ଦୀପାବଳିରେ ଜୟଆଲୁକ୍ଲାସ୍‌ର କ୍ୟାଶ୍‌ବ୍ୟାକ୍‌ ଅଫର

ଭୁବନେଶ୍ୱର,୨୦।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ଜୁଏଲେରି ପକ୍ଷରୁ ଆସନ୍ତା ଦୀପାବଳି ଉପଲକ୍ଷେ ଏକ କ୍ୟାଶ୍‌ବ୍ୟାକ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ପାର୍ବଣ ଅବସରରେ ଆମର ଗ୍ରାହକମାନେ ଏହି ଦୀପାବଳି ଅଫର ସମୟ ମଧ୍ୟରେ ସେମାନଙ୍କର କ୍ରୟ ଉପରେ କ୍ୟାଶ୍‌ବ୍ୟାକ୍‌ ଭାବେ ଗିଫ୍ଟ ଭାଉଚର୍ସର ସୁବିଧା ପାଇବେ। ଏହି ଅଫର ସାରା ଭାରତର ସମସ୍ତ ଜୟଆଲୁକ୍କାସ ଜୁଏଲେରି ଶୋ’ ରୁମ୍‌ରେ ଉପଲବ୍ଧ। ବିଶେଷକରି ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ହୀରା (କଟା ହୋଇ ନ ଥିବା ହୀରା) ଏବଂ ମୂଲ୍ୟବାନ୍‌ ଅଳଙ୍କାରର କ୍ରୟ ଉପରେ ୨,୦୦୦ ଟଙ୍କା ମୂଲ୍ୟର କ୍ୟାଶ୍‌ବ୍ୟାକ୍‌ ଗିଫ୍ଟ ଭାଉଚର ରହିଛି।

ସେହିଭଳି ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସ୍ବର୍ଣ୍ଣ ଅଳଙ୍କାର କ୍ରୟ ଉପରେ ୧୦୦୦ ଟଙ୍କା ମୂଲ୍ୟର ଏକ କ୍ୟାଶ୍‌ବ୍ୟାକ୍‌ ଗିଫ୍ଟ ଭାଉଚର ସୁବିଧା ଦିଆଯାଉଛି। ଏପରିକି ଏସ୍‌ବିଆଇ କାର୍ଡ ଉପରେ ମଧ୍ୟ ୫% ଅତିରିକ୍ତ କ୍ୟାଶ୍‌ବ୍ୟାକ୍‌ ସହ ଏହି ବିଶେଷ ଅଫରରେ କ୍ରେତାମାନଙ୍କ ନିମନ୍ତେ ଜୟଆଲୁକ୍କାସ ପକ୍ଷରୁ ଏକ ଅତିରିକ୍ତ ପ୍ରୋତ୍ସାହନ ଦିଆଯାଉଛି। ଏ ସମ୍ପର୍କରେ ଜୟଆଲୁକ୍କାସ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଜୟଆଲୁକ୍କାସ କହିଛନ୍ତି, ଆମେ ଆମର ଗ୍ରାହକମାନଙ୍କ ନିମନ୍ତେ ପର୍ବପର୍ବାଣି ଏବଂ ଶୁଭ ଅବସରରେ ଆକର୍ଷକ ଅଫର ଏବଂ ଅଭିଜ୍ଞତା ଉପହାର ଦେଇ ଆନନ୍ଦିତ କରାଇବୁ। ବିଶେଷକରି ଚଳିତ ବର୍ଷ ଦୀପାବଳି ପାଇଁ ପ୍ରତ୍ୟେକ କ୍ରୟ ଉପରେ କ୍ୟାଶ୍‌ବ୍ୟାକ୍‌ ଗିଫ୍ଟ ଭାଉଚର ପୁରସ୍କାର ଭାବେ ଦେବାର ଯୋଜନା କରିଛୁ। ଅପରପକ୍ଷରେ ଅଳଙ୍କାର କ୍ରେତାମାନେ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଭାରତର ସମସ୍ତ ଜୟଆଲୁକ୍କାସ୍‌ ଶୋ’ରୁମ୍‌ରେ ଏହି ପ୍ରୋତ୍ସାହନ ଅଫର ଉପଭୋଗ କରିପାରିବେ। ଏହି ଉତ୍ସବ ଅଫର ସହିତ ଜୟଆଲୁକ୍ଳାସ୍‌ ଗ୍ରାହକମାନଙ୍କୁ ୯୧୬ ବିଏସ୍‌ଆଇ ହଲ୍‌ମାର୍କ ଅଳଙ୍କାରର ଆଶ୍ବାସନା ଦେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୦ ବର୍ଷରେ ବିଶ୍ୱର ଶ୍ରେଷ୍ଠ ୩ ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବ ଭାରତ: ଅମ୍ବାନୀ

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତିରେ ଅନ୍ତର୍ଭୁକ୍ତ ହେବ। ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ସହ ଏକ ଭିଡିଓ...

ଷ୍ଟାର୍ଟଅପ୍‌ରେ ୪୦% ମହିଳା ଉଦ୍ୟମୀ

ଭୁବନେଶ୍ୱର:  ଭାରତୀୟ ଷ୍ଟାର୍ଟଅପ୍‌ ବ୍ୟବସ୍ଥାରେ ଓଡ଼ିଶା ଷ୍ଟାର୍ଟଅପ୍‌ଗୁଡିକର ସ୍ଥାନ ତୃତୀୟ। ରାଜ୍ୟରେ ବର୍ତ୍ତମାନ ୧୦୩୪ ଷ୍ଟାର୍ଟଅପ୍‌ ରହିଥିବା ବେଳେ ସେଥିମଧ୍ୟରୁ ୪୦% ଭାଗ ମହିଳା ଉଦ୍ୟମୀ ବୋଲି...

ନିବେଶକଙ୍କ ୫୨ ଲକ୍ଷ କୋଟି କ୍ଷତି

ମୁମ୍ବାଇ,୨୫-୩: କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ କେତେ ପରିମାଣର କ୍ଷତି ହୋଇଛି ତାହାର ସମ୍ପୂର୍ଣ୍ଣ ଆକଳନ କରିବା ବର୍ତ୍ତମାନ କଷ୍ଟକର ବ୍ୟାପାର। ମାତ୍ର ଭାରତୀୟ...

ଶ୍ରମ ଆଇନ ଉଚ୍ଛେଦକୁ ନେଇ ଆଇଏଲ୍‌ଓର ଚିନ୍ତା ପ୍ରକଟ

ନୂଆଦିଲ୍ଲୀ,୨୬।୫:ଭାରତରେ ବିଭିନ୍ନ ରାଜ୍ୟ ପକ୍ଷରୁ ଶ୍ରମ ଆଇନରେ ସଂଶୋଧନ ତଥା ଉଚ୍ଛେଦକୁ ନେଇ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ(ଆଇଏଲ୍‌ଓ) ଚିନ୍ତା ପ୍ରକଟ କରିଛି। ଶ୍ରମିକଙ୍କ ସ୍ବାର୍ଥ ରକ୍ଷା...

ସୋନାଲିକାର ୨୬% ଘରୋଇ ଅଭିବୃଦ୍ଧି

ନୂଆଦିଲ୍ଲୀ,୭।୨: ଦେଶର ପ୍ରମୁଖ ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ଚଳିତ ବର୍ଷ ଜାନୁୟାରୀରେ ମୋଟ ୯,୭୪୧ଟି ଟ୍ରାକ୍ଟର ବିକ୍ରି କରିଥିବା ଜଣାପଡିଛି। ଏପରିକି କମ୍ପାନୀର...

ଇଭିରେ ପ୍ରବେଶ କରିବ ମାରୁତି ସୁଜୁକି

ନୂଆଦିଲ୍ଲୀ,୧୮।୪: ଭାରତରେ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି)ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଦେଶର ସର୍ବବୃହତ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମ୍‌ଏସ୍‌ଆଇ) ବର୍ତ୍ତମାନ...

ଓଡ଼ିଶାକୁ ନିବେଶକ ଆଣିବାକୁ ୟୁସିସିଆଇଏଲ୍‌ର ପ୍ରୟାସ

ଭୁବନେଶ୍ୱର,୨୨।୨(ବ୍ୟୁରୋ) ରାଜ୍ୟର ଆର୍ଥିକ ବିକାଶ ଉପରେ ନଜର ରଖି ‘ଉତ୍କଳ ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌’ (ୟୁସିସିଆଇଏଲ୍‌) ପକ୍ଷରୁ ୟୁଏସ୍‌ଏର ନିବେଶକମାନଙ୍କୁ ଓଡିଶା...

ଆସାମରେ ୧୩ ହଜାର କୋଟି ନିବେଶ କରିବ ଓଏନ୍‌ଜିସି

ନୂଆଦିଲ୍ଲୀ,୧୨-୯: ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଆସାମରେ ୧୩ ହଜାର କୋଟି ଟଙ୍କା ନିବେଶ କରିବ। ଏହି ଅର୍ଥରେ କମ୍ପାନୀ ଆସନ୍ତା ୫ ବର୍ଷରେ...

Advertisement
Archives

Model This Week