Posted inଫୁରସତ

ବିଶ୍ୱ ଐତିହ୍ୟ ମାନ୍ୟତା ହରାଇପାରେ ନାଳନ୍ଦା

ପାଟନା: ପ୍ରାଚୀନ ଭାରତର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ନାଳନ୍ଦାର ସ୍ଥିତି ବିପଦସଙ୍କୁଳ ଅବସ୍ଥାରେ ରହିଛି, ଯାହାପାଇଁ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତା ହରାଇବାକୁ ପଡ଼ିପାରେ ବୋଲି ଆଶଙ୍କା ଉପୁଜିଛି। ମାନ୍ୟତାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କି କି ପଦକ୍ଷେପ ନିଆଯାଉଛି ସେ ନେଇ ଏଏସ୍‌ଆଇ (ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ) ପକ୍ଷରୁ ରିପୋର୍ଟ ମଗାଯାଇଛି। ଯଦି ସଠିକ୍‌ ସମୟରେ ଏହି ରିପୋର୍ଟ ପ୍ୟାରିସ୍‌ସ୍ଥିତ ଓ୍ବାଲର୍‌ଡ ହେରିଟେଜ୍‌ ସେଣ୍ଟର (ଡବ୍ଲ୍ୟୁଏଚ୍‌ସି) ନିକଟରେ ନ ପହଞ୍ଚେ ତେବେ ପ୍ରାଚୀନ ଭାରତର ଏହି ପୁରାତନ ବିଶ୍ୱବିଦ୍ୟାଳୟଠାରୁ ବିଶ୍ୱ ଐତିହ୍ୟ ମାନ୍ୟତା ଛଡ଼ାଇ ନିଆଯିବ ବୋଲି ଖବର ପ୍ରକାଶ ପାଇଛି। ବିଶ୍ୱ ଐତିହ୍ୟ ସମ୍ପର୍କରେ ୟୁନେସ୍କୋ ସହ ଡବ୍ଲ୍ୟୁଏଚ୍‌ସି ମିଳିତ ଭାବେ କାର୍ଯ୍ୟକରିଥାଏ। ନାଳନ୍ଦାର ତାଦାରଖ କରି ଏହାର ସୁରକ୍ଷା ପାଇଁ ୟୁନେସ୍କୋ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶର ସଠିକ୍‌ ପରିଚାଳନା କରିବା ଆବଶ୍ୟକ ବୋଲି ପାଟନା ଏଏସ୍‌ଆଇ ସୁପରିଟେଣ୍ଡିଂ ପ୍ରତ୍ନତତ୍ତ୍ୱବିଦ୍‌ ଗୌତମୀ ଭଟ୍ଟାଚାର୍ଯ୍ୟ କହିଛନ୍ତି। ସୂଚନରାଯୋଗ୍ୟ ରାଜ୍ୟସରକାର ବର୍ତ୍ତମାନେ ସୁଦ୍ଧା ଏହି ରିପୋର୍ଟ ଦାଖଲ କରି ନ ଥିବା ଏଏସ୍‌ଆଇ ପକ୍ଷରୁ ଅଭିଯୋଗ ସାମ୍ନାକୁ ଆସିଛି। ୨୦୧୬ରେ ୟୁନେସ୍କୋ ପକ୍ଷରୁ ନାଳନ୍ଦାକୁ ବିଶ୍ୱ ବିଶ୍ୱ ଐତିହ୍ୟର ମାନ୍ୟତା ପ୍ରଦାନ କରାଯାଇଥିଲା।
ବିଶେଷତ୍ୱ: ବିହାର ରାଜଧାନୀ ପାଟନାଠାରୁ ୯୫ କି.ମି ଦୂରରେ ଅବସ୍ଥିତ ନାଳନ୍ତା।

ପ୍ରଚୀନ ଭାରତର ବିଶ୍ୱବିଦ୍ୟାଳୟ ଭାବେ ଜଣାଯାଉଥିବା ନାଳନ୍ଦାକୁ ବହୁ ବିଦେଶୀ ଉଚ୍ଚଶିକ୍ଷା ପାଇଁ ଆସୁଥିଲେ। ମଗଧ ଶାସନକାଳରେ ତୃତୀୟ ଶତାବ୍ଦୀରେ ନାଳନ୍ଦା ନିର୍ମାଣ କରାଯାଇଥିଲା। ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷକୁ ବାଦ୍‌ଦେଲେ ୫ଟି ପର୍ଯ୍ୟଟନସ୍ଥଳ ସେଠାରେ ରହିଛି। ନାଳନ୍ଦାକୁ ସୁଗମ ଯୋଗାଯୋଗ ବ୍ୟବସ୍ଥା ଥିବା କାରଣରୁ ପ୍ରତିବର୍ଷ ବହୁ ବିଦେଶୀ ଏଠାକୁ ବୁଲିବାକୁ ଆସିଥାନ୍ତି। ୮୦୦ ବର୍ଷ ପୁରୁଣା ଏହି ବିଶ୍ୱବିଦ୍ୟାଳୟରେ ୨ ହଜାର ଅଧ୍ୟାପକଙ୍କ ସହ ୧୦ ହଜାର ଶିକ୍ଷାର୍ଥୀ ପାଠ ପଢ଼ଥିବା କୁହାଯାଇଛି। ଚାଇନା, କୋରିଆ, ତୁର୍କୀ ଏବଂ ଶ୍ରୀଲଙ୍କାରୁ ବହୁ ଛାତ୍ର ଏଠାକୁ ପଢ଼ିବା ପାଇଁ ଆସୁଥିଲେ। ଚାଇନାର ସ୍କଲାର କୁହାଯାଉଥିବା ଜୁଆନ ଜାଙ୍ଗ ଥିଲେ ନାଳନ୍ଦା ବିଶ୍ୱବିଦ୍ୟାଳୟର ଛାତ୍ର। ଭାରତର ଅନେକ ପୁସ୍ତକର ଟ୍ରାନ୍ସଲେଶନ୍‌ କରିବା ସହ ୬୫୭ ଗୋଟି ଭାରତୀୟ ପୁସ୍ତକ ସେ ଚାଇନା ନେଇଯିବା ପାଇଁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ନ ଥିଲେ। ୨୦୦୬ରେ ସେ ସମୟର ରାଷ୍ଟ୍ରପତି ଏ.ପି.ଜେ. ଅବ୍‌ଦ୍‌ୁଲ କଲାମ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୟପୁନଃ ନିର୍ମାଣ ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri