Posted inଫୁରସତ

ନାମ ସଂକୀର୍ତ୍ତନ

ଯେଉଁଠାରେ ନାମ କୀର୍ତ୍ତନ ହୁଏ ସେଠାରେ ଭଗବାନ ସ୍ବୟଂ ପ୍ରକଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଭଗବାନଙ୍କ ନାମରେ ଅପାର ମହିମା ରହିଛି। ଶ୍ରଦ୍ଧା ଓ ନିଷ୍ଠାର ସହିତ ବାରମ୍ବାର ଆବୃତ୍ତି କଲେ ଅନ୍ତଃକରଣରେ ପବିତ୍ରତା ଆସେ। ଦିବ୍ୟ ଆନନ୍ଦ ମିଳେ। ଦେବଭୂମି ଭାରତବର୍ଷରେ ହିନ୍ଦୁ ଧର୍ମ ଅନୁସାରେ ବିଭିନ୍ନ ପୁରାଣ ଶାସ୍ତ୍ରରୁ ଜଣାପଡ଼େ ସମୟ ଅବଧିକୁ ଚାରି ଯୁଗରେ ଗଣନା କରାଯାଇଛି। ଯଥା-ସତ୍ୟ, ତ୍ରେତୟା, ଦ୍ୱାପର ଓ କଳିଯୁଗ। ପ୍ରତି ଯୁଗରେ ଭଗବାନଙ୍କ ସାନ୍ନିଧ୍ୟ ଲାଭ ଓ ଆଶୀର୍ବାଦ ପାଇଁ ପ୍ରାର୍ଥନା, ଭଜନ, ଜଣାଣ, ମନ୍ତ୍ର, କୀର୍ତ୍ତନ ଆଦି କରିବା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦର ସମ୍ପାଦକ ଜଟାଧାରୀ ମିଶ୍ର କୁହନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତିର ସଂକୀର୍ତ୍ତନ ଏକ ମୁଖ୍ୟ ଅଙ୍ଗ। ଏହା ଗବେଷଣା ଦ୍ୱାରା ସ୍ଥିରୀକୃତ ହୋଇଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ପୁରୁଷୋତ୍ତମ ଧାମରେ ସଂକୀର୍ତ୍ତନ ପରିବେଷଣ କରାଯାଉଥିବା ଜଣାପଡ଼େ। ସମୟକ୍ରମେ ୨୦୧୧ମସିହାରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ସଂକୀର୍ତ୍ତନକୁ ଓଡ଼ିଶାର ପ୍ରାଚୀନତମ ଲୋକକଳା ରୂପେ ଘୋଷଣା କରାଯାଇଅଛି। ସଂକୀର୍ତ୍ତନ ଦ୍ୱାରା ବିଶ୍ୱରେ ଭ୍ରାତୃଭାବ ସୃଷ୍ଟି ହୋଇଛି। ପାରମ୍ପରିକ ପର୍ବପର୍ବାଣି ପାଳନ କରାଯିବା ବେଳେ ଭଗବାନଙ୍କ ନାମ ଶ୍ରବଣ, କୀର୍ତ୍ତନ ଓ ମନନ ଆଦି ନବଧାଭକ୍ତି କରିବା ଅତ୍ୟନ୍ତ ଜରୁରୀ। ସଂକୀର୍ତ୍ତନରେ ହରିନାମ ଦ୍ୱାରା ମନୁଷ୍ୟର ସଦ୍‌ଗତି ପ୍ରାପ୍ତ ହୁଏ। ନୈତିକତା ଓ ଆଧ୍ୟାତ୍ମିକ ଚିନ୍ତାଧାରାର ପରିପ୍ରକାଶ ଘଟିଥାଏ। ହିନ୍ଦୁଧର୍ମରେ ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମାଙ୍ଗଳିକ ଓ ସାମାଜିକ କାଯର୍‌ୟରେ ସଂକୀର୍ତ୍ତନ ଦଳଙ୍କ ଦ୍ୱାରା ହରିନାମ ଗୁଣଗାନ କରାଯିବାର ଦେଖିବାକୁ ମିଳେ। ଓଡ଼ିଶାର ପୁରପଲ୍ଲୀରେ ସଂକୀର୍ତ୍ତନପ୍ରେମୀ ଭକ୍ତ, କଳାକାରମାନେ ଏହି ପୁରାତନ ଲୋକକଳା ସଂକୀର୍ତ୍ତନକୁ ବଞ୍ଚେଇବାର ପ୍ରୟାସ କରିଥାନ୍ତି। ଶ୍ରୀଚୈତନ୍ୟ ଦେବଙ୍କ ନାମସଂକୀର୍ତ୍ତନର ପ୍ରଚାର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଭୂମିକା ରହିଛି। ସଂକୀର୍ତ୍ତନ ଦ୍ୱାରା ଶରୀରରେ ଅଷ୍ଟାଙ୍ଗଯୋଗ ସୃଷ୍ଟି ହୋଇଥାଏ। ଏହା ଭାଗବତ ଟୁଙ୍ଗି ସହିତ ଜଡ଼ିତ । ନାମସଂକୀର୍ତ୍ତନରେ ଝାଞ୍ଜ, ମୃଦଙ୍ଗ, ଖୋଳ ଆଦି ବାଦ୍ୟଯନ୍ତ୍ର ବାଦନର ତାଳେତାଳେ ସାଧୁସନ୍ଥ, ଶ୍ରଦ୍ଧାଳୁ, କଳାକାର ଓ ଭକ୍ତମାନେ ହରିନାମ ଗାନକରି ଭାବଭକ୍ତିରେ ନୃତ୍ୟ କରିଥାନ୍ତି। ସଂକୀର୍ତ୍ତନର ପୃଷ୍ଠଭୂମି, ନୀତିନିୟମ, ବ୍ୟବହୃତ ବାଦ୍ୟଯନ୍ତ୍ର, ସଂକୀର୍ତ୍ତନପ୍ରେମୀଙ୍କ ବେଶଭୂଷା ଏବଂ ହରିନାମ ଗାନ ବେଳେ ସ୍ବର ତାଳ ଲୟ ଆଦି ପ୍ରତି ଗୁରୁତ୍ୱ ଦିଆଯାଏ। ଏଥିପାଇଁ ମନ୍ତ୍ର ଜପ ଓ ନାମସଂକୀର୍ତ୍ତନରେ ପାପ ମୋଚନ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ପୁରୀ ଜିଲାର ସମଙ୍ଗରାଠାରେ ଏକ ସଂକୀର୍ତ୍ତନ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପିତ ହୋଇଛି। ଆକାଶବାଣୀର ଅବସରପ୍ରାପ୍ତ ଉଦ୍‌ଘୋଷକ ଶଙ୍କର୍ଷଣ ମଙ୍ଗରାଜ କୁହନ୍ତି, ନାମସଂକୀର୍ତ୍ତନ ଦ୍ୱାରା ସାଧାରଣ ଜୀବନ ଦିବ୍ୟଜୀବନରେ ପରିବର୍ତ୍ତିତ ହୋଇଥାଏ । ଶ୍ରୀହରିଙ୍କ ନାମସଂକୀର୍ତ୍ତନକୁ ଯୁଗଧର୍ମ ଭାବରେ ଅବିହିତ କରାଯାଇଛି। ଓଡ଼ିଆ ଭାଗବତରେ ରହିଛି- ସତ୍ୟଯୁଗର ଧ୍ୟାନଫଳ, ତ୍ରେତୟାର ଯଜ୍ଞାଦି ସକଳ, ଦ୍ୱାପରର ହରିପୂଜାଜ୍ଞାନ, କଳିଯୁଗେ ନାମସଂକୀର୍ତ୍ତନ। କୁହାଯାଏ କଳିଯୁଗରେ ମଣିଷ ନିରନ୍ତର ଜରାବ୍ୟାଧି ଆକ୍ରମଣର ଶିକାର ହୋଇଥାଏ। ତାକୁ ଅର୍ଥସର୍ବସ୍ବ ହୋଇ ବ୍ୟସ୍ତତା ଭିତରେ ଜୀବନ ଅତିବାହିତ କରିବାକୁ ପଡ଼େ। ମାତ୍ର କଳିର ପ୍ରକୋପରେ ସମାଜରେ ହିଂସା, ଦ୍ୱେଷ, କଳହ ବଢ଼ିଥାଏ। ଚାରିଆଡ଼େ ଅଶାନ୍ତିର ବାତ୍ତାବରଣ। ଏ ଅବସ୍ଥାକୁ ବହୁ ପୂର୍ବରୁ ମୁନିଋଷିଗଣଙ୍କ କଳିକାଳରେ ପ୍ରାଣୀ କଲ୍ୟାଣ ଏବଂ ବିଶ୍ୱଶାନ୍ତି ନିମନ୍ତେ ଶ୍ରୀହରିଙ୍କ ନାମସଂକୀର୍ତ୍ତନ, ନାମ ଗାୟନ, ଶ୍ରବଣ, ମନନ କଲେ ପାପ ବିନାଶ ହୋଇ ପରମ ଶାନ୍ତି ପ୍ରାପ୍ତ ହୋଇପାରିବ ବୋଲି ବିଶ୍ୱାସ ରହିଛି। ଯଥା-‘ହରେକୃଷ୍ଣ ହରେକୃଷ୍ଣ, କୃଷ୍ଣକୃଷ୍ଣ ହରେହରେ। ହରେରାମ ହରେରାମ, ରାମରାମ ହରେହରେ।’ ଭଲ ମଣିଷ ହୁଅ। ସର୍ବଦା ଗର୍ବ, ଅହଂକାର, ଅଭିମାନ ପ୍ରଭୃତି ତ୍ୟାଗକର। ନାମସଂକୀର୍ତ୍ତନର ଗଭୀର ପ୍ରଭାବ ବ୍ୟକ୍ତି, ଗୋଷ୍ଠୀ ଏବଂ ସମାଜ ଉପରେ ପଡ଼ିଥାଏ। ଏହାଦ୍ୱାରା ଜୀବନର ଗତିପଥ ବଦଳିଯାଏ। ଏହିପରି ନାମସଂକୀର୍ତ୍ତନର ପ୍ରଭାବ ଫଳରେ ମଣିଷ ସତ୍‌ପଥରେ ପରିଚାଳିତ ହେବାକୁ ଲାଗେ। ଅସତ୍ୟକୁ ସେ ବିଷପରି ମଣିଥାଏ। ବିଭିନ୍ନ ଶାସ୍ତ୍ର ପୁରାଣରେ ପରମାତ୍ମାଙ୍କ ପ୍ରାପ୍ତି ପାଇଁ ବିଭିନ୍ନ ସାଧନା ରହିଛି। ସେମିତି ତୁଳସୀ ଦାସଙ୍କ ଭାଷାରେ-କଳିଯୁଗେ କେବଳ ହରିଗୁନ ଗାହା। ଗାବତ ନର ପାବ ହିଁ ଭବ ଥାହା। ସଂକୀର୍ତ୍ତନପ୍ରେମୀ ସର୍ବଦା ଭଗବାନଙ୍କ ନାମକୁ ସ୍ମରଣ ଓ କୀର୍ତ୍ତନକରି ଆନନ୍ଦ ଅନୁଭବ କରିଥାନ୍ତି। ଏପରିକି ଅଷ୍ଟପ୍ରହର,ଚବିଶପ୍ରହର ଆଦି ନାମସଂକୀର୍ତ୍ତନ ବେଳେ ଭକ୍ତ ଭାବବିହ୍ବଳ ହୋଇ ସ୍ବତଃ ନାଚିବାକୁ ଲାଗିଥାଏ। ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ପାଳିଆମାନେ ମଧ୍ୟ ନାମ ଗୁଣଗାନ କରି ଆନନ୍ଦ ଲାଭ କରନ୍ତି। ସଙ୍ଗୀତରେ ଯେମିତି ଆନନ୍ଦ ମିଳେ ସେହିପରି ବାଦ୍ୟର ମଧୁରତାରେ ମଧ୍ୟ ଆନନ୍ଦ ମିଳିଥାଏ। ଉଭୟ ମଧୁର ରସରେ ରସାୟତ ଓ ଆକର୍ଷଣ ରହିଛି। ନାମସଂକୀର୍ତ୍ତନକୁ ଗାୟକ, ବାୟକ, ବାଦକ, ଭକ୍ତ, ଶ୍ରଦ୍ଧାଳୁ, ଶ୍ରୋତା ଓ ସେବକ ତଥା ଆବାଳବୃଦ୍ଧବନିତା ଉପଭୋଗ କରିଥାନ୍ତି। ଭଗବାନଙ୍କ ନାମସଂକୀର୍ତ୍ତନରେ ଭକ୍ତ ଯେତେବେଳେ ଭାବ ରାଜ୍ୟରେ ବିଚରଣକରି ନିଜକୁ ହଜାଇ କେବଳ ଭଗବାନଙ୍କ ନାମଗାନରେ ତଲୀନ ହୋଇଯାଏ ସେତେବେଳେ ପରମ ଆନ୍ଦନ ଲାଭ କରିଥାଏ। ଆଉ ଗାଇଉଠେ – ‘ହରି ଭଜନ ବିନା ସୁଖ ଶାନ୍ତି ନାହିଁ। ହରି ନାମ ବିନା ଆନନ୍ଦ କାହିଁ। ହରିନାମେ କି ରସ ଅଛି, ପାନକଲା ଲୋକ ସିନା ଜାଣିଛି।’

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri