Posted inଜାତୀୟ

ନାମକୁ ଝାଡଖଣ୍ଡ ନିର୍ବାଚନ, ଟାର୍ଗେଟରେ ବିହାର

ନୂଆଦିଲ୍ଲୀ,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ଜାମୁଇ ଗସ୍ତ କରିଥିଲେ। ଯେଉଁଠାରେ ସେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ସମାଜର ଭଗବାନ କୁହାଯାଉଥିବା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ଯୋଗ ଦେଇଥିଲେ। ଏଥିସହ ସେ ସ୍ମାରକ ମୁଦ୍ରା ସହ ଏକ ଡାକ ଟିକଟ ପ୍ରଚଳନ କରିଥିଲେ। ପାଖାପାଖି ୬୬୪୦ କୋଟି ଟଙ୍କାର ବିଭିନ୍ନ ଯୋଜନାର ମଧ୍ୟ ସେଠାରେ ଶିଳାନ୍ୟାସ କରିଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଝାଡଖଣ୍ଡରେ ନିର୍ବାଚନ ଥିବାବେଳେ ମୋଦି ବିହାରରେ କିପରି ଏତେକୋଟି ଟଙ୍କାର ଶିଳାନ୍ୟାସ କରିଛନ୍ତି। ଏନେଇ ରାଜନୈତିକ ମହଲରେ ମଧ୍ୟ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି କି, ମୋଦିଙ୍କ ଗସ୍ତକୁ ନେଇ ଭାଜପା ଫାଇଦା ଉଠାଇବାକୁ ଚାହୁଁଛି। ବିହାରର ଏହି କାର୍ଯ୍ୟକ୍ରମ ପରେ ପଡୋଶୀ ରାଜ୍ୟ ଝାଡଖଣ୍ଡରେ ଏହି ପ୍ରଭାବ କିପରି ପଡିବ ଏନେଇ ଦଳ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛି।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ହାତରେ କ୍ଷମତାର ଚାବି ରହିଛି । ତେବେ ଏହି ନିର୍ବାଚନ ମାହୋଲରେ ଜନଜାତି ଗୌରବ ଦିବସ ଅବସରରେ ଆଦିବାସୀ ଭୋଟ ଟାଣିବାକୁ ଭାଜପା ଭରପୂର ଉଦ୍ୟମ କରୁଛି। ପୂର୍ବରୁ ଦେଖାଯାଇଛି କି, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନବେଳେ ସମାନ ଫମୂର୍ଲା ଆପଣାଇଥିଲେ ମୋଦି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଉଲିହାତୁରେ ପହଞ୍ଚିଥିଲେ । ସେତେବେଳେ ମୋଦିଙ୍କ ଗସ୍ତ ଭାଜପା ପାଇଁ ବୁଷ୍ଟରଡୋଜ ସାବ୍ୟସ୍ତ ହୋଇଥିଲା। ଫଳସ୍ବରପ ତନୋଟିି ଯାକ ରାଜ୍ୟରେ ବିଜୟୀ ହୋଇଥିଲା ଭାଜପା। ଏବେ ଦଳ ଝାଡ଼ଖଣ୍ଡ ପାଇଁ ସମାନ ଫର୍ମୁଲା ଲଗାଇବାକୁ ଯାଉଛି। ପଡୋଶୀ ରାଜ୍ୟର ମାଟିରୁ ଝାଡଖଣ୍ଡ ଆଦିବାସୀଙ୍କୁ ମନାଇବାକୁ ଉଦ୍ୟମ କରୁଛି।

ହେମନ୍ତ ସୋରେନଙ୍କ ନେତୃତ୍ୱରରେ ଜେଏମଏମ ଝାଡ଼ଖଣ୍ଡରେ ଆଦିବାସୀଙ୍କ ସ୍ବର ପାଲଟିଛି । ତେବେ ଏଥର ବିଧାନସଭା ନିର୍ବାଚନରେ ଜେଏମଏମର ଆଦିବାସୀ ଭୋଟବ୍ୟାଙ୍କ ଭାଙ୍ଗିବାକୁ ସ୍ବତନ୍ତ୍ର ରଣନୀତି କରିଛି ଭାଜପା। ଜମୁଇ ମାଟିରୁ ବିର୍ସା ମୁଣ୍ଡାଙ୍କ ନାଁ ନେଇ ଝାଡଖଣ୍ଡ ଆଦିବାସୀଙ୍କୁ ସମର୍ଥନ ହାସଲ କରିବାକୁ ବଡ ଗୋଟି ଚଳାଇଛନ୍ତି ମୋଦି। ସାନ୍ଥାଳ ପ୍ରାଗଣ କ୍ଷେତ୍ରରେ ନିର୍ବାଚନ ହେବା ସହ ଭାଜପା ପାଇଁ ଏଠି ଜିତିବାର ସମ୍ମାନ ବାଜିରେ ଲାଗିଛି। କାରଣ ୨୦୧୯ରେ ୧୮ରୁ ଦଳ ମାତ୍ର ୪ଟି ଜିତି ପାରିଥିଲା।

୨୦୧୧ ଜନଗଣନା ଅନୁସାରେ ଝାଡ଼ଖଣ୍ଡର ମୋଟ ଜନସଂଖ୍ୟାର ୨୬ପ୍ରତିଶତ ଆଦିବାସୀ। ଝାଡ଼ଖଣ୍ଡ ବିଧାନସଭାର ମୋଟ ୮୧ ସିଟ ମଧ୍ୟରୁ ୨୮ଟି ଓ ଲୋକ ସଭାରେ ୧୪ରୁ ୫ଟି ଆଦିବାସୀଙ୍କ ପାଇଁ ସଂରକ୍ଷିତ । ତେଣୁ ଝାଡ଼ଖଣ୍ଡରେ କ୍ଷମତାର ଚାବି ଆଦିବାସୀଙ୍କ ପାଖରେ ହିଁ ରହିଛି। ତେଣୁ ୨୦୦୫ରୁ ଏପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ ଆଦିବାସୀ ହିଁ ପ୍ରମୁଖ ପ୍ରସଙ୍ଗ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri