ନନ୍ଦିନୀ ଦେବୀଙ୍କୁ ମରଣୋତ୍ତର ଢେଙ୍କାନାଳ ଗୌରବ ସମ୍ମାନ

ଢେଙ୍କାନାଳ,୨୯ା୧୦(ରତନ ନାୟାର)ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୮ତମ ନଟରାଜ କୁମାରୋତ୍ସବ ଶନିିବାର ଉଦ୍‌ଘାଟିତ ହୋଇଯାଇଛି। ଢେଙ୍କାନାଳ ସାମ୍ବାଦିକ ସଂଘ, ଜିଲା ସଂସ୍କୃତି ପରିଷଦ, ରାଜ୍ୟ ସଂସ୍କୃତି ବିଭାଗ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ସହାୟତାରେ ଆରମ୍ଭ ହୋଇଥିବା ଏହି କୁମାରୋତ୍ସବ ଦୁଇଦିନ ଧରି ଚାଲିବ। ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସାରସ୍ବତ ସାଧିକା ନନ୍ଦିନୀ ଶତପଥୀଙ୍କୁ ମରଣୋତ୍ତର ଭାବେ ଢେଙ୍କାନାଳ ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନକୁ ନନ୍ଦିନୀ ଦେବୀଙ୍କ ସୁପୁତ୍ର ତଥା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଗ୍ରହଣ କରିଛନ୍ତି।
ଏହି ଅବସରରେ ସତପଥୀ କହିଥିଲେ, ଧରିତ୍ରୀ ପକ୍ଷରୁ ଓଡ଼ିଶାର ବିଭିନ୍ନ କଲେଜରେ ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢି ଶୀର୍ଷକ ବକ୍ତୃତା ପ୍ରତିଯୋଗିତା କରାଯାଉଛି, ଯେଉଁଥିରେ ପିଲାମାନେ ନିଜ ମନ ଭିତରେ ଥିବା କଥାକୁ ସ୍ପଷ୍ଟ ଭାବରେ କହୁଛନ୍ତି। ଅନୁଗୋଳ କଲେଜରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ଜଣେ ଛାତ୍ର ଭାରତ ଓ ଇଣ୍ଡିଆ ମଧ୍ୟରେ ପାର୍ଥକ୍ୟ ସମ୍ପର୍କରେ କହିଥିଲେ। ଏ ସମ୍ପର୍କରେ ବହୁତ ପଢିବା ପରେ ଜାଣିବାକୁ ମିଳିଲା ଯେ, ଆମେ ଯେଉଁ ଭାରତ କହୁଛେ, ସେଥିରେ ମଗଧ, କଳିଙ୍ଗ ନ ଥିଲା। ଅର୍ଥାତ୍‌ ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡିଥିଲା। ଆଜିର ଯୁଗରେ ବହୁତ ନୂଆକଥା ଚିନ୍ତା କରାଯାଉଛି, ଯାହା ଆମେମାନେ ଜାଣି ନ ଥିବା। ସବୁ ପ୍ରକାରର ଆଧୁନିକତା ସହ ସବୁକଥା ଯେବେ ମିଶିଯିବ, ତାହେଲେ ଏ ଦେଶ ଏକ ସୁନ୍ଦର ଦେଶ ହୋଇପାରିବ। ଆମ ଭାଷା, ଐତିହ୍ୟ, ସଂସ୍କୃତି ଓ ସୌନ୍ଦର୍ଯ୍ୟ ବିଷୟରେ ଯେତେବେଳେ ଆମେ ଜାଣୁଛେ, ଆମ ଓଡ଼ିଶା ବିଶେଷକରି ଢେଙ୍କାନାଳରେ ଯାହା ଅଛି, ତାହା ଆଉ କେଉଁଠି ନାହିଁ। ଢେଙ୍କାନାଳ ସବୁବେଳେ ରାଜନୈତିକ ଓ ସାଂସ୍କୃତିକ କ୍ଷେତ୍ରରେ ସବୁଠି ନେତୃତ୍ୱ ଦେଇ ଆସିଛି ବୋଲି ସତପଥୀ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଧାୟକ ସରୋଜ କୁମାର ସାମଲ କହିଲେ, ଢେଙ୍କାନାଳର ସଂସ୍କୃତି, ପରମ୍ପରା ଓ ସାହିତ୍ୟ ଉଚ୍ଚକୋଟୀର। ନଟରାଜ ଭଳି ଅନୁଷ୍ଠାନ ମାଧ୍ୟମରେ ପ୍ରତିଭାବାନ କଳାକାରମାନେ ଢେଙ୍କାନାଳକୁ ଗର୍ବିତ କରିଛନ୍ତି। ଶାସ୍ତ୍ରୀୟ ନୃତ୍ୟ ସହିତ ଆଜିର ଯୁବପିଢିଙ୍କ ଚାହିଦା ମୁତାବକ ଆଧୁନିକ ନୃତ୍ୟ, ସଙ୍ଗୀତ ଓ ବାଦ୍ୟକୁ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୌଦ୍ଧର ପୂର୍ବତନ ଜିଲାପାଳ ସତ୍ୟ ରଞ୍ଜନ ସାହୁ ଢେଙ୍କାନାଳରେ ଏକ ଡ୍ୟାନ୍ସ ଏକାଡେମୀ ପ୍ରତିଷ୍ଠା ହେଲେ ଏଠିକାର କଳାକାରମାନେ ଆହୁରି ଉତ୍କର୍ଷ ପ୍ରତିପାଦନ କରିପାରନ୍ତେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଲେ, ପ୍ରସିଦ୍ଧ ଲକ୍ଷ୍ମୀପୂଜା ଢେଙ୍କାନାଳର ଗଣପର୍ବ। ଏହି ସମୟରେ ନଟରାଜ ପକ୍ଷରୁ ଅନୁଷ୍ଠିତ ସାଂସ୍କୃତିକ ଉତ୍ସବ କଳାକାରମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବ। ଉପଦେଷ୍ଟା ନବୀନଚନ୍ଦ୍ର ନାରାୟଣ ଦାସଙ୍କ ସଭାପତିତ୍ୱରେ ସମ୍ପାଦକ ମହାଦେବ ପ୍ରସାଦ ତ୍ରିପାଠୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କ୍ରୀଡ଼ା କ୍ଷେତ୍ରରେ ପର୍ବତାରୋହିଣୀ କଳ୍ପନା ଦାଶଙ୍କ ସ୍ମୃତି ସମ୍ମାନରେ ଭାରୋତ୍ତୋଳନକାରୀ କ୍ରୀଡାବିତ୍‌ ହୃଦାନନ୍ଦ ଦାସ, ନଟରାଜ ନୃତ୍ୟ ସମ୍ମାନରେ ନୃତ୍ୟଶିଳ୍ପୀ ଶ୍ୱେତା ପାଣି, ନଟରାଜ ଯୁବ ଶିଳ୍ପୋଦ୍ୟୋଗୀ ସମ୍ମାନରେ ଡା. ଅବିନାଶ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ନଟରାଜ ଅନୁଷ୍ଠାନର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଢେଙ୍କାନାଳର ଯୁବ କଣ୍ଠଶିଳ୍ପୀ ଅଂଶୁମାନ ଭରଦ୍ୱାଜ ଓ ଅଙ୍କିତା ଦାସ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରତିଷ୍ଠାନର ସଦସ୍ୟ ସତ୍ୟସ୍ବରୂପ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। ସତ୍ୟ ନାରାୟଣ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଅନୁଷ୍ଠାନର ଆଜୀବନ ସଭାପତି କୃଷ୍ଣକୁମାର ମିଶ୍ର, ଉପସଭାପତି ପ୍ରତିମା ସିହ୍ନା, ଗୁରୁ ଜ୍ୟୋତ୍ସ୍ନା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri