ନନ୍ଦନକାନନ: ବୋଟିଂ ଟେଣ୍ଡରରେ ଫିକ୍ସିଂ ଅଭିଯୋଗ

ବାରଙ୍ଗ,୧୯।୧୦(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ନନ୍ଦନକାନନ ପୁଣି ବିବାଦ ଘେରକୁ ଟାଣି ହୋଇଯାଇଛି। ଏଥର ପର୍ଯ୍ୟଟକଙ୍କୁ ନେଇ ବିବାଦ ନୁହେଁ ଖୋଦ୍‌ ନନ୍ଦନକାନନ ଉପନିର୍ଦ୍ଦେଶକ ଓ ଜଣେ କିରାଣିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆସିଛି। ଟେଣ୍ଡର ଫିକ୍ସିଂ ଭଳି ଅଭିଯୋଗ ଉଠାଇଛନ୍ତି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣେ ଠିକାଦାର ଓ ତାଙ୍କ ସମର୍ଥକ। ଯାହାକୁ ନେଇ ମଙ୍ଗଳବାର ଦିନତମାମ ନନ୍ଦନକାନନରେ ଚର୍ଚ୍ଚା ଲାଗିରହିଛି।
ପ୍ରକାଶ ଯେ, ଦାରୁଠେଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବୋଟିଂ ଟେଣ୍ଡରରେ ଭାଗ ନେଇଥିବା ପ୍ରଶାନ୍ତ କୁମାର ରାଉତରାୟ ତାଙ୍କର ୧୦୦ରୁ ଊର୍ଦ୍ଧ୍ୱ ସମର୍ଥକଙ୍କୁ ନେଇ ମଙ୍ଗଳବାର ଆସି ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରାଉ କରି ହୋହଲ୍ଲା ସହ ନାରାବାଜି ଦେଇଥିଲେ। ବୋଟିଂ ଟେଣ୍ଡରରେ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ଦର୍ଶାଇ ରାଉତରାୟ ଓ ତାଙ୍କ ସମର୍ଥକମାନେ ସିଧାସଳଖ ଉପନିର୍ଦ୍ଦେଶକ ଓ ଟେଣ୍ଡର ଦାୟିତ୍ୱ ବୁଝୁଥିବା କିରାଣିଙ୍କ ଭୂମିକା ଥିବା ଦାବି କରିଥିଲେ। ଏହି ସମୟରେ ଉପନିର୍ଦ୍ଦେଶକ ତାଙ୍କ କାର୍ଯ୍ୟାଳୟରୁ ବାହାରି ଗେଷ୍ଟହାଉସକୁ ଚାଲିଯାଇଥିଲେ। ଏହାଜାଣିପାରି ରାଉତରାୟଙ୍କ ସମର୍ଥକମାନେ ଗେଷ୍ଟହାଉସକୁ ଯାଇ ପାଟି କରିବାରୁ ଉପନିର୍ଦ୍ଦେଶକ ଏମାନଙ୍କ ପାଖକୁ ଆସି ଆଲୋଚନା କରିଥିଲେ।
ରାଉତରାୟଙ୍କ ଅଭିଯୋଗ ଯେ, ଜୁଲାଇ ମାସରେ ବୋଟିଂ ଟେଣ୍ଡର ପାଇଁ ଆହ୍ବାନ କରାଯାଇ ୨୬ ତାରିଖରେ ଟେକ୍ନିକାଲ ବିଡ୍‌ ଖୋଲାଯାଇଥିଲା। ଅଢେଇ ମାସର ବ୍ୟବଧାନ ପରେ ୧୫ ଅକ୍ଟୋବରରେ ଭୁବନେଶ୍ୱରସ୍ଥିତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପରଚେଜ୍‌ କମିଟିର ଉପସ୍ଥିତିରେ ଫାଇନାନ୍ସିଆଲ ବିଡ୍‌ ଖୋଲାଯାଇଥିଲା। କିନ୍ତୁ ନନ୍ଦନକାନନରେ ଟେକ୍‌ନିକାଲ ବିଡ୍‌ ପାଇଁ ଟେଣ୍ଡରବାକ୍ସ ଖୋଲାଯାଇ ସମସ୍ତଙ୍କ ସମ୍ମୁଖରେ ଜଉମୁଦ ଦିଆଯାଇଥିବାର ଫଟୋ ସହ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଟେଣ୍ଡରବାକ୍ସ ଖୋଲାଯିବାବେଳେ ନିଆଯାଇଥିବା ଫଟୋ କାହଁକି ମିଶିଲା ନାହିଁ ବୋଲି ପଚାରିଥିଲେ। ଯେହେତୁ ପୂର୍ବରୁ ଏହାକୁ ଖୋଲାଯାଇଛି ତେଣୁ ଏବେ ଏହା ମିଶୁନାହିଁ ବୋଲି ଅଭିଯୋଗ କରିଥିଲେ। ଟେଣ୍ଡରବାକ୍ସ ଉପନିର୍ଦ୍ଦେଶକ ଓ ଟେଣ୍ଡର ଦାୟିତ୍ୱରେ ଥିବା କିରାଣିଙ୍କ ନଜରରେ ନନ୍ଦନକାନନରେ ରହିଥିବାବେଳେ କିଏ ଏହାକୁ ଖୋଲିଛି ବୋଲି ସମସ୍ତେ ଜାଣିବାକୁ ଚାହିଁଥିଲେ। ଯଦି ଏହା ଖୋଲାଯାଇ ନାହିଁ ତେବେ ନନ୍ଦନକାନନ ପକ୍ଷରୁ ଭିଜିଲାନ୍ସ ତଦନ୍ତ ପାଇଁ ଆମକୁ ସହଯୋଗ କରନ୍ତୁ ବୋଲି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସମର୍ଥକମାନେ ଟେଣ୍ଡରରେ ହୋଇଥିବା ବହୁ ଅନିୟମିତତା ଉପରେ ଦୃଷ୍ଟିକୁ ଆଣି ଉପନିର୍ଦ୍ଦେଶକ ଓ କିରାଣିଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ଏହାପରେ ରାଉତରାୟ ତାଙ୍କ ପାଖରେ ଥିବା ଟେଣ୍ଡର ଫିକ୍ସିଂର ପ୍ରମାଣସ୍ବରୂପ ଫଟୋ, ନନ୍ଦନକାନନ ପକ୍ଷରୁ ଟେଣ୍ଡର ପକାଇବା ପାଇଁ ରଖାଯାଇଥିବା ସର୍ତ୍ତାନୁସାରେ ବକେୟା ଠିକାଦାରଙ୍କୁ ଟେଣ୍ଡରରେ ସାମିଲ, ଡଙ୍ଗା ଚଳାଇବାର ଅଭିଜ୍ଞତା ନ ଥିବା ଆଦି ପ୍ରମାଣକୁ ଲିଖିତ ଭାବେ ଉପନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିଲେ। ୭ଦିନ ମଧ୍ୟରେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବା ସହ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୁନର୍ବାର ବୋଟିଂ ଟେଣ୍ଡର କରା ନ ଗଲେ ବାଧ୍ୟ ହୋଇ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ରାଉତରାୟ ନନ୍ଦନକାନନ ଥାନାକୁ ଆସି ଅଭିଯୋଗର ଏକ ନକଲ କପି ଦେଇଥିଲେ। ଏ ନେଇ ଉପନିର୍ଦ୍ଦେଶକ ଡ.ସଞ୍ଜିତ କୁମାର କହିଥିଲେ, ସେମାନଙ୍କ ଅଭିଯୋଗ ଅନୁଯାୟୀ, ତଦନ୍ତ କରି ପରଚେଜ କମିଟିକୁ ଜଣାଇବି। ସେମାନେ ଯାହା କାର୍ଯ୍ୟାନୁଷ୍ଠାନ ନେବେ। ଟେଣ୍ଡର ବାକ୍ସ ଭଙ୍ଗାଯିବା ଉପରେ ସେ କହିଲେ ଯେ, ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ସରିନାହଁ, ତେଣୁ ଏବେ ତାହା ଉପରେ କିଛି କହିପାରିବି ନାହିଁ। ହୋଇଥିବା ଅଭିଯୋଗ ଉପରେ ସିନିୟର ଅଥରିଟିକୁ ଜଣାଇବି ା ସେମାନେ ଯାହା ନିଷ୍ପତ୍ତି ନେବେ ବୋଲି କହିଥିଲେ। ଅନ୍ୟପଟେ କିରାଣି ସୁବାସ ମହାପାତ୍ରଙ୍କୁ ଏବିଷୟରେ ପଚାରିବାରେ ସେ କୌଣସି ଉତ୍ତର ଦେବାକୁ ମନା କରି ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri