ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ ପାଇଁ ଏକ ସତର୍କ ଏବଂ ସଚେତନତା ସୂଚନା ଜାରି କରାଯାଇଛି। ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ତଥା ବଡ଼ ଧରଣର ଅପରାଧକୁ ଏଡ଼ାଇବା ପାଇଁ ପୋଲିସ ଏଭଳି ପଦକ୍ଷେପ ନେଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଝାରଖଣ୍ଡର ଏକ ଅପରାଧୀ ଗ୍ୟାଙ୍ଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ଅପରାଧ ଘଟାଇବାକୁ ଯୋଜନା କରୁଥିବା ସନ୍ଦେହ କରାଯାଉଛି। ଏହି ପରିପ୍ରେକ୍ଷୀରେ, ନନ୍ଦିପଦା ଥାନା ଅଞ୍ଚଳର ସମସ୍ତ ନାଗରିକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

ଯଦି କୌଣସି ବ୍ୟକ୍ତି ନିଜ ଅଞ୍ଚଳରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି, ଅଜଣା ଗାଡ଼ି କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପ ଦେଖନ୍ତି, ତେବେ ତୁରନ୍ତ ତାହାର ସୂଚନା ନନ୍ଦିପଦା ଥାନା କିମ୍ବା ଜରୁରୀକାଳୀନ ସେବା ନମ୍ବର ‘୧୧୨’ ରେ ଦେବାକୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ସହଯୋଗ ଏକ ବଡ଼ ଅପରାଧକୁ ରୋକିବାରେ ସହାୟକ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଏହା ସହିତ ପୋଲିସ ସ୍ପଷ୍ଟ କରିଛି ଯେ, ଭୟଭୀତ କିମ୍ବା ଆତଙ୍କିତ ନହୋଇ ସତର୍କ ଓ ସୁରକ୍ଷିତ ରୁହନ୍ତୁ ଏବଂ ଅପରାଧୀଙ୍କୁ ଧରିବାରେ ପୋଲିସକୁ ସହଯୋଗ କରନ୍ତୁ। ସୂଚନା ଦେବା ପାଇଁ ନିମ୍ନଲିଖିତ ଫୋନ୍ ନମ୍ବରଗୁଡ଼ିକ ମଧ୍ୟ ଜାରି କରାଯାଇଛି:

  • ପୋଲିସ କଣ୍ଟ୍ରୋଲ ରୁମ: ୧୧୨

  • ନନ୍ଦିପଦା ଥାନା: 9438916837 / 9437309158

Dharitri – Odisha’s No.1 Odia Daily