ନମ୍ବିରା ପିଲୋ ଲାଭାସ୍ଥଳକୁ ଜିଓ ହେରିଟେଜ ମାନ୍ୟତା

ମାନସ ରଞ୍ଜନ ମହାନ୍ତି
ଯୋଡ଼ା,୧୮ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ନମ୍ବିରା ଗ୍ରାମରେ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଜିଏସ୍‌ଆଇ) ପକ୍ଷରୁ ୧୯୭୬ରେ ଚିହ୍ନଟ ପିଲୋ ଲାଭା ଉତ୍ପତ୍ତି ସ୍ଥଳକୁ ଜିଓ ହେରିଟେଜ ଅଞ୍ଚଳ ଭାବେ ମାନ୍ୟତା ମିଳିଛି। ଏନେଇ ଶୁକ୍ରବାର ଉକ୍ତ ସ୍ଥାନରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଜିଏସ୍‌ଆଇର ଡେପୁଟି ଡାଇରେକ୍ଟର ଜେନେରାଲ ଶୈବାଳଚନ୍ଦ୍ର ମିତ୍ର, ଡାଇରେକ୍ଟର କେ.କେ. ନାୟକ, କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ୍‌ଡି, ଭୂତତ୍ତ୍ୱବିତ୍‌ ହିମାଂଶୁ ପାତ୍ର ଉପସ୍ଥିତ ରହି ଘୋଷଣା କରିବା ସହ ଅଞ୍ଚଳବାସୀଙ୍କ ମନରେ ଥିବା ଭୟକୁ ଦୂର କରିଥିଲେ।
ସୂଚନା ଅନୁଯାୟୀ, ୩୨ ଲକ୍ଷ ବର୍ଷ ପୂର୍ବରୁ ଏହି ଅଞ୍ଚଳ ବିଶାଳ ସମୁଦ୍ର ଥିଲା। ସମୁଦ୍ର ଗର୍ଭରେ ଥିବା ଆଗ୍ନେୟଗିରି ବିସ୍ଫୋରଣରେ ଲାଭା ଉଦ୍‌ଗିରଣ ହୋଇ ନମ୍ବିରା ଗ୍ରାମରେ ପିଲୋ ଲାଭାରେ ପରିଣତ ହୋଇଥିଲା। ୧୯୪୨ରେ ଏହାକୁ ପ୍ରଥମେ ଭୂବିଜ୍ଞାନୀ ଜନସନ୍‌ ଓ ସ୍ୟାନସନ୍‌ ଆବିଷ୍କାର କରିଥିଲେ। ୧୯୭୬ରେ ଜିଏସ୍‌ଆଇ ପକ୍ଷରୁ ଟାଟା କମ୍ପାନୀର ସହଯୋଗରେ ଏକ ରିସର୍ଚ୍ଚ ସ୍ଥାନ ଭାବେ ପରିଗଣିତ କରାଯାଇଥିଲା। କେନ୍ଦ୍ର ସରକାର ଜିଏସ୍‌ଆଇ ଦ୍ୱାରା ଚିହ୍ନଟ ହୋଇଥିବା ପ୍ରାୟ ୯୦ଟି ସ୍ଥାନକୁ ଜିଓ ହେରିଟେଜ ଭାବେ ଘୋଷଣା କରିଥିଲେ। ଏଥିସହିତ ଭୂବିଜ୍ଞାନୀମାନଙ୍କର ରିସର୍ଚ୍ଚ ସମେତ ଏହି ଅଞ୍ଚଳଗୁଡ଼ିକୁ ପର୍ଯ୍ୟଟନସ୍ଥଳ ଭାବେ ବିକାଶ କରିବା ପାଇଁ ଏକ ବିଲ୍‌ ଚିଠା ଆଗତ ହୋଇଛି। ରାଜ୍ୟ ସଭା ଓ ଲୋକ ସଭାରେ ଏହି ବିଲ୍‌କୁ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ଜିଏସ୍‌ଆଇର ଡେପୁଟି ଡାଇରେକ୍ଟର ଜେନେରାଲ ମିତ୍ର କହିଛନ୍ତି। ଲାଭାସ୍ଥଳ ପାଇଁ କେନ୍ଦ୍ର ସରକାର ବିଲ ଆଗତ କରି ପର୍ଯ୍ୟଟନ ସ୍ଥଳ ପାଇଁ ନିଷ୍ପତ୍ତି ନେଉଛନ୍ତି। ଏହା ହେଲେ ହେରିଟେଜ ସ୍ଥଳରୁ ୧୦୦ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ୨୦୦ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ ଅଞ୍ଚଳ କରାଯିବ ବୋଲି ଡାଇରେକ୍ଟର ନାୟକ ସୂଚନା ଦେଇଥିଲେ। କେନ୍ଦୁଝର ଡିଏଫଓ କହିଥିଲେ, ଜିଓ ହେରିଟେଜ ଅଞ୍ଚଳ ହେଲେ ଏହି ଅଞ୍ଚଳର ବିକାଶ ହେବା ସହିତ ଲୋକଙ୍କ ଜୀବିକା ଉପାର୍ଜନର ଉତ୍ସ ହୋଇପାରିବ। ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ନାମ ଯୋଡ଼ି ହେବ।
ଲାଭାସ୍ଥଳ ସନ୍ନିକଟରେ ରହୁଥିବା ସ୍ଥାନୀୟ ବାସିନ୍ଦା ଶରତ ଚନ୍ଦ୍ର ବାରିକ କହିଥିଲେ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମୟରେ ଉକ୍ତ ସ୍ଥାନକୁ ରିସର୍ଚ୍ଚ ସ୍ଥାନ ଭାବେ ଘୋଷଣା କରାଯାଇଥିଲା। ଏହି ଅଞ୍ଚଳରେ ହେରିଟେଜ ହେଲେ ଅଞ୍ଚଳବାସୀ ବହୁ ସୁବିଧା ପାଇପାରିବେ ବୋଲି ସଭାରେ ଉପସ୍ଥିତ ସ୍ଥାନୀୟ ଭଣ୍ଡାରଡିହା ଗ୍ରାମର ଗୋକୁଳ ମହାନ୍ତ କହିଥିଲେ।
ସଭାରେ ଭୂତତ୍ତ୍ୱ ପଢୁଥିବା ବଡ଼ବିଲ ମହାବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ଯୋଗଦେଇଥିଲେ। ମହାବିଦ୍ୟାଳୟ ପ୍ରାଧ୍ୟାପକ ପ୍ରଫୁଲ୍ଲ ପଣ୍ଡା ଛାତ୍ରୀଛାତ୍ରଙ୍କୁ ଅତୀତରେ ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ସମ୍ପର୍କରେ ବୁଝାଇଥିଲେ। ଏହାର ଆକାର ପିଲୋ (ତକିଆ) ଭଳି ହୋଇଥିବାରୁ ଏହାକୁ ପିଲୋ ଲାଭା କୁହାଯାଉଥିବା ନେଇ ଜିଏସ୍‌ଆଇ ଅଧିକାରୀ ସ୍ପଷ୍ଟ କରିଥିଲେ। ନମ୍ବିରା ସମେତ କର୍ନାଟକ ରାଜ୍ୟର ମାରାଡ଼ିହାଲି ଜିଓ ହେରିଟେଜର ସର୍ବପୁରାତନ ସ୍ଥାନ ବୋଲି ଉପ ମହାନିର୍ଦ୍ଦେଶକ ମିତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri