ନରଗିସ୍‌ଙ୍କ ବିବାହ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ରାଜ କପୁର; ୯ ବର୍ଷର ସମ୍ପର୍କ ସତ୍ତ୍ୱେ ଏଥିପାଇଁ ପ୍ରେମରେ ପଡ଼ିଥିଲା ଭଟ୍ଟା

ବମ୍ବେ: ବଲିଉଡ୍‌ରେ ନାୟିକା-ନାୟକ ପ୍ରେମରେ ପଡ଼ିବା ସାଧାରଣ କଥା। ଏଯାବତ ଅନେକ ପ୍ରେମକାହାଣୀ ଦେଖିବାକୁ ମିଳିଥିବା ବେଳେ କିଛି ଭାଙ୍ଗିଛି, କିଛି ବିବାହର ରୂପ ନେଇଛି। ସେଭଳି ଏକ ଅଧା କାହାଣୀ ରହିଛି ଅଭିନେତା ରାଜ କପୁର- ଅଭିନେତ୍ରୀ ନରଗିସଙ୍କର।

୧୦ ବର୍ଷ ବୟସରେ ବଲିଉଡ୍‌ରେ ପାଦ ଥାପିଥିଲେ ରାଜ କପୁର। ସେ ଅନେକ ହିଟ୍‌ ସିନେମାରେ କାମ କରିଛନ୍ତି। ଆଓ୍ବାରା, ଶ୍ରୀ ୪୨୦, ଚୋରି-ଚୋରି, ଅନାଡି, ବୁଟ୍‌ ପଲିସ୍‌ ଏବଂ ସପନୋ କା ସୌଦାଗର ଆଦି ଫିଲରେ ରାଜ କପୁରଙ୍କ ଅଭିନୟ ଶୈଳୀ ବାରି ହୋଇ ପଡେ। ଅଭିନୟ ଜୀବନ ଭିତରେ ୧୯୪୫ ମସିହାରେ ନରଗିସ୍‌ଙ୍କ ସହ ପ୍ରଥମ ଦେଖା ହୋଇଥିଲା ରାଜ କପୁରଙ୍କର। ସେତେବେଳ ସମୟରେ ନରଗିସ୍‌ ବେଶ୍‌ ଲୋକପ୍ରିୟ ଥିଲେ। ୧୯୪୮ରେ ଉଭୟ ‘ଆଗ୍‌’ ଫିଲ୍ମରେ କାମ କରିଥିଲେ। ଏହାପରେ ସେମାନେ ଫିଲ୍ମ ‘ବରସାତ୍‌’, ‘ଆଓ୍ବାରା’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି।

ଏକାଠି ଫିଲ୍ମରେ କାମ କରିବା ସମୟରେ ରାଜ କପୁର-ନରଗିସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପ୍ରଥମ ଦେଖାରୁ ହିଁ ନରଗିସ୍‌ଙ୍କୁ ମନ ଦେଇଥିଲେ ରାଜ କପୁର। ହେଲେ ସମ୍ପର୍କରେ ଟିକିଏ କେଁ ରହିଥିଲା। କାରଣ ପୂର୍ବରୁ ବିବାହିତ ଥିଲେ ରାଜ କପୁର। ତଥାପି ସେ ନରଗିସଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦୀର୍ଘ ୯ ବର୍ଷ ଧରି ପ୍ରେମ ଚାଲିଥିଲା। ଧିରେ ଧିରେ ନରଗିସ ରାଜ କପୁରଙ୍କ ବ୍ୟବହାରକୁ ନେଇ ଚିନ୍ତିତ ହୋଇ ପଡ଼ିଥିଲେ। ରାଜ କପୁର ତାଙ୍କୁ ଗୁରୁତ୍ୱ ଦେଉ ନ ଥିବା ନରଗିସ ଭାବିଲେ। ଏପରିକି ତାଙ୍କ ଫିଲ୍ମରେ ନିଜର ଭୂମିକାକୁ ପସନ୍ଦ କରୁ ନ ଥିଲେ ନରଗିସ୍‌। ଶେଷରେ ୧୯୫୬ ଉଭୟ ଅଲଗା ହୋଇଯାଇଥିଲେ। ପରେ ୧୯୫୮ରେ ସୁନିଲ ଦତ୍ତଙ୍କୁ ବିବାହ କରିଥିଲେ ନରଗିସ। ଏହା ରାଜ କପୁରଙ୍କୁ ବହୁତ ଆଘାତ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri