ନାକେଦମ କଲେଣି ନିଶାଦିଆ ଲୁଟେରା

ଢେଙ୍କାନାଳ ଅଫିସ, ୬।୮: ପାଖକୁ ଆସି ଉପରେ ପଡ଼ି ବଢ଼ାଉଛନ୍ତି ଭାବ। ଖୁବ୍‌ କମ୍‌ ସମୟରେ ଜିତି ନେଉଛନ୍ତି ଭରସା। ସରଳତାର ସୁଯୋଗ ନେଇ କୌଶଳକ୍ରମେ ନିଶାମିଶା ଖାଦ୍ୟପଦାର୍ଥ ଦେଇଦେଉଛନ୍ତି। ଆଉ ଚେତାଶୂନ୍ୟ ହୋଇଗଲା ପରେ ଲୁଟି ନେଉଛନ୍ତି ସର୍ବସ୍ବ। ଏଭଳି ଏକ ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌ ଏବେ ଢେଙ୍କାନାଳ ସହରରେ ଆତଙ୍କ ସୃଷ୍ଟି କରିଛନ୍ତି। ଗତ ସପ୍ତାହକ ମଧ୍ୟରେ ସମାନ ଉପାୟରେ ୫ ଜଣଙ୍କଠାରୁ ଲୁଟ୍‌ ହୋଇଛି। ସେମାନେ ମୁଖ୍ୟତଃ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି। ଗଳିକନ୍ଦିରେ ପଇଁତରା ମାରୁଥିବା ଏହି ଗ୍ୟାଙ୍ଗ୍‌ ପୋଲିସର ମୁଣ୍ଡବ୍ୟଥା ବଢ଼ାଇଥିବାବେଳେ ଭୟରେ ଦିନ କାଟୁଛନ୍ତି ସହରବାସୀ।
ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ନିଶାଦିଆ ଲୁଟେରାମାନେ ଜଣେ ଶୁଖୁଆ ବେପାରୀଙ୍କଠାରୁ ୭ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଚେତାଶୂନ୍ୟ ଅବସ୍ଥାରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛି। ସୂଚନା ଅନୁଯାୟୀ, ରଥଗଡ଼ା ନିକଟରେ ଏକ ବ୍ୟାଙ୍କ ସମ୍ମୁଖରେ ଦୀର୍ଘଦିନ ହେଲା ଶୁଖୁଆ ବ୍ୟବସାୟ କରି ଆସୁଛନ୍ତି ଲକ୍ଷ୍ମୀଧର ମଲ୍ଲିକ। ଅପରାହ୍ନ ପ୍ରାୟ ୨ଟାରେ କେତେଜଣ ବ୍ୟକ୍ତି ତାଙ୍କ ନିକଟରେ ପହଞ୍ଚତ୍ ବହୁ ପରିମାଣର ଶୁଖୁଆ କିଣିବାକୁ କହିଥିଲେ। କିଛି ସମୟ ପରେ ଏକ ଛୋଟ ବୋତଲରେ ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ବ୍ୟବସାୟୀ ଜଣକ ଏହାକୁ ପିଇବା ପରେ ଚେତାଶୂନ୍ୟ ହୋଇପଡ଼ିଯାଇଥିଲେ। ଏହାର ସୁଯୋଗରେ ଦୁର୍ବୃତ୍ତମାନେ ତାଙ୍କ ପକେଟରୁ ୭ହଜାର ଟଙ୍କା ନେଇ ପଳାଇଥିଲେ। ଲକ୍ଷ୍ମୀଧର ତଳେ ପଡ଼ିଥିବା ଦେଖି କେତେଜଣ ଦୋକାନୀ ଏବଂ ଯୁବକ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ଉଠି ପାରି ନ ଥିଲେ। ତାଙ୍କ ଆଖି ନିସ୍ତେଜ ହୋଇ ବନ୍ଦ ହୋଇଯାଉଥିଲା। କିଛି ସମୟ ପରେ ସାମାନ୍ୟ ସୁସ୍ଥ ହେବା ପରେ ସେ ସମସ୍ତ ବିଷୟ କହିଥିଲେ। ସୂଚନା ପାଇ ଟାଉନ ଥାନା ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଅପରାହ୍ନରେ ରାସ୍ତାରେ ଜନଗହଳି କମିବା ପରେ ଲୁଟେରାମାନେ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି। ତୁରନ୍ତ ଏ ଦିଗରେ ପୋଲିସ ପଦକ୍ଷେପ ନେବାକୁ ଗଣେଶ ବଜାର କମିଟି ପକ୍ଷରୁ ଦାବି କରାଯାଇଛି। ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ଏ ନେଇ ଗଣେଶ ବଜାର କମିଟି ସହିତ ଆଲୋଚନା କରିଛନ୍ତି। ଏଭଳି ଅପରାଧ ଘଟାଉଥିବା ଅପରାଧୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଧରିବାରେ ସହାୟତା କରିବାକୁ ଥାନାଧିକାରୀ ନିବେଦନ କରିଛନ୍ତି। ଅନ୍ୟପଟେ ବ୍ୟାଙ୍କ ଏଟିଏମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ମାଧ୍ୟମରେ ଅପରାଧୀଙ୍କ ନିକଟରେ ପହଞ୍ଚତ୍ବାକୁ ପୋଲିସ ଉଦ୍ୟମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri