Posted inଜାତୀୟ

୨ ମାସରେ ୭ ହଜାରରୁ ଅଧିକ ଅପରାଧୀଙ୍କ ନାମ ପୋଲିସ ତାଲିକାରୁ ହଟିଲା: ଶାସକ-ବିରୋଧୀ ମୁହାଁମୁହିଁ…

ବେଙ୍ଗାଲୁରୁ,୨୮।୨ : କର୍ନାଟକରେ ରାଜ୍ୟ ପୋଲିସ ବିଭାଗ ଦୁଇ ମାସ ମଧ୍ୟରେ ୭ ହଜାରରୁ ଅଧିକ ଅପରାଧୀଙ୍କ ନାମକୁ ତାଲିକାରୁ ହଟାଇ ଦେଇଛି। ଏନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ ରାଜ୍ୟର ଭାଜପା ସରକାର ଏହା ଜାଣିଶୁଣି କରିଛନ୍ତି, ଯାହା ଦ୍ୱାରା ଆଗାମୀ ବିଧାନସଭା ନିର୍ବାଚନରେ ଅପରାଧ ସହିତ ସମ୍ପୃକ୍ତ ଥିବା ଲୋକଙ୍କୁ ବ୍ୟବହାର କରାଯାଇପାରିବ। ବିଧାନସଭାରେ କଂଗ୍ରେସ ପକ୍ଷରୁ ଏକ ପ୍ରଶ୍ନ ଉଠିଥିଲା ଯେ ପୋଲିସ ଏହାର ତାଲିକାରୁ ବହୁ ସଂଖ୍ୟକ ଅପରାଧୀଙ୍କ ନାମ ହଟାଇଛି। ଦଳ ଅଭିଯୋଗ କରିଛି ଯେ ଚଳିତ ବର୍ଷ ପ୍ରଥମ ଦୁଇ ମାସରେ ପୋଲିସ ୭ ହଜାର ୩୩୬ ଜଣଙ୍କ ନାମ ହଟାଇ ଦେଇଛି। ଏଭଳି ଲୋକେ ସମାଜ ତଥା ଆଇନ ଶୃଙ୍ଖଳା ପାଇଁ ଭଲ ନୁହନ୍ତି। କଂଗ୍ରେସ ଅନୁଯାୟୀ, ଆସନ୍ତା ବିଧାନସଭା ନିର୍ବାଚନରେ ଭାଜପା ଏହି ସାମାଜିକ ବିରୋଧୀ ବ୍ୟକ୍ତି ବିଶେଷଙ୍କୁ ଟିକଟ ଦେବା ସହିତ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିବ।

କଂଗ୍ରେସ ବିଧାୟକ ତଥା ପୂର୍ବତନ ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ କହିଛନ୍ତି ଯେ ଦୁଇ ମାସ ମଧ୍ୟରେ ୭ ହଜାରରୁ ଅଧିକ ଲୋକଙ୍କ ନାମ ଅପରାଧ ତାଲିକାରୁ ହଟାଯାଇଥିବାବେଳେ ୪ ବର୍ଷ ମଧ୍ୟରେ ପ୍ରାୟ ୨୦ ହଜାର ଅପରାଧୀଙ୍କ ନାମ ଜାଣିଶୁଣି ହଟାଯାଇଛି।. ବିଧାନସଭା ନିର୍ବାଚନରେ ଏହି ଲୋକମାନଙ୍କୁ ବ୍ୟବହାର କରିବା ଭାଜପାର ଯୋଜନା ଅତ୍ୟନ୍ତ  ଦୁର୍ଭାଗ୍ୟଜନକ।

ରାଜ୍ୟ ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ୨୦୧୮ ପରଠାରୁ ପ୍ରାୟ ୨୬,୫୦୦ ଜଣଙ୍କ ନାମ ଅପରାଧ ତାଲିକାରୁ ହଟାଇ ଦିଆଯାଇଛି। ଗତ ବର୍ଷ ୩,୩୨୪ ଜଣଙ୍କ ନାମ ହଟାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅପରାଧ ତାଲିକାରେ ୪୬ ହଜାର ଲୋକଙ୍କ ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଫେଙ୍ଗାଲ ଲ୍ୟାଣ୍ଡଫଲ୍‌ ପରେ ବନ୍ୟା, ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି

ତାମିଲନାଡୁ , ୨।୧୨: ତାମିଲନାଡୁ ଏବଂ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିଥିବା ବାତ୍ୟା ଫେଙ୍ଗାଲ ରବିବାର ଏକ ଗଭୀର ଅବପାତରେ ଦୁର୍ବଳ ପରିଣତ ହୋଇଛି। କିନ୍ତୁ...

ପ୍ରଥମ ପୋଷ୍ଟିଂ ପାଇଁ ଯାଉଥିଲେ ଆଇପିଏସ୍‌ ଅଧିକାରୀ,ଫାଟିଲା ଟାୟାର: ଆଉ ତା’ପରେ…

ବେଙ୍ଗାଲୁରୁ, ୨।୧୨:କର୍ନାଟକର ହାସନ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିଜର ପ୍ରଥମ ପୋଷ୍ଟିଂ ପାଇଁ ଯାଉଥିବା ବେଳେ ଆଇପିଏସ୍‌ ଅଧିକାରୀ ହର୍ଷବର୍ଦ୍ଧନ(୨୬)ଙ୍କର ସୋମବାର...

ଶିନ୍ଦେ ଚାପ୍ଟର ଏବେ ବନ୍ଦ ହୋଇଯାଇଛି: କାହିଁକି ଏମିତି କହିଲେ ଏନ୍‌ସିପି ନେତା

ପୁଣେ,୨।୧୨: ମହାରାଷ୍ଟ୍ରରେ ଏକ ନୂତନ ମହାୟୁତି ସରକାର ଗଠନକୁ ନେଇ ବିବାଦ ବଢିବାରେ ଲାଗିଛି। ରାଜ୍ୟରେ ରାଜନୈତିକ ବିକାଶ ସମ୍ପର୍କରେ ଏନସିପି ଏମ୍‌ପି ସୁନୀଲ ଟାଟକେରେ...

ପାର୍ଲାମେଣ୍ଟ ଅଚଳାବସ୍ଥା ଦୂର: ସମ୍ବିଧାନ ଉପରେ ହେବ ବିତର୍କ

ନୂଆଦିଲ୍ଲୀ,୨ା୧୨(ପି.ଟି.):ସମ୍ବିଧାନରେ ଅଚଳାବସ୍ଥା ଦୂର କରିବା ପାଇଁ ସୋମବାର ସରକାର ଓ ବିରୋଧୀ ଦଳଗୁଡ଼ିକ ବୁଝାମଣାରେ ପହଞ୍ଚତ୍ଛନ୍ତି। ସମ୍ବିଧାନ ଗୃହୀତ ହେବାର ୭୫ତମ ବର୍ଷ ଅବସରରେ ଏହା...

ଔଷଧ ପ୍ରତିରୋଧୀ ବ୍ୟାକ୍ଟେରିଆର ମୁକାବିଲା କରିବ ଭାରତ ପ୍ରସ୍ତୁତ ଆଣ୍ଟିବାୟୋଟିକ୍‌

ନୂଆଦିଲ୍ଲୀ,୨ା୧୨ : ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଆଣ୍ଟିବାୟୋଟିକ୍‌ ବିକଶିତ କରିଛନ୍ତି। ନାଫିଥ୍ରୋମାଇସିନ୍‌ ନାମକ ଭାରତର ଏହି ପ୍ରଥମ ସ୍ବଦେଶୀ ଆଣ୍ଟିବାୟୋଟିକ୍‌ ବିଭିନ୍ନ ଔଷଧକୁ ପ୍ରତିରୋଧ...

ବୈଠକ ବାତିଲ କଲେ ଶିନ୍ଦେ, ଦିଲ୍ଲୀ ଗଲେ ଅଜିତ ପାଓ୍ବାର

ମୁମ୍ବାଇ,୨ା୧୨ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ନେଇ ୧୦ ଦିନ ହେଲା ଅଚଳାବସ୍ଥା ଜାରି ରହିଛି।...

ସ୍ଵର୍ଣ ମନ୍ଦିରରୁ ମିଳିଲା ଦଣ୍ଡ, ବାଥରୁମ ସଫା କରି ଅଇଁଠା ବାସନ ଧୋଇବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୧୧: ପଞ୍ଜାବର ଅମୃତସରର ସୁବର୍ଣ୍ଣ ମନ୍ଦିରରେ ଅକଲ ତଖତା ସାହେରା ଡେରା ସଚ୍ଚା ସୌଦା ସିରସା ମୁଖ୍ୟ ରାମ ରହୀମଙ୍କୁ କ୍ଷମା କରି ସୁଖବୀର ସିଂ...

ଇଣ୍ଡିଆ ମେଣ୍ଟରେ ଫାଟ! କଂଗ୍ରେସ ଏଜେଣ୍ଡାରେ ଏକମତ ହେଲାନି ଟିଏମସି

ନୂଆଦିଲ୍ଲୀ,୨।୧୨: ଇଣ୍ଡିଆ ମେଣ୍ଟରେ ଫାଟ। ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଅନେକ ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଭିତରେ କୌଣସି ସହମତି ହୋଇପାରିନାହିଁ। ଗୋଟିଏ ପଟେ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri