Categories: ଖେଳ

ନାଓମି ଓସାକା ଜିତିଲେ ଅଷ୍ଟ୍ରେଲିଆ ଓପନ୍‌

ମେଲବୋର୍ନ,୨୦।୨:ଅଷ୍ଟ୍ରେଲୀୟ ଓପନ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଟାଇଟଲ ଶନିବାର ନାଓମି ଓସାକା ଜିତିଛନ୍ତି। ୨୩ ବର୍ଷୀୟ ଜାପାନୀ ଖେଳାଳି ଫାଇନାଲରେ ଜେନିଫର ବ୍ରାଡିଙ୍କୁ ୬-୪, ୬-୩ ରେ ପରାସ୍ତ କରିଛନ୍ତି।ଏହା ତାଙ୍କ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡସ୍ଲାମ ଥିଲା। ଏହାପୂର୍ବରୁ ସେ ୨୦୧୮ରେ ଅଷ୍ଟ୍ରେଲୀୟ ଓପନ ମଧ୍ୟ ଜିତିଥିଲେ। ଗ୍ରାଣ୍ଡସ୍ଲାମ ଜିତିବା ପରେ ବିଶ୍ୱ ମାନ୍ୟତାରେ ତୃତୀୟରୁ ଦ୍ୱିତୀୟକୁ ଉଠିଥିବା ଏହି ଖେଳାଳି ଫାଇନାଲରେ ବିପୁଳ ସମର୍ଥନ ପାଇଥିଲେ। ଏହା ହେଉଛି ତାଙ୍କର କ୍ରମାଗତ ୨୧ତମ ବିଜୟ। ସେରେନା ୱିଲିୟମ୍ସଙ୍କ ପରି ଅଭିଜ୍ଞ ଖେଳାଳିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଓସାକା ଏହି ମ୍ୟାଚର ଫେଭରିଟ୍‌ ଥିଲେ। କୌଣସି ଗ୍ରାଣ୍ଡସ୍ଲାମର କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପରେ ଓସାକା କେବେ ହାରି ନ ଥିଲେ।
ଏହାପୂର୍ବରୁ ୨୦୧୮ରେ ୟୁଏସ୍‌ ଓପନର ଫାଇନାଲରେ ସେରେନାଙ୍କୁ ପରାସ୍ତ କରିଥିବା ଓସାକା ଚତୁର୍ଥ ଥର ପାଇଁ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଟାଇଟଲରେ ପହଞ୍ଚିଥିଲେ। ଜାପାନର ତୃତୀୟ ସିଡ ଓସାକା ମଧ୍ୟ ଗତ ବର୍ଷ ୟୁଏସ ଓପନ ଟାଇଟଲ ଜିତିଥିବାବେଳେ ୨୦୧୯ରେ ସେ ଅଷ୍ଟ୍ରେଲିୟ ଓପନ ଚାମ୍ପିଅନ ହୋଇଥିଲେ।

Share