ବକୁଳରେ ଉନ୍ମୋଚନ ହେବ ନନ୍ଦିନୀଙ୍କ ଜୀବନୀ

ଭୁବନେଶ୍ୱର,୧୦ା୫(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାର ପ୍ରଥମ ଏବଂ ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉପରେ ଲିଖିତ ଜୀବନୀ (ବାୟୋଗ୍ରାଫି) ‘ନନ୍ଦିନୀ ଶତପଥୀ: ଦ ଆଇରନ୍‌ ଲେଡି ଅଫ୍‌ ଓଡ଼ିଶା’ ମେ’ ୧୧ ତାରିଖରେ ସତ୍ୟନଗରସ୍ଥିତ ବକୁଳ ଲାଇବ୍ରେରିରେ ଉନ୍ମୋଚନ ହେବ। ବିଶିଷ୍ଟ ସାମ୍ବାଦିକା ପଲ୍ଲବୀ ରେବପ୍ରଗଡ଼ା ଏହି ପୁସ୍ତକର ଲେଖିକା ହୋଇଥିବାବେଳେ ଅନ୍ତଃରାଷ୍ଟ୍ରୀୟ ପ୍ରକାଶନ ସଂସ୍ଥା ସାଇମନ ଆଣ୍ଡ୍‌ ଷ୍କସ୍ଟର ଏହାକୁ ପ୍ରକାଶ କରିଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ନନ୍ଦିନୀଙ୍କ ଘନିଷ୍ଠତା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ, ଜରୁରିକାଳୀନ ପରିସ୍ଥିତି(ଏମରଜେନ୍ସି) ଲାଗୁକୁ ବିରୋଧ ଏବଂ ବିଶେଷକରି ନନ୍ଦିନୀଙ୍କ ମର୍ଯ୍ୟାଦାପୂର୍ଣ୍ଣ ଜୀବନଶୈଳୀ ସମ୍ପର୍କରେ ପୁସ୍ତକରେ ଉଲ୍ଲେଖ କରାଯାଇଛି। ଜଣେ ଓଡ଼ିଆଙ୍କ ଉପରେ କୌଣସି ଅନ୍ତଃରାଷ୍ଟ୍ରୀୟ ପ୍ରକାଶନ ଦ୍ୱାରା ବାୟୋଗ୍ରାଫି ପ୍ରକାଶ ପାଇବା ବୋଧହୁଏ ଏହା ପ୍ରଥମ। ନନ୍ଦିନୀ କିମ୍ବା ତାଙ୍କ ପରିବାର ସହିତ କୌଣସି ବ୍ୟକ୍ତିଗତ ସମ୍ପର୍କ ନ ଥିବା ଜଣେ ଲେଖିକାଙ୍କ ଦ୍ୱାରା ଏହି ବାୟୋଗ୍ରାଫି ଲେଖାଯାଇଛି। ଲେଖିକା ପଲ୍ଲବୀ ଏକାଧିକ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ପଲ୍ଲବୀ ପୁସ୍ତକ ଉନ୍ମୋଚନ ଅବସରରେ ଉପସ୍ଥିତ ରହି ନନ୍ଦିନୀଙ୍କ ଜୀବନୀ ଲେଖିବା ପାଇଁ ସେ କିପରି ଆଗ୍ରହୀ ହେଲେ ଏବଂ ନନ୍ଦିନୀଙ୍କ ସମ୍ପର୍କରେ ସମସ୍ତେ ଜାଣିବା ଆବଶ୍ୟକ ବୋଲି କାହିଁକି ଅନୁଭବ କଲେ ସେନେଇ ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ କୁମାର ମହାପାତ୍ରଙ୍କ ସହ ଆଲୋଚନା କରିବେ। ଏଥିସହିତ ସେ ପୁସ୍ତକ ମଧ୍ୟରୁ କେତେକ ମୁଖ୍ୟାଂଶ ପଠନ କରିବା ସହିତ ଦର୍ଶକମାନଙ୍କ ସହିତ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଜିତ୍‌ ମହାପାତ୍ରଙ୍କ କହିବା ହେଲା ନନ୍ଦିନୀ ଶତପଥୀଙ୍କ ଉପରେ ଏତେ ସୁନ୍ଦର ଜୀବନୀ ଲେଖା ହେବା ଜାଣି ସେ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି। ନନ୍ଦିନୀଙ୍କ ଉପରେ ସେ ବହୁତ୍‌ କମ୍‌ ଜାଣିଥିଲେ। ହେଲେ ତାଙ୍କ ବାୟୋଗ୍ରାଫିରେ ଏତେ ଅଜଣା ତଥ୍ୟ ପ୍ରକାଶ ପାଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହାପାତ୍ର ଆହୁରି କହିଛନ୍ତି, ତାଙ୍କ ବକୁଳ ଲାଇବ୍ରେରୀରେ ରାଜନୈତିକ ବାୟୋଗ୍ରାଫି ଉପରେ ବହୁ ପୁସ୍ତକ ରହିଛି, ହେଲେ ଓଡ଼ିଶାର ଜଣେ ନେତ୍ରୀଙ୍କ ଉପରେ ରଚୟିତ ଏହି ପୁସ୍ତକ ସବୁଠାରୁ ଭଲ ବାୟୋଗ୍ରାଫି ହେବ ବୋଲି ସେ ଭାବୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

ଥକି ପଡିଲେଣି ଇସ୍ରାଏଲୀ ସେନା? ଫସିଗଲେ କି ନେତାନ୍ୟାହୁ? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ଜେରୁଜେଲମ,୨୮।୩: ଇସ୍ରାଏଲୀ ସାମରିକ ବାହିନୀ ସମ୍ପର୍କରେ ଏକ ବଡ଼ ଚେତାବନୀ ସାମ୍ନାକୁ ଆସିଛି। ଦେଶର ମୁଖ୍ୟ କର୍ମଚାରୀ ଇୟାଲ ଜମିର ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ଯେ…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଯୁଦ୍ଧ ଭିତରେ ଭାରତ ପାଇଁ ଆସିଲା ଆଉ ଏକ ଖୁସି ଖବର

ନୂଆଦିଲ୍ଲୀ,୨୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଫଳସ୍ବରୂପ, ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦିଆଯାଇଛି। ତଥାପି, ଇରାନ…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri