Posted inଫୁରସତ

ନାମ ସଂକୀର୍ତ୍ତନ

ଯେଉଁଠାରେ ନାମ କୀର୍ତ୍ତନ ହୁଏ ସେଠାରେ ଭଗବାନ ସ୍ବୟଂ ପ୍ରକଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଭଗବାନଙ୍କ ନାମରେ ଅପାର ମହିମା ରହିଛି। ଶ୍ରଦ୍ଧା ଓ ନିଷ୍ଠାର ସହିତ ବାରମ୍ବାର ଆବୃତ୍ତି କଲେ ଅନ୍ତଃକରଣରେ ପବିତ୍ରତା ଆସେ। ଦିବ୍ୟ ଆନନ୍ଦ ମିଳେ। ଦେବଭୂମି ଭାରତବର୍ଷରେ ହିନ୍ଦୁ ଧର୍ମ ଅନୁସାରେ ବିଭିନ୍ନ ପୁରାଣ ଶାସ୍ତ୍ରରୁ ଜଣାପଡ଼େ ସମୟ ଅବଧିକୁ ଚାରି ଯୁଗରେ ଗଣନା କରାଯାଇଛି। ଯଥା-ସତ୍ୟ, ତ୍ରେତୟା, ଦ୍ୱାପର ଓ କଳିଯୁଗ। ପ୍ରତି ଯୁଗରେ ଭଗବାନଙ୍କ ସାନ୍ନିଧ୍ୟ ଲାଭ ଓ ଆଶୀର୍ବାଦ ପାଇଁ ପ୍ରାର୍ଥନା, ଭଜନ, ଜଣାଣ, ମନ୍ତ୍ର, କୀର୍ତ୍ତନ ଆଦି କରିବା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦର ସମ୍ପାଦକ ଜଟାଧାରୀ ମିଶ୍ର କୁହନ୍ତି, ଶ୍ରୀଜଗନ୍ନାଥ ସଂସ୍କୃତିର ସଂକୀର୍ତ୍ତନ ଏକ ମୁଖ୍ୟ ଅଙ୍ଗ। ଏହା ଗବେଷଣା ଦ୍ୱାରା ସ୍ଥିରୀକୃତ ହୋଇଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ପୁରୁଷୋତ୍ତମ ଧାମରେ ସଂକୀର୍ତ୍ତନ ପରିବେଷଣ କରାଯାଉଥିବା ଜଣାପଡ଼େ। ସମୟକ୍ରମେ ୨୦୧୧ମସିହାରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ସଂକୀର୍ତ୍ତନକୁ ଓଡ଼ିଶାର ପ୍ରାଚୀନତମ ଲୋକକଳା ରୂପେ ଘୋଷଣା କରାଯାଇଅଛି। ସଂକୀର୍ତ୍ତନ ଦ୍ୱାରା ବିଶ୍ୱରେ ଭ୍ରାତୃଭାବ ସୃଷ୍ଟି ହୋଇଛି। ପାରମ୍ପରିକ ପର୍ବପର୍ବାଣି ପାଳନ କରାଯିବା ବେଳେ ଭଗବାନଙ୍କ ନାମ ଶ୍ରବଣ, କୀର୍ତ୍ତନ ଓ ମନନ ଆଦି ନବଧାଭକ୍ତି କରିବା ଅତ୍ୟନ୍ତ ଜରୁରୀ। ସଂକୀର୍ତ୍ତନରେ ହରିନାମ ଦ୍ୱାରା ମନୁଷ୍ୟର ସଦ୍‌ଗତି ପ୍ରାପ୍ତ ହୁଏ। ନୈତିକତା ଓ ଆଧ୍ୟାତ୍ମିକ ଚିନ୍ତାଧାରାର ପରିପ୍ରକାଶ ଘଟିଥାଏ। ହିନ୍ଦୁଧର୍ମରେ ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମାଙ୍ଗଳିକ ଓ ସାମାଜିକ କାଯର୍‌ୟରେ ସଂକୀର୍ତ୍ତନ ଦଳଙ୍କ ଦ୍ୱାରା ହରିନାମ ଗୁଣଗାନ କରାଯିବାର ଦେଖିବାକୁ ମିଳେ। ଓଡ଼ିଶାର ପୁରପଲ୍ଲୀରେ ସଂକୀର୍ତ୍ତନପ୍ରେମୀ ଭକ୍ତ, କଳାକାରମାନେ ଏହି ପୁରାତନ ଲୋକକଳା ସଂକୀର୍ତ୍ତନକୁ ବଞ୍ଚେଇବାର ପ୍ରୟାସ କରିଥାନ୍ତି। ଶ୍ରୀଚୈତନ୍ୟ ଦେବଙ୍କ ନାମସଂକୀର୍ତ୍ତନର ପ୍ରଚାର ପ୍ରସାର କ୍ଷେତ୍ରରେ ଅତୁଳନୀୟ ଭୂମିକା ରହିଛି। ସଂକୀର୍ତ୍ତନ ଦ୍ୱାରା ଶରୀରରେ ଅଷ୍ଟାଙ୍ଗଯୋଗ ସୃଷ୍ଟି ହୋଇଥାଏ। ଏହା ଭାଗବତ ଟୁଙ୍ଗି ସହିତ ଜଡ଼ିତ । ନାମସଂକୀର୍ତ୍ତନରେ ଝାଞ୍ଜ, ମୃଦଙ୍ଗ, ଖୋଳ ଆଦି ବାଦ୍ୟଯନ୍ତ୍ର ବାଦନର ତାଳେତାଳେ ସାଧୁସନ୍ଥ, ଶ୍ରଦ୍ଧାଳୁ, କଳାକାର ଓ ଭକ୍ତମାନେ ହରିନାମ ଗାନକରି ଭାବଭକ୍ତିରେ ନୃତ୍ୟ କରିଥାନ୍ତି। ସଂକୀର୍ତ୍ତନର ପୃଷ୍ଠଭୂମି, ନୀତିନିୟମ, ବ୍ୟବହୃତ ବାଦ୍ୟଯନ୍ତ୍ର, ସଂକୀର୍ତ୍ତନପ୍ରେମୀଙ୍କ ବେଶଭୂଷା ଏବଂ ହରିନାମ ଗାନ ବେଳେ ସ୍ବର ତାଳ ଲୟ ଆଦି ପ୍ରତି ଗୁରୁତ୍ୱ ଦିଆଯାଏ। ଏଥିପାଇଁ ମନ୍ତ୍ର ଜପ ଓ ନାମସଂକୀର୍ତ୍ତନରେ ପାପ ମୋଚନ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗରେ ପୁରୀ ଜିଲାର ସମଙ୍ଗରାଠାରେ ଏକ ସଂକୀର୍ତ୍ତନ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପିତ ହୋଇଛି। ଆକାଶବାଣୀର ଅବସରପ୍ରାପ୍ତ ଉଦ୍‌ଘୋଷକ ଶଙ୍କର୍ଷଣ ମଙ୍ଗରାଜ କୁହନ୍ତି, ନାମସଂକୀର୍ତ୍ତନ ଦ୍ୱାରା ସାଧାରଣ ଜୀବନ ଦିବ୍ୟଜୀବନରେ ପରିବର୍ତ୍ତିତ ହୋଇଥାଏ । ଶ୍ରୀହରିଙ୍କ ନାମସଂକୀର୍ତ୍ତନକୁ ଯୁଗଧର୍ମ ଭାବରେ ଅବିହିତ କରାଯାଇଛି। ଓଡ଼ିଆ ଭାଗବତରେ ରହିଛି- ସତ୍ୟଯୁଗର ଧ୍ୟାନଫଳ, ତ୍ରେତୟାର ଯଜ୍ଞାଦି ସକଳ, ଦ୍ୱାପରର ହରିପୂଜାଜ୍ଞାନ, କଳିଯୁଗେ ନାମସଂକୀର୍ତ୍ତନ। କୁହାଯାଏ କଳିଯୁଗରେ ମଣିଷ ନିରନ୍ତର ଜରାବ୍ୟାଧି ଆକ୍ରମଣର ଶିକାର ହୋଇଥାଏ। ତାକୁ ଅର୍ଥସର୍ବସ୍ବ ହୋଇ ବ୍ୟସ୍ତତା ଭିତରେ ଜୀବନ ଅତିବାହିତ କରିବାକୁ ପଡ଼େ। ମାତ୍ର କଳିର ପ୍ରକୋପରେ ସମାଜରେ ହିଂସା, ଦ୍ୱେଷ, କଳହ ବଢ଼ିଥାଏ। ଚାରିଆଡ଼େ ଅଶାନ୍ତିର ବାତ୍ତାବରଣ। ଏ ଅବସ୍ଥାକୁ ବହୁ ପୂର୍ବରୁ ମୁନିଋଷିଗଣଙ୍କ କଳିକାଳରେ ପ୍ରାଣୀ କଲ୍ୟାଣ ଏବଂ ବିଶ୍ୱଶାନ୍ତି ନିମନ୍ତେ ଶ୍ରୀହରିଙ୍କ ନାମସଂକୀର୍ତ୍ତନ, ନାମ ଗାୟନ, ଶ୍ରବଣ, ମନନ କଲେ ପାପ ବିନାଶ ହୋଇ ପରମ ଶାନ୍ତି ପ୍ରାପ୍ତ ହୋଇପାରିବ ବୋଲି ବିଶ୍ୱାସ ରହିଛି। ଯଥା-‘ହରେକୃଷ୍ଣ ହରେକୃଷ୍ଣ, କୃଷ୍ଣକୃଷ୍ଣ ହରେହରେ। ହରେରାମ ହରେରାମ, ରାମରାମ ହରେହରେ।’ ଭଲ ମଣିଷ ହୁଅ। ସର୍ବଦା ଗର୍ବ, ଅହଂକାର, ଅଭିମାନ ପ୍ରଭୃତି ତ୍ୟାଗକର। ନାମସଂକୀର୍ତ୍ତନର ଗଭୀର ପ୍ରଭାବ ବ୍ୟକ୍ତି, ଗୋଷ୍ଠୀ ଏବଂ ସମାଜ ଉପରେ ପଡ଼ିଥାଏ। ଏହାଦ୍ୱାରା ଜୀବନର ଗତିପଥ ବଦଳିଯାଏ। ଏହିପରି ନାମସଂକୀର୍ତ୍ତନର ପ୍ରଭାବ ଫଳରେ ମଣିଷ ସତ୍‌ପଥରେ ପରିଚାଳିତ ହେବାକୁ ଲାଗେ। ଅସତ୍ୟକୁ ସେ ବିଷପରି ମଣିଥାଏ। ବିଭିନ୍ନ ଶାସ୍ତ୍ର ପୁରାଣରେ ପରମାତ୍ମାଙ୍କ ପ୍ରାପ୍ତି ପାଇଁ ବିଭିନ୍ନ ସାଧନା ରହିଛି। ସେମିତି ତୁଳସୀ ଦାସଙ୍କ ଭାଷାରେ-କଳିଯୁଗେ କେବଳ ହରିଗୁନ ଗାହା। ଗାବତ ନର ପାବ ହିଁ ଭବ ଥାହା। ସଂକୀର୍ତ୍ତନପ୍ରେମୀ ସର୍ବଦା ଭଗବାନଙ୍କ ନାମକୁ ସ୍ମରଣ ଓ କୀର୍ତ୍ତନକରି ଆନନ୍ଦ ଅନୁଭବ କରିଥାନ୍ତି। ଏପରିକି ଅଷ୍ଟପ୍ରହର,ଚବିଶପ୍ରହର ଆଦି ନାମସଂକୀର୍ତ୍ତନ ବେଳେ ଭକ୍ତ ଭାବବିହ୍ବଳ ହୋଇ ସ୍ବତଃ ନାଚିବାକୁ ଲାଗିଥାଏ। ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ପାଳିଆମାନେ ମଧ୍ୟ ନାମ ଗୁଣଗାନ କରି ଆନନ୍ଦ ଲାଭ କରନ୍ତି। ସଙ୍ଗୀତରେ ଯେମିତି ଆନନ୍ଦ ମିଳେ ସେହିପରି ବାଦ୍ୟର ମଧୁରତାରେ ମଧ୍ୟ ଆନନ୍ଦ ମିଳିଥାଏ। ଉଭୟ ମଧୁର ରସରେ ରସାୟତ ଓ ଆକର୍ଷଣ ରହିଛି। ନାମସଂକୀର୍ତ୍ତନକୁ ଗାୟକ, ବାୟକ, ବାଦକ, ଭକ୍ତ, ଶ୍ରଦ୍ଧାଳୁ, ଶ୍ରୋତା ଓ ସେବକ ତଥା ଆବାଳବୃଦ୍ଧବନିତା ଉପଭୋଗ କରିଥାନ୍ତି। ଭଗବାନଙ୍କ ନାମସଂକୀର୍ତ୍ତନରେ ଭକ୍ତ ଯେତେବେଳେ ଭାବ ରାଜ୍ୟରେ ବିଚରଣକରି ନିଜକୁ ହଜାଇ କେବଳ ଭଗବାନଙ୍କ ନାମଗାନରେ ତଲୀନ ହୋଇଯାଏ ସେତେବେଳେ ପରମ ଆନ୍ଦନ ଲାଭ କରିଥାଏ। ଆଉ ଗାଇଉଠେ – ‘ହରି ଭଜନ ବିନା ସୁଖ ଶାନ୍ତି ନାହିଁ। ହରି ନାମ ବିନା ଆନନ୍ଦ କାହିଁ। ହରିନାମେ କି ରସ ଅଛି, ପାନକଲା ଲୋକ ସିନା ଜାଣିଛି।’

-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri