Categories: ଜାତୀୟ

ଖାଇବା ଥାଳିରୁ ଗିରଫ ହେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୮ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ମନ୍ତବ୍ୟ ଦେଇଥିବା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ମଙ୍ଗଳବାର ଖାଉଥିବା ବେଳେ ତାଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି। ଭାଜପା ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ୬୯ ବର୍ଷୀୟ ରାଣେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ତାଙ୍କ ସମର୍ଥକମାନେ ପୋଲିସକୁ ରୋକୁଥିବା ଦେଖିବାକୁ ମିଳୁଛି। ତାଙ୍କ ପୁଅ ନୀତେଶ ରାଣେ ପୋଲିସକୁ କହିଥିଲେ, ସାର ଖାଉଛନ୍ତି। ଗୋଟେ ମିନିଟ୍‌ ରୁହନ୍ତୁ। କିନ୍ତୁ ପୋଲିସ ଅଧିକାରୀ କିଛି ଶୁଣି ନ ଥିଲେ।

କେନ୍ଦ୍ର ମନ୍ତ୍ରୀଙ୍କୁ ମୁମ୍ବାଇ ଠାରୁ ୩୦୦ କି.ମି. ଦୂର ସଙ୍ଗମେଶ୍ୱର ଥାନାକୁ ନିଆଯାଇଥିଲା। ବିଭିନ୍ନ ଜାମିନ ବିହୀନ ଦଫାରେ ତାଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରର ରାଇଗଡରେ ସୋମବାର ଆୟୋଜିତ ଭାଜପାର ଜନ ଆଶୀର୍ବାଦ ଯାତ୍ରାରେ ରାଣେ କହିଥିଲେ, ଦେଶକୁ କେଉଁ ବର୍ଷ ସ୍ବାଧିନତା ମିଳିଥିଲା, ତାହା ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି। ଏହା ଲଜ୍ଜାଜନକ କଥା। ସ୍ବାଧିନ ଭାରତକୁ କେତେ ବର୍ଷ ପୂରିଲା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଭାଷଣବେଳେ ପଚାରି ବୁଝିଥିଲେ। ମୁଁ ସେଠାରେ ଥିଲେ, ତାଙ୍କୁ ଶକ୍ତ ଚାପୁଡ଼ା ମାରିଥାନ୍ତି।

Share