Posted inଜାତୀୟ

ନାମକୁ ଝାଡଖଣ୍ଡ ନିର୍ବାଚନ, ଟାର୍ଗେଟରେ ବିହାର

ନୂଆଦିଲ୍ଲୀ,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ଜାମୁଇ ଗସ୍ତ କରିଥିଲେ। ଯେଉଁଠାରେ ସେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ସମାଜର ଭଗବାନ କୁହାଯାଉଥିବା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ଯୋଗ ଦେଇଥିଲେ। ଏଥିସହ ସେ ସ୍ମାରକ ମୁଦ୍ରା ସହ ଏକ ଡାକ ଟିକଟ ପ୍ରଚଳନ କରିଥିଲେ। ପାଖାପାଖି ୬୬୪୦ କୋଟି ଟଙ୍କାର ବିଭିନ୍ନ ଯୋଜନାର ମଧ୍ୟ ସେଠାରେ ଶିଳାନ୍ୟାସ କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଝାଡଖଣ୍ଡରେ ନିର୍ବାଚନ ଥିବାବେଳେ ମୋଦି ବିହାରରେ କିପରି ଏତେକୋଟି ଟଙ୍କାର ଶିଳାନ୍ୟାସ କରିଛନ୍ତି। ଏନେଇ ରାଜନୈତିକ ମହଲରେ ମଧ୍ୟ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି କି, ମୋଦିଙ୍କ ଗସ୍ତକୁ ନେଇ ଭାଜପା ଫାଇଦା ଉଠାଇବାକୁ ଚାହୁଁଛି। ବିହାରର ଏହି କାର୍ଯ୍ୟକ୍ରମ ପରେ ପଡୋଶୀ ରାଜ୍ୟ ଝାଡଖଣ୍ଡରେ ଏହି ପ୍ରଭାବ କିପରି ପଡିବ ଏନେଇ ଦଳ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ହାତରେ କ୍ଷମତାର ଚାବି ରହିଛି । ତେବେ ଏହି ନିର୍ବାଚନ ମାହୋଲରେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ଭୋଟ ଟାଣିବାକୁ ଭାଜପା ଭରପୂର ଉଦ୍ୟମ କରୁଛି। ପୂର୍ବରୁ ଦେଖାଯାଇଛି କି, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନବେଳେ ସମାନ ଫମୂର୍ଲା ଆପଣାଇଥିଲେ ମୋଦି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଉଲିହାତୁରେ ପହଞ୍ଚିଥିଲେ । ସେତେବେଳେ ମୋଦିଙ୍କ ଗସ୍ତ ଭାଜପା ପାଇଁ ବୁଷ୍ଟରଡୋଜ ସାବ୍ୟସ୍ତ ହୋଇଥିଲା। ଫଳସ୍ବରପ ତନୋଟିି ଯାକ ରାଜ୍ୟରେ ବିଜୟୀ ହୋଇଥିଲା ଭାଜପା। ଏବେ ଦଳ ଝାଡ଼ଖଣ୍ଡ ପାଇଁ ସମାନ ଫର୍ମୁଲା ଲଗାଇବାକୁ ଯାଉଛି। ପଡୋଶୀ ରାଜ୍ୟର ମାଟିରୁ ଝାଡଖଣ୍ଡ ଆଦିବାସୀଙ୍କୁ ମନାଇବାକୁ ଉଦ୍ୟମ କରୁଛି।

ହେମନ୍ତ ସୋରେନଙ୍କ ନେତୃତ୍ୱରରେ ଜେଏମଏମ ଝାଡ଼ଖଣ୍ଡରେ ଆଦିବାସୀଙ୍କ ସ୍ବର ପାଲଟିଛି । ତେବେ ଏଥର ବିଧାନସଭା ନିର୍ବାଚନରେ ଜେଏମଏମର ଆଦିବାସୀ ଭୋଟବ୍ୟାଙ୍କ ଭାଙ୍ଗିବାକୁ ସ୍ବତନ୍ତ୍ର ରଣନୀତି କରିଛି ଭାଜପା। ଜମୁଇ ମାଟିରୁ ବିର୍ସା ମୁଣ୍ଡାଙ୍କ ନାଁ ନେଇ ଝାଡଖଣ୍ଡ ଆଦିବାସୀଙ୍କୁ ସମର୍ଥନ ହାସଲ କରିବାକୁ ବଡ ଗୋଟି ଚଳାଇଛନ୍ତି ମୋଦି। ସାନ୍ଥାଳ ପ୍ରାଗଣ କ୍ଷେତ୍ରରେ ନିର୍ବାଚନ ହେବା ସହ ଭାଜପା ପାଇଁ ଏଠି ଜିତିବାର ସମ୍ମାନ ବାଜିରେ ଲାଗିଛି। କାରଣ ୨୦୧୯ରେ ୧୮ରୁ ଦଳ ମାତ୍ର ୪ଟି ଜିତି ପାରିଥିଲା।

୨୦୧୧ ଜନଗଣନା ଅନୁସାରେ ଝାଡ଼ଖଣ୍ଡର ମୋଟ ଜନସଂଖ୍ୟାର ୨୬ପ୍ରତିଶତ ଆଦିବାସୀ। ଝାଡ଼ଖଣ୍ଡ ବିଧାନସଭାର ମୋଟ ୮୧ ସିଟ ମଧ୍ୟରୁ ୨୮ଟି ଓ ଲୋକ ସଭାରେ ୧୪ରୁ ୫ଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ । ତେଣୁ ଝାଡ଼ଖଣ୍ଡରେ କ୍ଷମତାର ଚାବି ଆଦିବାସୀଙ୍କ ପାଖରେ ହିଁ ରହିଛି। ତେଣୁ ୨୦୦୫ରୁ ଏପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ ଆଦିବାସୀ ହିଁ ପ୍ରମୁଖ ପ୍ରସଙ୍ଗ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri