିରୋ ହ୍ରଦ ଏକ ବୃହତ୍‌ ଗର୍ତ୍ତରେ ପରିଣତ ହୋଇଛି। ୮୨୦ ଫୁଟ୍‌ ଗଭୀର ଏହି ଗର୍ତ୍ତରେ ପର୍ସିଭରାନ୍ସ ଅତୀତର ସମ୍ଭାବ୍ୟ ସୂକ୍ଷ୍ମ ଜୀବସତ୍ତା ଅନ୍ବେଷଣ କରିବ।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏହାର ମାର୍ସ ୨୦୨୦ ପର୍ସିଭରାନ୍ସ ରୋଭର ମିଶନକୁ ମଙ୍ଗଳ ଅଭିମୁଖେ ପ୍ରେରଣ କରିଛି। ଫ୍ଲୋରିଡାଥର କେପ୍‌ କାନାଭେରାଲ ଏୟାରଫୋର୍ସ ଷ୍ଟେଶନରୁ ରକେଟ ଆଟଲାସ୍‌ ଭି-୫୪୧ ଜରିଆରେ ଗୁରୁବାର ଅପରାହ୍ନ ୫ଟା ୨୦ ମିନିଟରେ ଏହାକୁ ଉତ୍‌କ୍ଷେପଣ କରି ଆଉ ଏକ ମଙ୍ଗଳ ଅଭିଯାନର ଶୁଭାରମ୍ଭ କରାଯାଇଛି। ୩୦୦ ନିୟୁତ ମାଇଲ ଯାତ୍ରା କରି ୭ ମାସ ପରେ ଏହା ମଙ୍ଗଳରେ ପହଞ୍ଚତ୍ବ।
ପଡ଼ୋଶୀ ଗ୍ରହକୁ ଯାଇଥିବା ଏହି ମିଶନରେ ଏକ ରୋଭର ଓ ହେଲିକପ୍ଟର ରହିଛି। ଏହି ସ୍ପେସ୍‌କ୍ରାଫ୍ଟ ଆସନ୍ତା ବର୍ଷ ଫେବୃୟାରୀରେ ମଙ୍ଗଳରେ ପହଞ୍ଚତ୍ବ। ସେହିପରି ପର୍ସିଭରାନ୍ସ ରୋଭର ୨୦୨୧ ଫେବୃୟାରୀ ୧୮ରେ ଜେଜିରୋ କ୍ରାଟରକୁ ଛୁଇଁବ ବୋଲି ଆଶା କରାଯାଉଛି। ସାଙ୍ଗରେ ଯାଇଥିବା ଇନ୍‌ଜେନୁଇଟି ହେଲିକପ୍ଟର ଅନ୍ୟ ଗ୍ରହକୁ ଯାଇ ଡଡ଼ାଣ କରିବାରେ ପ୍ରଥମ ହେଲିକପ୍ଟର ବା ଏକ ଫ୍ଲାଇଂ ରୋବଟ ହେବ। ଏହି ମିଶନରେ ଅର୍ବିଟର ବ୍ୟବସ୍ଥା କରାଯାଇ ନାହିଁ।
ଆଷ୍ଟ୍ରୋବାଇଓଲୋଜି ଉପରେ ଗୁରୁତ୍ୱ ଦେବା ଏବଂ ଅତୀତ କିମ୍ବା ବର୍ତ୍ତମାନ ମଙ୍ଗଳରେ ଜୀବସତ୍ତାର ପ୍ରମାଣ ଖୋଜିବା ହେଉଛି ଏହି ମିଶନର ଲକ୍ଷ୍ୟ।
ଏହାସହ ଉକ୍ତ ରୋଭର ସେଠାରେ ମୃତ୍ତିକା ଓ ଶିଳାର ନମୁନାଗୁଡ଼ିକୁ ସଂଗ୍ରହକରି ଭବିଷ୍ୟତରେ ସାଙ୍ଗରେ ନେଇଆସିବ। ପର୍ସିଭରାନ୍ସକୁ ଉଚ୍ଚ ସଫଳତା ପ୍ରଦାନକାରୀ କ୍ୟୁରୋସିଟି ରୋଭର ଶୈଳୀରେ ଡିଜାଇନ୍‌ କରାଯାଇଛି, ଯାହାକି ବର୍ତ୍ତମାନ ମଧ୍ୟ ଲାଲଗ୍ରହରେ ଆବିଷ୍କାର କାର୍ଯ୍ୟରେ ନିୟୋଜିତ ରହିଛି। ଏହି ରୋଭର ୧ ମଙ୍ଗଳ ବର୍ଷ (ଅର୍ଥାତ୍‌ ପୃଥିବୀରେ ୬୮୭ ଦିନ) ସେଠାରେ ରହି କାର୍ଯ୍ୟ କରିବ।
ନାସା ହେଉଛି ବିଶ୍ୱର ଏକମାତ୍ର ମହାକାଶ ଗାବେଷଣା ସଂସ୍ଥା, ଯିଏକି ମଙ୍ଗଳରେ ସଫଳତାର ସହ ଏକ କ୍ରାଫ୍ଟର ଅବତରଣ କରାଇପାରିଛି। ତଥାପି ଏହି ବ୍ୟୟବହୁଳ ଅବତରଣ ଓ ଲାଲଗ୍ରହରେ ସ୍ପେସ୍‌କ୍ରାଫ୍ଟର ତୀବ୍ରତା ବୃଦ୍ଧି ଏକ ସ୍ମରଣୀୟ କାର୍ଯ୍ୟ ହୋଇ ରହିବ। ଏହାର ପ୍ରବେଶ, ଓହ୍ଲାଇବା ଓ ଅବତରଣ ବ୍ୟବସ୍ଥା (ଇଡିଏଲ୍‌ଏସ୍‌) କ୍ୟୁରୋସିଟି ରୋଭରର ପ୍ରସିଦ୍ଧ ‘ସେଭେନ୍‌ ମିନିଟ୍ସ ଅଫ୍‌ ଟେରର୍‌’ ଭଳି ହେବ। ‘ସେଭେନ୍‌ ମିନିଟ୍ସ ଅଫ୍‌ ଟେରର୍‌’ ହେଉଛି ସେହି ସମୟ, ଯାହା ମଙ୍ଗଳର ବାୟୁମଣ୍ଡରେ ପ୍ରବେଶ କରିବା ପରେ ଗ୍ରହ ପୃଷ୍ଠରେ ଅବତରଣ ପାଇଁ ସ୍ପେସ୍‌କ୍ରାଫ୍ଟ ନେଇଥାଏ। ରୋଭରରେ ସଂଲଗ୍ନ କରାଯାଇଥିବା ରିଭର୍ସ ଥ୍ରଷ୍ଟର୍ସକୁ ବ୍ୟବହାର କରି ଏହା କ୍ରମଶଃ ଧୀର ହୋଇଯିବ ଓ ବେଲୁନ-ବ୍ୟାଗ୍‌ଗୁଡ଼ିକର ସୁରକ୍ଷା ବଳୟ ମଧ୍ୟରେ ପଥୁରିଆ ପୃଷ୍ଠରେ ଅବତରଣ କରିବ। ଏହାସହ ସ୍ପେସ୍‌କ୍ରାଫ୍ଟ ଏକ ସମତଳ ତଥା ସୁରକ୍ଷିତ ସ୍ଥାନ ଆଡ଼କୁ ଗଡ଼ି ଚାଲି ଛିଡ଼ାହେବ।
ପର୍ସିଭରାନ୍ସର ଓଜନ ୧,୦୨୫ କେ.ଜି. ହୋଇଥିବାବେଳେ ଏଥିରେ ୬ଟି ଡ୍ୟୁରେବଲ ଆଲୁମିନିୟମ୍‌ ଚକ ଓ ୫ ରୋବୋଟିକ୍‌ ଆର୍ମ ରହିଛି। ଏହି କ୍ରାଫ୍ଟ ସୌରଶକ୍ତିରେ ଚାଳିତ। ମଙ୍ଗଳରେ ବାଲିଝଡ଼ ହେଲେ ତାହା ଅନେକ ଦିନ ଧରି ଗ୍ରହକୁ ଆଚ୍ଛାଦିତ କରି ରଖିଥାଏ ଓ ସୂର୍ଯ୍ୟଙ୍କ ଦେଖା ମିଳି ନ ଥାଏ। ତେଣୁ ବ୍ୟାକ୍‌ଅପ୍‌ ଭାବେ ଏକ ଜେନେରେଟର ମଧ୍ୟ ରଖାଯାଇଛି। ଉକ୍ତ ଜେନେରେଟର ପ୍ଲୁଟୋନିୟମ୍‌କୁ ଶକ୍ତିରେ ପରିବର୍ତ୍ତିତ କରି ଚାଲିଥାଏ। ଏହା ବ୍ୟତୀତ ଏଥିରେ ୭ ସାଇଣ୍ଟିଫିକ୍‌ ପେଲୋଡ୍ସ, ୧୯ କ୍ୟାମେରା ଓ ଦୁଇଟି ମାଇକ୍ରୋଫୋନ୍‌ ଖଞ୍ଜାଯାଇଛି। ଏଗୁଡ଼ିକ ପ୍ରଥମଥର ପାଇଁ ମଙ୍ଗଳରେ ଶବ୍ଦ ରେକର୍ଡ କରିବ। ପେଲୋଡ୍‌ଗୁଡ଼ିକରେ ଥିବା ସ୍ପେକ୍ଟ୍ରୋମିଟର ମଙ୍ଗଳ ପୃଷ୍ଠର ଗଠନ ପ୍ରଣାଳୀ ସମ୍ପର୍କରେ ଅନୁଧ୍ୟାନ କରିବ। ରାଡାର ଇମେଜର୍ସ ପୃଷ୍ଠଭାଗ ଓ ଭୂତଳ ଜଳ ଠାବ କରିବ। ସେନ୍ସରଗୁଡ଼ିକ ପରିବେଶ ସ୍ଥିତି ସମ୍ପର୍କରେ ରେକର୍ଡ କରିବ। ଏହି ମିଶନକୁ ଲଞ୍ଚ କରିବାରେ ୨.୭ ବିଲିୟନ ଡଲାର ଖର୍ଚ୍ଚ କରାଯାଇଛି। ମୋଟାମୋଟି ଭାବେ ଏଥିରେ ୮ ବିଲିୟନ ଡଲାର ଖର୍ଚ୍ଚ କରାଯିବ। ଏହା ପୂର୍ବରୁ ଜୁଲାଇ ୧୯ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଓ ଚାଇନା ଜୁଲାଇ ୨୩ ତାରିଖରେ ମଙ୍ଗଳକୁ ମିଶନ ପଠାଇଛନ୍ତି। ନାସା ଆଡ୍‌ମିନିଷ୍ଟ୍ରେଟର ଜିମ୍‌ ବ୍ରିଡେନଷ୍ଟାଇନ୍‌ ମିଶନ ଆରମ୍ଭ ବେଳେ କହିଛନ୍ତି, ମଙ୍ଗଳରେ ଜୀବନ ଅଛି କି ନାହିଁ ଆମେ ଜାଣିନାହୁଁ। କିନ୍ତୁ ଆମେ ଏତିକି ଜାଣିଛୁ ଯେ, ମଙ୍ଗଳ ହେଉଛି ଏପରି ଏକ ଗ୍ରହ ଯାହା ଅତୀତରେ ବାସୋପଯୋଗୀ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri