ନନ୍ଦନକାନନ: ବୋଟିଂ ଟେଣ୍ଡରରେ ଫିକ୍ସିଂ ଅଭିଯୋଗ

ବାରଙ୍ଗ,୧୯।୧୦(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ନନ୍ଦନକାନନ ପୁଣି ବିବାଦ ଘେରକୁ ଟାଣି ହୋଇଯାଇଛି। ଏଥର ପର୍ଯ୍ୟଟକଙ୍କୁ ନେଇ ବିବାଦ ନୁହେଁ ଖୋଦ୍‌ ନନ୍ଦନକାନନ ଉପନିର୍ଦ୍ଦେଶକ ଓ ଜଣେ କିରାଣିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆସିଛି। ଟେଣ୍ଡର ଫିକ୍ସିଂ ଭଳି ଅଭିଯୋଗ ଉଠାଇଛନ୍ତି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣେ ଠିକାଦାର ଓ ତାଙ୍କ ସମର୍ଥକ। ଯାହାକୁ ନେଇ ମଙ୍ଗଳବାର ଦିନତମାମ ନନ୍ଦନକାନନରେ ଚର୍ଚ୍ଚା ଲାଗିରହିଛି।
ପ୍ରକାଶ ଯେ, ଦାରୁଠେଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବୋଟିଂ ଟେଣ୍ଡରରେ ଭାଗ ନେଇଥିବା ପ୍ରଶାନ୍ତ କୁମାର ରାଉତରାୟ ତାଙ୍କର ୧୦୦ରୁ ଊର୍ଦ୍ଧ୍ୱ ସମର୍ଥକଙ୍କୁ ନେଇ ମଙ୍ଗଳବାର ଆସି ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରାଉ କରି ହୋହଲ୍ଲା ସହ ନାରାବାଜି ଦେଇଥିଲେ। ବୋଟିଂ ଟେଣ୍ଡରରେ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ଦର୍ଶାଇ ରାଉତରାୟ ଓ ତାଙ୍କ ସମର୍ଥକମାନେ ସିଧାସଳଖ ଉପନିର୍ଦ୍ଦେଶକ ଓ ଟେଣ୍ଡର ଦାୟିତ୍ୱ ବୁଝୁଥିବା କିରାଣିଙ୍କ ଭୂମିକା ଥିବା ଦାବି କରିଥିଲେ। ଏହି ସମୟରେ ଉପନିର୍ଦ୍ଦେଶକ ତାଙ୍କ କାର୍ଯ୍ୟାଳୟରୁ ବାହାରି ଗେଷ୍ଟହାଉସକୁ ଚାଲିଯାଇଥିଲେ। ଏହାଜାଣିପାରି ରାଉତରାୟଙ୍କ ସମର୍ଥକମାନେ ଗେଷ୍ଟହାଉସକୁ ଯାଇ ପାଟି କରିବାରୁ ଉପନିର୍ଦ୍ଦେଶକ ଏମାନଙ୍କ ପାଖକୁ ଆସି ଆଲୋଚନା କରିଥିଲେ।
ରାଉତରାୟଙ୍କ ଅଭିଯୋଗ ଯେ, ଜୁଲାଇ ମାସରେ ବୋଟିଂ ଟେଣ୍ଡର ପାଇଁ ଆହ୍ବାନ କରାଯାଇ ୨୬ ତାରିଖରେ ଟେକ୍ନିକାଲ ବିଡ୍‌ ଖୋଲାଯାଇଥିଲା। ଅଢେଇ ମାସର ବ୍ୟବଧାନ ପରେ ୧୫ ଅକ୍ଟୋବରରେ ଭୁବନେଶ୍ୱରସ୍ଥିତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପରଚେଜ୍‌ କମିଟିର ଉପସ୍ଥିତିରେ ଫାଇନାନ୍ସିଆଲ ବିଡ୍‌ ଖୋଲାଯାଇଥିଲା। କିନ୍ତୁ ନନ୍ଦନକାନନରେ ଟେକ୍‌ନିକାଲ ବିଡ୍‌ ପାଇଁ ଟେଣ୍ଡରବାକ୍ସ ଖୋଲାଯାଇ ସମସ୍ତଙ୍କ ସମ୍ମୁଖରେ ଜଉମୁଦ ଦିଆଯାଇଥିବାର ଫଟୋ ସହ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଟେଣ୍ଡରବାକ୍ସ ଖୋଲାଯିବାବେଳେ ନିଆଯାଇଥିବା ଫଟୋ କାହଁକି ମିଶିଲା ନାହିଁ ବୋଲି ପଚାରିଥିଲେ। ଯେହେତୁ ପୂର୍ବରୁ ଏହାକୁ ଖୋଲାଯାଇଛି ତେଣୁ ଏବେ ଏହା ମିଶୁନାହିଁ ବୋଲି ଅଭିଯୋଗ କରିଥିଲେ। ଟେଣ୍ଡରବାକ୍ସ ଉପନିର୍ଦ୍ଦେଶକ ଓ ଟେଣ୍ଡର ଦାୟିତ୍ୱରେ ଥିବା କିରାଣିଙ୍କ ନଜରରେ ନନ୍ଦନକାନନରେ ରହିଥିବାବେଳେ କିଏ ଏହାକୁ ଖୋଲିଛି ବୋଲି ସମସ୍ତେ ଜାଣିବାକୁ ଚାହିଁଥିଲେ। ଯଦି ଏହା ଖୋଲାଯାଇ ନାହିଁ ତେବେ ନନ୍ଦନକାନନ ପକ୍ଷରୁ ଭିଜିଲାନ୍ସ ତଦନ୍ତ ପାଇଁ ଆମକୁ ସହଯୋଗ କରନ୍ତୁ ବୋଲି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସମର୍ଥକମାନେ ଟେଣ୍ଡରରେ ହୋଇଥିବା ବହୁ ଅନିୟମିତତା ଉପରେ ଦୃଷ୍ଟିକୁ ଆଣି ଉପନିର୍ଦ୍ଦେଶକ ଓ କିରାଣିଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ଏହାପରେ ରାଉତରାୟ ତାଙ୍କ ପାଖରେ ଥିବା ଟେଣ୍ଡର ଫିକ୍ସିଂର ପ୍ରମାଣସ୍ବରୂପ ଫଟୋ, ନନ୍ଦନକାନନ ପକ୍ଷରୁ ଟେଣ୍ଡର ପକାଇବା ପାଇଁ ରଖାଯାଇଥିବା ସର୍ତ୍ତାନୁସାରେ ବକେୟା ଠିକାଦାରଙ୍କୁ ଟେଣ୍ଡରରେ ସାମିଲ, ଡଙ୍ଗା ଚଳାଇବାର ଅଭିଜ୍ଞତା ନ ଥିବା ଆଦି ପ୍ରମାଣକୁ ଲିଖିତ ଭାବେ ଉପନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିଲେ। ୭ଦିନ ମଧ୍ୟରେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବା ସହ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୁନର୍ବାର ବୋଟିଂ ଟେଣ୍ଡର କରା ନ ଗଲେ ବାଧ୍ୟ ହୋଇ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ରାଉତରାୟ ନନ୍ଦନକାନନ ଥାନାକୁ ଆସି ଅଭିଯୋଗର ଏକ ନକଲ କପି ଦେଇଥିଲେ। ଏ ନେଇ ଉପନିର୍ଦ୍ଦେଶକ ଡ.ସଞ୍ଜିତ କୁମାର କହିଥିଲେ, ସେମାନଙ୍କ ଅଭିଯୋଗ ଅନୁଯାୟୀ, ତଦନ୍ତ କରି ପରଚେଜ କମିଟିକୁ ଜଣାଇବି। ସେମାନେ ଯାହା କାର୍ଯ୍ୟାନୁଷ୍ଠାନ ନେବେ। ଟେଣ୍ଡର ବାକ୍ସ ଭଙ୍ଗାଯିବା ଉପରେ ସେ କହିଲେ ଯେ, ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିନାହଁ, ତେଣୁ ଏବେ ତାହା ଉପରେ କିଛି କହିପାରିବି ନାହିଁ। ହୋଇଥିବା ଅଭିଯୋଗ ଉପରେ ସିନିୟର ଅଥରିଟିକୁ ଜଣାଇବି ା ସେମାନେ ଯାହା ନିଷ୍ପତ୍ତି ନେବେ ବୋଲି କହିଥିଲେ। ଅନ୍ୟପଟେ କିରାଣି ସୁବାସ ମହାପାତ୍ରଙ୍କୁ ଏବିଷୟରେ ପଚାରିବାରେ ସେ କୌଣସି ଉତ୍ତର ଦେବାକୁ ମନା କରି ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri